ରାଜ୍ୟ

ଲକ୍ ଡାଉନ୍ ପୁରୀ ସହର, ବାହାର ଗାଡ଼ି ପ୍ରବେଶକୁ ମନା

ପୁରୀ: ଲକ୍ ଡାଉନ୍ ପୁରୀ ସହର | ପୁରୀ ସହରକୁ ୩ଟି ଜୋନ୍ ଏବଂ ଛଅଟି ସେକ୍ଟରରେ ବିଭକ୍ତ କରାଯାଇଛି | ଜଣେ ଡିଏସପି ପ୍ରତ୍ୟେକ ଜୋନ୍ ଦାୟିତ୍ବରେ ଅଛନ୍ତି। ଏହାଛଡ଼ା ପ୍ରତି ସେକ୍ଟର ଦାୟିତ୍ବରେ ଜଣେ ଇନ୍ସପେକ୍ଟର୍ ରହିଛନ୍ତି | ପୁରୀ ପୁଲିସ୍ ପକ୍ଷରୁ ୨୬ଟି ବ୍ଲକିଂ ପଏଣ୍ଟ ଚିହ୍ନଟ କରାଯାଇଛି ଏବଂ ସେଠାରେ ପୁଲିସ ନିୟୋଜିତ ହୋଇଛି | ସହରରେ ୨୦ଟି ମୋବାଇଲ୍ ପାର୍ଟି ଗତି କରୁଛି | ବାହାର ଗାଡ଼ିଗୁଡ଼ିକୁ ପୁରୀ ସହରକୁ ଛଡ଼ା ଯାଉନାହିଁ। ତେବେ କେବଳ ସ୍ବର୍ଗଦ୍ବାରକୁ ଯାଉଥିବା ଗାଡ଼ିକୁ ଛଡ଼ାଯାଉଛି।

ସମସ୍ତ ଖୋଲାଥିବା ଅନାବଶ୍ୟକ ଦୋକାନଗୁଡ଼ିକୁ ବନ୍ଦ କରାଯାଉଛି| ଆଜି ପୁରୀରେ ବସ୍ ଚଳାଚଳ ପ୍ରାୟତଃ ବନ୍ଦ ରହିଥିବା ଜଣାଯାଇଛି। ତେବେ ସକାଳେ ପୁରୀର ବଡ଼ଶଙ୍ଖଠାରେ ଥିବା ପରିବା ବଜାରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଅପରପକ୍ଷେ ‘କରୋନା’ ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ଶ୍ରୀମନ୍ଦିରରେ ଗତ ୨୦ ତାରିଖରୁ ଭକ୍ତଙ୍କ ଦର୍ଶନ ବନ୍ଦ କରି ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ ସଂପୂର୍ଣ୍ଣ ରୋକ୍ ଲଗାଯାଇଛି। ମହପ୍ରଭୁଙ୍କ ନୀତିକାନ୍ତି କିନ୍ତୁ ଯଥାରୀତି ଚାଲିଛି।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

11 hours ago