Below header

ଆଉ ଖସି ପାରିବେ ନାହିଁ ହୋମ କ୍ଵାରେଣ୍ଟାଇନରେ ଥିବା ଲୋକେ, ବମ୍ବେ ଆଇଆଇଟି ପ୍ରସ୍ତୁତ କଲା ସ୍ୱତନ୍ତ୍ର ଆପ

ମାରାତ୍ମକ କରୋନା ଭାଇରସ ଦାଉରୁ ରକ୍ଷା ପାଇବା ପାଇଁ ବମ୍ବେ ସ୍ଥିତ ଆଇଆଇଟିକୁ ବଡ ସଫଳତା ମିଳିଛି । ଏହି ଅନୁଷ୍ଠାନର ଏକ ଦଳ କୱାରେଣ୍ଟିନରୁ ଖସି ପଳାଉଥିବା ବ୍ୟକ୍ତି ମାନଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଆପ ପ୍ରସ୍ତୁତ କରିଛନ୍ତି । ଏହା ଜରିଆରେ ନିୟମ ନମାନି ପଳାଉଥିବା ବ୍ୟକ୍ତି ମାନଙ୍କୁ ସହଜରେ ଟ୍ରାକ କରାଯାଇ ପାରିବ । ଏହି ଟେକନିକ ଜରିଆରେ କ୍ଵାରେଣ୍ଟିନରେ ରହୁଥିବା ବ୍ୟକ୍ତି ସ୍ଥାନ ଛାଡିବା ମାତ୍ରେ ହିଁ ଏହି ଆପ ତାଙ୍କ ଉପରେ ନଜର ରଖିବା ଆରମ୍ଭ କରିଦେବ ।

 

2043 migrant workers return to Bolangir, placed under home ...

ଏଥିପାଇଁ ନିୟୋଜିତ ହୋଇଥିବା ଅଧିକାରୀ ମାନଙ୍କୁ ମେଶେଜ ବା ଇମେଲ ଜରିଆରେ ମେସେଜ ପହଂଚିଯିବ । ଏହା ଦାଉରୁ କିଛିଟା ବର୍ତ୍ତିବା ପାଇଁ ବିଦେଶ ଫେରନ୍ତା ବା ଅନ୍ୟ ରାଜ୍ୟରୁ ଆସିଥିବା ଅଥବା କରୋନା ସନ୍ଦିଗ୍ଧ ମାନଙ୍କୁ କ୍ଵାରେଣ୍ଟିଂନରେ ଅତି କମରେ ୧୪ ଦିନ ପର୍ଯ୍ୟନ୍ତ ରହିବାକୁ କୁହାଯାଉଛି । କିନ୍ତୁ କେତେ ଜଣ ନିୟମ ନମାନି ଖସି ପଳେଇଯିବାକୁ ଚେଷ୍ଟା କରୁଥିବା ନଜରକୁ ଆସୁଛି । ତେବେ ସେମାନଙ୍କ ଉପରେ ନଜର ରଖିବା ପାଇଁ ହିଁ ଏହି ଆପ ଟିକୁ ପ୍ରସ୍ତୁତ କରିଛନ୍ତି ଆଇଆଇଟିର ଏହି ଦଳ ।

quarantine app

କହିରଖିବା ଉଚିତ ହେବକି ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପି ୧୦୨୬ରେ ପହଂଚିଲାଣି । ଗତକାଲି ୧୦୦ ରୁ ଅଧିକ ପଜିଟିଭ ରିପୋର୍ଟ ଆସିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି । ଏଭିତରେ ମୃତ୍ୟୁ ସଂଖ୍ୟା ୨୭ରେ ପହଂଚିଛି । ଗତ ୨୪ ଘଣ୍ଟା ଭିତରେ ହିଁ ଆଠ ଆଠ ଜଣଙ୍କ ଜୀବନ ନେଇଛି ଏହି ମାରାତ୍ମକ ଭାଇରସ । ବର୍ତ୍ତମାନ ସୁଦ୍ଧା ୯୦୧ ଚିକିତ୍ସାଧୀନ ଥିବା ବେଳେ ୯୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଭିତରେ ୧୯୯ ଦେଶକୁ ବ୍ୟାପିଥିବା ଏହି ଭାଇରସରେ ୭ ଲକ୍ଷ ୨୨ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.