ଲକ୍‌ ଡାଉନ୍‌ ସମୟରେ ଆଉ ରାସ୍ତାରେ ଅଟକି ରହିବନି ମାଲ ପରିବହନ ଗାଡି, ଏନେଇ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଲେ କେନ୍ଦ୍ର ଗୃହ ସଚିବ

ଲକ୍‌ ଡାଉନ୍‌ ସମୟରେ ଆଉ ରାସ୍ତାରେ ଅଟକି ରହିବନି ମାଲ ପରିବହନ ଗାଡି । ଜରୁରୀ ଏବଂ ଜରୁରୀ ନଥିବା ଜିନିଷ ଭିତରେ ଦେଖାଯିବନି ଫରକ୍‌ । ସବୁ ମାଲ ପରିବହନ ଗାଡିକୁ ଛଡାଯିବ । ଏନେଇ ସବୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା । ପୂର୍ବରୁ ଖାଦ୍ୟ ସାମଗ୍ରୀ ନେଇ ଯାଉଥିବା ଗାଡିକୁ ଛଡା ଯାଉଥିଲା । ଏବେ ଗ୍ରୋସରୀ, କ୍ଷୀର ଗାଡି, ପେପର ନେଇ ଯାଉଥିବା ଗାଡି ସହ ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ନେଇ ଆସୁଥିବା ଗାଡିକୁ ଛଡାଯିବ ।

letterପୂର୍ବରୁ ଏନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଥିଲେ, ଲକ୍‌ ଡାଉନ୍‌ ଯୋଗୁଁ ରାଜ୍ୟ ସୀମାରେ ମାଲ ପଡ଼ି ରହିଛି । ମାଲ ଗାଡ଼ି ଗୁଡ଼ିକ କିଲୋମିଟର କିଲୋମିଟର ବ୍ୟାପୀ ଛିଡା ହୋଇ ରହିଛନ୍ତି । ଫଳରେ ଆନ୍ତଃରାଜ୍ୟ ମାଲ୍‌ ପରିବହନ ବର୍ତ୍ତମାନ ପାଇଁ ସବୁଠୁ ବଡ ଆହ୍ଵାନ ହୋଇଛି । ଅତି ଜରୁରୀ ଏବଂ ଜରୁରୀ ନଥିବା ଜିନିଷ ଭିତରେ ଫରକ୍‌ ଦେଖୁଥିବାରୁ ଜରୁରୀ ଜିନିଷ ପହଞ୍ଚି ପାରୁ ନାହିଁ । ବର୍ତ୍ତମାନ ସମୟରେ ଏହାର ତାଲିକା କରିବା ମଧ୍ୟ ସହଜ ବ୍ୟାପାର ନୁହେଁ । ତେଣୁ ସାରା ଦେଶରେ ମାଲ ପରିବହନକୁ କୋହଳ କରିବା ଦିଗରେ ବିଚାର କରିବାକୁ ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.