ଗୁଜବକୁ କରନ୍ତୁନାହିଁ ବିଶ୍ୱାସ, ବଢ଼ିବନି ଲକଡାଉନର ସମୟସୀମା

ଚୀନରୁ ଆରମ୍ଭ ହୋଇଥିବା ଏହି ମହାମାରୀ କାରୋନା ଭାଇରସ ତାର କାୟା ବିସ୍ତାର କରିଚାଲିଛି। ଧୀରେ ଧୀରେ ଏହା ସାରା ବିଶ୍ବରେ ତାଣ୍ଡବ ରଚୁଛି। ଭାରତରେ ମଧ୍ୟ ଏହି ଘାତକ ମହାମାରୀ କାରୋନା ଆତଙ୍କ ଖେଳାଇଛି। କାରୋନାର ବଢୁଥିବା ପ୍ରକୋପକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶକୁ ୨୧ ଦିନର ଲକଡାଉନ ଘୋଷଣା କରିଛନ୍ତି। ଲକଡାଉନକୁ ଆଜି ଷଷ୍ଠ ଦିନ ପୁରିଛି।


କିନ୍ତୁ ଏବେ ଲୋକମାନଙ୍କ ମନରେ ଏହି ଲକଡାଉନକୁ ନେଇ ଅନେକ ପ୍ରକାର ପ୍ରଶ୍ନ ଆସୁଛି। କଣ ୨୧ ଦିନର ଲକଡାଉନ ଅବଧି ପରେ ଏହାର ସମୟସୀମାକୁ ବୃଦ୍ଧି କରାଯିବ? ଏମିତି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଛି। କିନ୍ତୁ ଆପଣଙ୍କ ମନରେ ଆସୁଥିବା ଏହିସବୁ ପ୍ରଶ୍ନରେ ପୂର୍ଣ୍ଣଛେଦ ପକାଇଛନ୍ତି କ୍ୟାବିନେଟ ସଚିବ ରାଜୀବ ଗୋୱା। ସେ ସ୍ପଷ୍ଟ କରିଛନ୍ତି ଯେ ଦେଶବ୍ୟାପୀ ଲକଡାଉନ୍ ଅବଧି ଏପ୍ରିଲ ୧୪ ପରେ ଆଉ ବଢାଯିବନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.