ଜନତାଙ୍କ ଫଣ୍ଡ ଏକାଠି କରିବା ପାଇଁ ସରକାରଙ୍କ ପ୍ରସ୍ତୁତି, ମହଙ୍ଗା ହେବ ପେଟ୍ରୋଲ ଓ ଡିଜେଲ

କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଲା ସୀତାରମଣ ଖୁବ ଶୀଘ୍ର କରୋନା ଭାଇରସ କାରଣରୁ ସଂକଟରେ ଥିବା ଅର୍ଥ ବ୍ୟବସ୍ଥାକୁ ସଜାଡ଼ିବା ପାଇଁ ନୂଆ ଘୋଷଣା କରିପାରନ୍ତି । କରୋନା ସଙ୍କଟ ସହ ଲଢ଼ିବା ପାଇଁ ସରକାର ଜନତାଙ୍କ ଜରିଆରେ ଆଦାୟ କରିବା ନେଇ ଆଶା କରାଯାଉଛି । ଏକ ଇଂରାଜୀ ଖବର କାଗଜ ରିପୋର୍ଟ ଅନୁଯାୟୀ, ଆଗକୁ ପେଟ୍ରୋଲ ଉପରେ ୧୮ ଟଙ୍କାର ଓ ଡିଜେଲ ଉପରେ ୧୨ ଟଙ୍କା ଏକସସାଇଜ ଡ୍ୟୁଟି ବଢାଯାଇପାରେ । ପ୍ରକୃତରେ ଅନ୍ତରାଷ୍ଟ୍ରୀୟ ବଜାରରେ ଦେଖାଯାଉଥିବା ଆର୍ଥିକ ସଙ୍କଟ କାରଣରୁ ସରକାର ଏକ୍ସସାଇଜ ଡ୍ୟୁଟିକୁ ବଢ଼ାଇ ନିଜ ଟ୍ରେଜେରି ଭରିବାକୁ ଚେଷ୍ଟା ଚଳାଇଛନ୍ତି ।

Image result for petrol and diesel

ଏହା ଦ୍ୱାରା କରୋନା ପରି ମହାମାରୀ ସହ ମୁକାବିଲା କରାଯାଇପାରିବ ବୋଲି ଖୋଦ ଅର୍ଥମନ୍ତ୍ରୀ ମତ ଦେଇଛନ୍ତି । କହିରଖିବା ଉଚିତ ହେବକି, ଗତ ମାର୍ଚ୍ଚ ୧୪ ତାରିଖରେ ହିଁ କେନ୍ଦ୍ର ସରକାର ଉଭୟ ପେଟ୍ରୋଲ ଓ ଡିଜେଲ ଉପରେ ସ୍ପେଶାଲ ଆଡିସିନାଲ ଏକ୍ସାଇଜ ଡ୍ୟୁଟି ହିସାବରେ ୨ ଟଙ୍କା ବଢାଇଥିଲେ । ଗୋଟେ ପରେ ବିଶ୍ୱ ସ୍ତରରେ ଏହି ପ୍ରାକୃତିକ ତୈଳ ଗୁଡିକର ମୂଲ୍ୟ ହ୍ରାସ ପାଇଥିବା ବେଳେ, ସରକାର ମୂଲ୍ୟ ହ୍ରାସ କରିବା ବଦଳରେ ଟ୍ରେଜେରି ଭରିବା ପାଇଁ ମୂଲ୍ୟ ବଢାଇବାକୁ ଚେଷ୍ଟା ଚଳାଇଛନ୍ତି । ଏହା ଦ୍ୱାରା, ଜନତାଙ୍କ ଉପରେ ଏକ୍ସାଇଜ ଡ୍ୟୁଟିର କୋୖଣସି ଅତିରିକ୍ତ ବୋଝ ପଡିବ ନାହିଁ ଓ ସହଜରେ ସରକାର ସଙ୍କଟ ସହ ଲଢ଼ିବା ପାଇଁ ଫଣ୍ଡ ଯୋଗାଡ କରିପାରିବେ ।

ଅନୁମାନ ଅନୁସାରେ ଯଦି ଏକ୍ସାଇଜ ଡ୍ୟୁଟି ହିସାବରେ ଲିଟର ପିଛା ସରକାର ଏକ ଟଙ୍କା ବି ମୂଲ୍ୟ ବଢ଼ାଯାଏ ତେବେ ବାର୍ଷିକ ୧୩,୦୦୦ କୋଟି ଟଙ୍କା ହାସଲ ହୋଇପାରିବ । କହିରଖିବା ଉଚିତକି କିଛି ଦିନ ପୂର୍ବରୁ ହିଁ କରୋନା ସଙ୍କଟ ନେଇ ପିଏମ ମୋଦି ଇକୋନୋମିକ ରେସପନ୍ସ ଫୋର୍ସ ଗଠନ କରାଯିବ ବୋଲି ଏକ ସମାବେଶରେ ସୂଚନା ଦେଇଥିଲେ ।

 

Leave A Reply

Your email address will not be published.