ଚୀନ ହିଁ ତିଆରି କରିଛି କରୋନା ଭାଇରସ, ଖୋଦ୍ ଏହି ବରିଷ୍ଠ ମିଲିଟାରୀ ଅଧିକାରୀ ବଖାଣିଲେ କୋଭିଡ-୧୯ ତିଆରିର ରାଜ୍

ସମଗ୍ର ବିଶ୍ୱରେ ତାଣ୍ଡବ ରଚୁଥିବା କରୋନା ଭାଇରସକୁ ନେଇ ଆଉ ଏକ ଚମକାଇଦେଲା ଭଳି ତଥ୍ୟ ସାମ୍ନାକୁ ଆସିଛି। କରୋନା ଭାଇରସ ମନୁଷ୍ୟକୃତ ନା ପ୍ରାକୃତିକ ଏନେଇ ନାନା ଲୋକ ନାନା ପ୍ରକାର କଥା କହୁଥିବା ବେଳେ ଏହି ଭାଇରସ ମନୁଷ୍ୟକୃତ ବୋଲି କହିଛନ୍ତି ଚୀନର ଜଣେ ମିଲିଟାରୀ ଇଣ୍ଟେଲିଜେନ୍ସ ଅଧିକାରୀ। ନିଜ ନାମକୁ ଗୋପନ ରଖି ଅଫିସର ଜଣକ ଏଭଳି କଥା କହିଛନ୍ତି। କରୋନାକୁ ନେଇ ଆଉ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି କଥା ମଧ୍ୟ ଶୁଣିବାକୁ ମିଳୁଛି। କୁହାଯାଉଛି ଯେ ଚୀନ ତିଆରି କରୁଥିବା ଏହି ଭାଇରସକୁ କିଣିବାକୁ ଆମେରିକା ଡିଲ କରିଥିଲା।

ଭାଇରସ ତିଆରି କରିବା କାରଣ:

ଅଧିକାରୀ ଜଣକ କହିଛନ୍ତି ଯେ କରୋନା ଭାଇରସକୁ ନେଇ ଆମେରିକା ଓ ଚୀନ ମଧ୍ୟରେ ଡିଲ ହୋଇଥିଲା। ଏହି ଭାଇରସ ଚୀନରେ ହିଁ ପ୍ରସ୍ତୁତ ହୋଇଥିଲା। ଏଭଳି ଭାଇରସ ତିଆରି କରିବା ପଛର କାରଣ ସମ୍ପର୍କରେ ଅଧିକାରୀ ଜଣକ କହିଛନ୍ତି ଯେ ହଂକଂରେ ଚାଲିଥିବା ବିରୋଧ ପ୍ରଦର୍ଶନକୁ ଚୀନ ବନ୍ଦ କରିବାକୁ ଚାହୁଁଥିଲା। ଏଥିପାଇଁ ଚୀନ ଏକ ସାଂଘାତିକ ଯୋଜନା ପ୍ରସ୍ତୁତ କରିଥିଲା। ବିରୋଧ ପ୍ରଦର୍ଶନକାରୀଙ୍କୁ ରୋକିବାକୁ ହେଲିକପ୍ଟର ମାଧ୍ୟମରେ ତାଙ୍କ ଉପରକୁ ଏକ ବାୟୋଲୋଜିକାଲ ଅସ୍ତ୍ର ଫିଙ୍ଗିବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା। ଯଦି ସେମାନଙ୍କ ଯୋଜନା ସଫଳ ହୋଇଥାନ୍ତା ତେବେ ବିରୋଧ ପ୍ରଦର୍ଶନକାରୀ ସବୁଦିନ ପାଇଁ ବିକଳାଙ୍ଗ ହୋଇଯାଇଥାନ୍ତେ। ସୂଚନା ଦେଇଥିବା ବ୍ୟକ୍ତି ଏହି ପ୍ରୋଜେକ୍ଟରେ ସାମିଲ ଥିବା କହିଛନ୍ତି।

Hong Kong protests: All the latest updates | News | Al Jazeera

ମାତ୍ର ପରେ ହଂକଂ ବିରୋଧ ଉପରେ ସାରା ପୃଥିବୀର ନଜର ପଡ଼ିବାରୁ ସେଠାରେ ନିଜ ପାଇଁ ବିପଦ ସୃଷ୍ଟି ହେବା ଭଳି କୌଣସି କାମ କରିବାକୁ ଇଚ୍ଛା କଲାନି ଚୀନ। ଏଣୁ ଏହି ବାୟୋଲୋଜିକାଲ ଅସ୍ତ୍ରକୁ ବିକ୍ଷୋଭକାରୀଙ୍କ ଉପରେ ନ ପରୀକ୍ଷା କରି ଇସଲାମିକ କଟରପନ୍ଥୀଙ୍କ ଉପରେ ଚୀନ ପରୀକ୍ଷା କରିଥିଲା। ଫଳରେ କେତେ ଜଣ ସବୁଦିନ ପାଇଁ ବିକଳାଙ୍ଗ ହୋଇଯାଇଥିଲେ।

MERS-CoV: Symptoms, causes, risk factors, and treatment

ଏହି ବିଷାକ୍ତ ବାୟୋଲୋଜିକାଲ ଅସ୍ତ୍ର ବିଷୟରେ ଆମେରିକାର ଇଣ୍ଟେଲିଜେନ୍ସଙ୍କୁ ଜଣାପଡ଼ିବା ପରେ ଆମେରିକା ଏହାକୁ କିଣିବାକୁ ଇଚ୍ଛା କରିଥିଲା। ମାତ୍ର ଭାଇରସଟି ବିପଦପୂର୍ଣ୍ଣ ଥିବାରୁ ଚୀନ ଏହାକୁ ବିକିବାକୁ ମନା କରିଦେଇଥିଲା। ଅନ୍ୟପଟେ, ଚୀନ ବେଶ୍ ବିପଦପୂର୍ଣ୍ଣ ଜିନିଷ ପ୍ରସ୍ତୁତ କରିଥିବା CIA ଭାବିନେଇଥିଲା। ତେଣୁ ଅଧିକରୁ ଅଧିକ ଅର୍ଥ ଦେଇ ଏହାକୁ କିଣିବାକୁ ଉଦ୍ୟମ କରିଥିଲା ଆମେରିକୀୟ ଗୁଇନ୍ଦା ସଂସ୍ଥା । ତେବେ ରିସର୍ଚ୍ଚର ଆମେରିକାକୁ ଭାଇରସର ଏକ ନମୁନା ବିକ୍ରି କରିବାକୁ ରାଜି ହୋଇଥିଲେ।

The coronavirus outbreak likely started in a Wuhan wet market ...

ଆଉ ଏହି ନମୂନା ଦେବାକୁ ସେ ଚୀନର ବୁହାନ ସହରକୁ ବାଛିଥିଲେ। ଭାଇରସର ନମୁନା ଆମେରିକାକୁ ଦେବା କଥା ଜଣାପଡ଼ିବା ପରେ ଚୀନର ଆଉ ଏକ ସଂସ୍ଥା ଏହାକୁ ରୋକିବାକୁ ଘଟଣାସ୍ଥଳରେ ଶୁଟଆଉଟ କରିଥିଲେ। ଏଥିରେ ଆମେରିକୀୟ ଗୁଇନ୍ଦାର ଅଧିକାରୀ ନିଜ ଜୀବନ ବଞ୍ଚାଇ ଆସିଯାଇଥିବା ବେଳେ ଭାଇରସର ନମୁନା ବୁହାନରେ ଖସିପଡ଼ିଥିଲା। ଫଳରେ ଏହା ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ପ୍ରଥମେ କରୋନା ହୋଇଥିଲା। ପରେ ଖୋଦ ଚୀନ ମଧ୍ୟ ଅବସ୍ଥାକୁ ନିଜ ନିୟନ୍ତ୍ରଣକୁ ଆଣିପାରିନଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.