କିଛି କାମ ନଥାଇ ବୁଲୁଥିବାବେଳେ ଯୁବକଙ୍କୁ ଉଠବସ୍ କରାଇଲେ ଯାଜପୁର ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ, ପୋଲିସ ପ୍ରଶାସନକୁ କଲେ ଅବଗତ

ଯାଜପୁର: ସାରା ଦେଶରେ ଲକ ଡାଉନ ଜାରି ରହିଛି । ଏଭଳି କ୍ଷେତ୍ରରେ କିଛି ଯୁବକ ଜାରି ହୋଇଥିବା କଟକଣାକୁ ମାନୁନାହନ୍ତି । ଗତକାଲି ସଂଧ୍ୟାରେ ଯାଜପୁର ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ବରୀ ଅଂଚଳ ଗସ୍ତ କରିଥିଲେ । ଏହି ସମୟରେ କିଛି ଯୁବକ ବିନା କୈାଣସି କାମ ନଥାଇ ବଜାରରେ ବାଇକ୍ ଧରି ବୁଲୁଥିବା ଦେଖିବାକୁ ପାଇଥିଲେ । ସେଠାରେ ସେମାନଙ୍କୁ ଅଟକାଇ ଦଣ୍ଡ ସ୍ୱରୁପ ଉଠବସ କରାଇଥିଲେ । ପରେ ଏସଂପର୍କରେ ସ୍ଥାନୀୟ ପୋଲିସ ପ୍ରଶାସନକୁ ଅବଗତ କରାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.