ପିଠିରେ ଗାର୍ଲଫ୍ରେଣ୍ଡଙ୍କ ସ୍ଥାୟୀ ଟାଟୁ ଆଙ୍କିଲେ ଏହି ଯୁବକ, ଲାଗିଲା ୨୪ ଘଣ୍ଟା, ଏବେ ଫଟୋ ଭାଇରଲ

ଗାର୍ଲଫ୍ରେଣ୍ଡକୁ ଖୁସି କରିବା ପାଇଁ ଭିଏତନାମର ଜଣେ ଯୁବକ ନିଜ ପିଠିରେ ତାଙ୍କ ଟାଟୁ ଆଙ୍କିଛନ୍ତି । ଏହି ଟାଟୁ ଆଙ୍କିବା ପାଇଁ ୨୨ ବର୍ଷୀୟ ନୂଆଙ୍ଗ ବନ ଲେମଙ୍କୁ ୨୪ ଘଣ୍ଟା ସମୟ ଲାଗିଥିଲା । ୩ଟି ଅଲଗା ଅଲଗା ସେଶନରେ ଟାଟୁ ତିଆରି କରାଯାଇଥିଲା । ପ୍ରଥମେ ଗତବର୍ଷ ନଭେମ୍ବରରେ ୮ ଘଣ୍ଟାରେ ଲେମ ଟାଟୁର କିଛି ଅଂଶ ଖୋଦେଇଥିଲେ । ତାପରେ ଦ୍ୱିତୀୟ ଏବଂ ତୃତୀୟ ସେଶନରେ ଯଥାକ୍ରମେ ୭ ଓ ୯ ଘଣ୍ଟାରେ ଗାର୍ଲଫ୍ରେଣ୍ଡ ଲୁଆଙ୍ଗ ନେ ନାନଙ୍କ ପୂରା ଟାଟୁ ଆଙ୍କି ହୋଇଥିଲା ।

cvv

ଯେତେବେଳେ ଲେମ ଗାର୍ଲଫ୍ରେଣ୍ଡକୁ ଏହି ଟାଟୁ ଦେଖାଇଥିଲେ, ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପୂର୍ବରୁ ବି ଲେମ ଲୁଆଙ୍ଗଙ୍କ ନାଁ ଏବଂ ଜନ୍ମ ତାରିଖ ନିଜ ଛାତିରେ ଆଙ୍କିଛନ୍ତି। ତେବେ ସୋସିଆଲ ମିଡିଆରେ ଏହି ଫଟୋ ଖୁବ ଭାଇରଲ ହେଉଛି ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.