Below header

ଲକ୍ ଡାଉନ୍ ପୁରୀ ସହର, ବାହାର ଗାଡ଼ି ପ୍ରବେଶକୁ ମନା

ପୁରୀ: ଲକ୍ ଡାଉନ୍ ପୁରୀ ସହର | ପୁରୀ ସହରକୁ ୩ଟି ଜୋନ୍ ଏବଂ ଛଅଟି ସେକ୍ଟରରେ ବିଭକ୍ତ କରାଯାଇଛି | ଜଣେ ଡିଏସପି ପ୍ରତ୍ୟେକ ଜୋନ୍ ଦାୟିତ୍ବରେ ଅଛନ୍ତି। ଏହାଛଡ଼ା ପ୍ରତି ସେକ୍ଟର ଦାୟିତ୍ବରେ ଜଣେ ଇନ୍ସପେକ୍ଟର୍ ରହିଛନ୍ତି | ପୁରୀ ପୁଲିସ୍ ପକ୍ଷରୁ ୨୬ଟି ବ୍ଲକିଂ ପଏଣ୍ଟ ଚିହ୍ନଟ କରାଯାଇଛି ଏବଂ ସେଠାରେ ପୁଲିସ ନିୟୋଜିତ ହୋଇଛି | ସହରରେ ୨୦ଟି ମୋବାଇଲ୍ ପାର୍ଟି ଗତି କରୁଛି | ବାହାର ଗାଡ଼ିଗୁଡ଼ିକୁ ପୁରୀ ସହରକୁ ଛଡ଼ା ଯାଉନାହିଁ। ତେବେ କେବଳ ସ୍ବର୍ଗଦ୍ବାରକୁ ଯାଉଥିବା ଗାଡ଼ିକୁ ଛଡ଼ାଯାଉଛି।

ODISHAସମସ୍ତ ଖୋଲାଥିବା ଅନାବଶ୍ୟକ ଦୋକାନଗୁଡ଼ିକୁ ବନ୍ଦ କରାଯାଉଛି| ଆଜି ପୁରୀରେ ବସ୍ ଚଳାଚଳ ପ୍ରାୟତଃ ବନ୍ଦ ରହିଥିବା ଜଣାଯାଇଛି। ତେବେ ସକାଳେ ପୁରୀର ବଡ଼ଶଙ୍ଖଠାରେ ଥିବା ପରିବା ବଜାରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଅପରପକ୍ଷେ ‘କରୋନା’ ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ଶ୍ରୀମନ୍ଦିରରେ ଗତ ୨୦ ତାରିଖରୁ ଭକ୍ତଙ୍କ ଦର୍ଶନ ବନ୍ଦ କରି ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ ସଂପୂର୍ଣ୍ଣ ରୋକ୍ ଲଗାଯାଇଛି। ମହପ୍ରଭୁଙ୍କ ନୀତିକାନ୍ତି କିନ୍ତୁ ଯଥାରୀତି ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.