Below header

ମୁଣ୍ଡ ନେଉଛି କାରୋନା, ପ୍ରସିଦ୍ଧ ଆମେରିକୀୟ ଗାୟକ ଜୋ ଡିଫିଙ୍କର କାରୋନା ଭାଇରସରେ ମୃତ୍ୟୁ

ଗ୍ରେମୀ ଏବଂ ସିଏମଏ ଆୱାର୍ଡରେ ସମ୍ମାନିତ ପ୍ରସିଦ୍ଧ ଆମେରିକୀୟ ଗାୟକ ଜୋ ଡିଫିଙ୍କର କାରୋନା ଭାଇରସ କାରଣରୁ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା। ତାଙ୍କର ଜଣେ ଘନିଷ୍ଠ ତାଙ୍କର ନିଧନ ସମ୍ପର୍କରେ ସୂଚନା ଦେଇଛନ୍ତି।
ଗତ ଶୁକ୍ରବାର ଦିନ ତାଙ୍କୁ କାରୋନା ପଜିଟିଭ ଚିହ୍ନଟ କରାଯାଇଥିଲା, ଯାହା ପରେ ତାଙ୍କର ଚିକିତ୍ସା ଚାଲୁଥିଲା। ଡିଫି ଗତ ସପ୍ତାହରେ ହିଁ ନିଜ ଫ୍ୟାନ୍ସଙ୍କୁ କାରୋନା ମହାମାରୀ ଠାରୁ ସତର୍କ ଆଉ ସଚେତନ ରହିବାକୁ କହିଥିଲେ।

ମାର୍ଚ୍ଚ ଆରମ୍ଭରେ ସେ କାରୋନା ଭାଇରସ କାରଣରୁ ଜର୍ଜିଆରେ ଏକ କାର୍ଯ୍ୟକ୍ରମକୁ ସ୍ଥଗିତ ଜରିଦେଇଥିଲେ। ବର୍ଷ ୧୯୯୦ରେ ନିଜର ସୁମଧୁର ସଂଗୀତରେ ଲୋକଙ୍କ ମନରେ ହଇଚଇ ସୃଷ୍ଟି କରୁଥିଲେ। ତାଙ୍କର ହିଟ ଆଲବମ ଗୁଡିକ ହେଉଛି ‘ହୋମ’, ‘ଇଫ ଦ ଡେଭିଲ ଡ୍ୟାନ୍ସ’, ‘ଥର୍ଡ଼ ରକ ଫ୍ରମ ଦ ସନ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.