ଲକ୍‌ ଡାଉନ ଯୋଗୁ ଦୟନୀୟ ଅବସ୍ଥାରେ ବିଭିନ୍ନ ବ୍ୟବସାୟୀ, ପୁରୀ ସ୍ୱର୍ଗଦ୍ୱାରରେ କମିଛି ଶବଦାହ ସଂଖ୍ୟା

କରୋନା ମୁକାବିଲା ପାଇଁ ସମଗ୍ର ଦେଶରେ ଲକ୍‌ ଡାଉନ ଘୋଷଣା କରାଯାଇଛି ।ଏଥିରୁ ପନି ପରିବା ଓ ଔଷଧ ଦୋକାନକୁ ବାଦ୍‌ ଦିଆଯାଇଛି । ଅତି ଜରୁରୀ ନଥିଲେ ଘରୁ ନବାହରିବାକୁ ପୋଲିସ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ କରାଯାଉଛି । ଅନ୍ୟପଟେ ଲକ୍‌ ଡାଉନ ଫଳରେ ଅନେକ ପ୍ରକାର ଅସୁବିଧା ମଧ୍ୟ ଭୋଗିବାକୁ ପଡୁଛି ସାଧାରଣ ଲୋକଠାରୁ ଆରମ୍ଭ କରି ଗାଈ ଗୋରୁମାନଙ୍କୁ ।

ଲକ୍‌ ଡାଉନ ଯୋଗୁ ଦୟନୀୟ ଅବସ୍ଥାରେ ଗୁପଚୁପ ବ୍ୟବସାୟୀ :

gupchupଲକ୍‌ ଡାଉନ ଯୋଗୁ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ଗୁପଚୁପ ବ୍ୟବସାୟୀ । ବିହାରରୁ ପ୍ରାୟ ଶହେ ପରିବାର ଆସି ଜଗତସିଂହପୁର ଜିଲ୍ଲା ଜୟବଡ ଗାଁରେ ରହି ଗୁପଚୁପ୍‌ ବ୍ୟବସାୟ କରୁଥିଲେ । ଏବେ ଲକ୍‌ ଡାଉନ ଯୋଗୁ ହାତ ବାନ୍ଧି ଘରେ ବସିଛନ୍ତି । ପରିବାର ଚଳାଇବାକୁ ସରକାରୀ ସହାୟତାକୁ ଅପେକ୍ଷା କରି ରହିଛନ୍ତି ।

ପୁରୀ ସ୍ୱର୍ଗଦ୍ୱାର ଉପରେ କରୋନା ପ୍ରଭାବ:

swargadwarପୁରୀ ସ୍ୱର୍ଗଦ୍ୱାର ଉପରେ କରୋନା ପ୍ରଭାବ । କରୋନା ମୁକାବିଲା ପାଇଁ ଦେଶରେ ଲକ୍‌ ଡାଉନ ଘୋଷଣା ହୋଇଥିବା ଯୋଗୁ ସ୍ୱର୍ଗଦ୍ୱାରରେ ଶବଦାହ ସଂଖ୍ୟା କମିଛି । ଲକ୍‌ ଡାଉନ ଯୋଗୁ ପୁରୀକୁ ଶବଦାହ ଗାଡି ଆସି ପାରୁନାହିଁ ।

ତରଭୂଜ ଚାଷୀଙ୍କୁ ଲକ୍‌ ଡାଉନ୍‌ ଘାଟା :

watermelonsଚାଷୀଙ୍କୁ ଲକ୍‌ ଡାଉନ୍‌ ଘାଟା । ପ୍ରଭାବିତ ହୋଇଛନ୍ତି ତରଭୂଜ ଚାଷୀ । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ଯାମପଦର, ତୁଲାପଡ଼ା ଗାଁର ଶତାଧିକ ଚାଷୀ ଲକ୍‌ ଡାଉନ ଯୋଗୁ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି ।

ଲକ୍‌ ଡାଉନ ଯୋଗୁ ଭୋକ ଉପାସରେ ଗାଈ ଗୋରୁ:

cowଲକ୍‌ ଡାଉନ ଯୋଗୁ ଭୋକ ଉପାସରେ ରହୁଛନ୍ତି ଗାଈ ଗୋରୁ । ଏଭଳି ପରିସ୍ଥିତିରେ ବାଲେଶ୍ୱରର କିଛି ଯୁବ ଗୋଷ୍ଠୀ ବୁଲା ଗାଈ ଗୋରୁଙ୍କୁ ଖାଦ୍ୟ ଯୋଗାଉଛନ୍ତି ।

ଲକ୍‌ ଡାଉନ ଯୋଗୁ ପ୍ରଭାବିତ ମତ୍ସ୍ୟଜୀବୀ:

fishଲକ୍‌ ଡାଉନ ଯୋଗୁ ପ୍ରଭାବିତ ହୋଇଛନ୍ତି ମତ୍ସ୍ୟଜୀବୀ । ମାଛ ଧରା ବନ୍ଦ ହୋଇଯାଇଥିବାରୁ ପରିବାର ଚଳିବା କଷ୍ଟକର ହୋଇପଡିଛି । କରୋନା କଟକଣା ସମୟରେ ସେମାନଙ୍କୁ ୧୦ ହଜାର ଲେଖାଏ ଆର୍ଥିକ ଅନୁଦାନ ଦେବାକୁ ଦାବି କରିଛି ମତ୍ସ୍ୟଜୀବୀ ସଂଘ ।

କରୋନା ପାଇଁ କୋଲକାତା କାଳି ମନ୍ଦିରରେ ମିଳୁନି ତୁଳସୀ ଓ ବେଲପତ୍ର :

tulsiକରୋନା ମୁକାବିଲା ପାଇଁ କୋଲକାତା କାଳି ମନ୍ଦିରରେ ବିଭ୍ରାଟ ସୃଷ୍ଟି ହୋଇଛି । ତୁଳସୀ ପତ୍ର ଓ ବେଲପତ୍ର ମିଳୁନାହିଁ । ସେପଟେ ଓଡ଼ିଆ ପଣ୍ଡାଙ୍କ ରୋଜଗାର ମଧ୍ୟ ଠପ୍‌ ହୋଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.