ଲକଡାଉନ ସମୟରେ ପୋଲିସର ଲାଠିମାଡ଼ରୁ ରକ୍ଷା ପାଇବା ପାଇଁ ବ୍ୟକ୍ତି କଲେ ଏମିତି କାମ, କାମୁଡି ଦେଇଥିବା ସାପକୁ ଧରି ପହଞ୍ଚିଲେ ମେଡିକାଲରେ

ଯାଜପୁର ରୋଡ: ଯାଜପୁର ରୋଡରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଲକଡାଉନ ସମୟରେ ପୋଲିସର ଲାଠିମାଡ଼ରୁ ରକ୍ଷା ପାଇବା ପାଇଁ ନିକଟସ୍ଥ ବ୍ୟାସସରବର ବ୍ୟାସଦେବ ମନ୍ଦିରରେ ଆଶ୍ରା ନେଇଥିଲେ କେନ୍ଦୁଝର ଜିଲ୍ଲା ଘଟଗାଁ ଜାମୁପଶି ଅଞ୍ଚଳର ଶ୍ୟାମ ବେହେରା ନାମକ। ତେବେ ବ୍ୟକ୍ତି ଜଣଙ୍କ ଆଜି ମନ୍ଦିରରେ ଶୋଇଥିବା ସମୟରେ ଏକ ଚନ୍ଦନ ଵୋଡା ସାପ କାମୁଡି ଦେବାରୁ ସେ ଉକ୍ତ ସାପଟିକୁ ହାତରେ ଧରି ଦୁଇକିଲୋମିଟର ଚାଲି ଚାଲି ଯାଜପୁର ରୋଡ ମେଡିକାଲରେ ପହଞ୍ଚିଥିଲେ। ଡାକ୍ତର ତାଙ୍କୁ ସଂଗେ ସଂଗେ ଚିକିତ୍ସା କରିବା ସହ ସ୍ନେକ ହେଲ୍ପଲାଇନ କୁ ଡକାଇ ସାପଟିକୁ ହସ୍ତାନ୍ତର କରିଥିଲେ। ସମ୍ପୃକ୍ତ ବ୍ୟକ୍ତିଙ୍କର ଅବସ୍ଥାରେ ଅବନତି ଦେଖାଦେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଏହିଘଟଣା ସମ୍ପୃକ୍ତ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.