ରାଜ୍ୟ

ଲକ୍‌ ଡାଉନ ଯୋଗୁ ଦୟନୀୟ ଅବସ୍ଥାରେ ବିଭିନ୍ନ ବ୍ୟବସାୟୀ, ପୁରୀ ସ୍ୱର୍ଗଦ୍ୱାରରେ କମିଛି ଶବଦାହ ସଂଖ୍ୟା

କରୋନା ମୁକାବିଲା ପାଇଁ ସମଗ୍ର ଦେଶରେ ଲକ୍‌ ଡାଉନ ଘୋଷଣା କରାଯାଇଛି ।ଏଥିରୁ ପନି ପରିବା ଓ ଔଷଧ ଦୋକାନକୁ ବାଦ୍‌ ଦିଆଯାଇଛି । ଅତି ଜରୁରୀ ନଥିଲେ ଘରୁ ନବାହରିବାକୁ ପୋଲିସ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ କରାଯାଉଛି । ଅନ୍ୟପଟେ ଲକ୍‌ ଡାଉନ ଫଳରେ ଅନେକ ପ୍ରକାର ଅସୁବିଧା ମଧ୍ୟ ଭୋଗିବାକୁ ପଡୁଛି ସାଧାରଣ ଲୋକଠାରୁ ଆରମ୍ଭ କରି ଗାଈ ଗୋରୁମାନଙ୍କୁ ।

ଲକ୍‌ ଡାଉନ ଯୋଗୁ ଦୟନୀୟ ଅବସ୍ଥାରେ ଗୁପଚୁପ ବ୍ୟବସାୟୀ :

ଲକ୍‌ ଡାଉନ ଯୋଗୁ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ଗୁପଚୁପ ବ୍ୟବସାୟୀ । ବିହାରରୁ ପ୍ରାୟ ଶହେ ପରିବାର ଆସି ଜଗତସିଂହପୁର ଜିଲ୍ଲା ଜୟବଡ ଗାଁରେ ରହି ଗୁପଚୁପ୍‌ ବ୍ୟବସାୟ କରୁଥିଲେ । ଏବେ ଲକ୍‌ ଡାଉନ ଯୋଗୁ ହାତ ବାନ୍ଧି ଘରେ ବସିଛନ୍ତି । ପରିବାର ଚଳାଇବାକୁ ସରକାରୀ ସହାୟତାକୁ ଅପେକ୍ଷା କରି ରହିଛନ୍ତି ।

ପୁରୀ ସ୍ୱର୍ଗଦ୍ୱାର ଉପରେ କରୋନା ପ୍ରଭାବ:

ପୁରୀ ସ୍ୱର୍ଗଦ୍ୱାର ଉପରେ କରୋନା ପ୍ରଭାବ । କରୋନା ମୁକାବିଲା ପାଇଁ ଦେଶରେ ଲକ୍‌ ଡାଉନ ଘୋଷଣା ହୋଇଥିବା ଯୋଗୁ ସ୍ୱର୍ଗଦ୍ୱାରରେ ଶବଦାହ ସଂଖ୍ୟା କମିଛି । ଲକ୍‌ ଡାଉନ ଯୋଗୁ ପୁରୀକୁ ଶବଦାହ ଗାଡି ଆସି ପାରୁନାହିଁ ।

ତରଭୂଜ ଚାଷୀଙ୍କୁ ଲକ୍‌ ଡାଉନ୍‌ ଘାଟା :

ଚାଷୀଙ୍କୁ ଲକ୍‌ ଡାଉନ୍‌ ଘାଟା । ପ୍ରଭାବିତ ହୋଇଛନ୍ତି ତରଭୂଜ ଚାଷୀ । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ଯାମପଦର, ତୁଲାପଡ଼ା ଗାଁର ଶତାଧିକ ଚାଷୀ ଲକ୍‌ ଡାଉନ ଯୋଗୁ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି ।

ଲକ୍‌ ଡାଉନ ଯୋଗୁ ଭୋକ ଉପାସରେ ଗାଈ ଗୋରୁ:

ଲକ୍‌ ଡାଉନ ଯୋଗୁ ଭୋକ ଉପାସରେ ରହୁଛନ୍ତି ଗାଈ ଗୋରୁ । ଏଭଳି ପରିସ୍ଥିତିରେ ବାଲେଶ୍ୱରର କିଛି ଯୁବ ଗୋଷ୍ଠୀ ବୁଲା ଗାଈ ଗୋରୁଙ୍କୁ ଖାଦ୍ୟ ଯୋଗାଉଛନ୍ତି ।

ଲକ୍‌ ଡାଉନ ଯୋଗୁ ପ୍ରଭାବିତ ମତ୍ସ୍ୟଜୀବୀ:

ଲକ୍‌ ଡାଉନ ଯୋଗୁ ପ୍ରଭାବିତ ହୋଇଛନ୍ତି ମତ୍ସ୍ୟଜୀବୀ । ମାଛ ଧରା ବନ୍ଦ ହୋଇଯାଇଥିବାରୁ ପରିବାର ଚଳିବା କଷ୍ଟକର ହୋଇପଡିଛି । କରୋନା କଟକଣା ସମୟରେ ସେମାନଙ୍କୁ ୧୦ ହଜାର ଲେଖାଏ ଆର୍ଥିକ ଅନୁଦାନ ଦେବାକୁ ଦାବି କରିଛି ମତ୍ସ୍ୟଜୀବୀ ସଂଘ ।

କରୋନା ପାଇଁ କୋଲକାତା କାଳି ମନ୍ଦିରରେ ମିଳୁନି ତୁଳସୀ ଓ ବେଲପତ୍ର :

କରୋନା ମୁକାବିଲା ପାଇଁ କୋଲକାତା କାଳି ମନ୍ଦିରରେ ବିଭ୍ରାଟ ସୃଷ୍ଟି ହୋଇଛି । ତୁଳସୀ ପତ୍ର ଓ ବେଲପତ୍ର ମିଳୁନାହିଁ । ସେପଟେ ଓଡ଼ିଆ ପଣ୍ଡାଙ୍କ ରୋଜଗାର ମଧ୍ୟ ଠପ୍‌ ହୋଇଯାଇଛି ।

Sonalisa

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago