Categories: ରାଜ୍ୟ

ରାଜ୍ୟରେ ସରିଛି ନିର୍ବାଚନ, ୪ଟି ପର୍ଯ୍ୟାୟରେ ହୋଇଛି ମତଦାନ

କେନ୍ୟୁଜ୍ : ରାଜ୍ୟରେ ସରିଛି ନିର୍ବାଚନ । ୪ଟି ପର୍ଯ୍ୟାୟରେ ମତଦାନ ହୋଇଛି । ନିଜ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇଛନ୍ତି ଭୋଟର । ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା, ଦ୍ୱିତୀୟ ପର୍ଯ୍ୟାୟରେ ୫ଟି ଲୋକସଭା, ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ୬ଟି ଲେଖାଏଁ ଲୋକସଭା ଓ ଏହା ଅଧିନରେ ଆସୁଥିବା ବିଧାନସଭା ପାଇଁ ଭୋଟ୍‌ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଚଳିତ ଥର ୭୩.୮୨ ପ୍ରତିଶତ ମତଦାନ ହୋଇଛି । ୨୦୧୪ରେ ୭୪.୫୭ ପ୍ରତିଶତ ମତଦାନ ହୋଇଥିଲା । ୨୦୧୪ ଅନୁସାରେ ୨୦୧୯ରେ ୦. ୭୫ ପ୍ରତିଶତ ହ୍ରାସ ହୋଇଛି ମତଦାନ ।

ପ୍ରଥମ ପର୍ଯ୍ୟାୟରେ ହୋଇଥିବା କଳାହାଣ୍ଡି ଲୋକସଭାରେ ୨୦୧୪ରେ ୭୫.୭୦ ପ୍ରତିଶତ ମତଦାନ ହୋଇଥିଲା । ୨୦୧୯ରେ ଏହା ୦.୨୭ ପ୍ରତିଶତ ବୃଦ୍ଧି ହୋଇ ୭୫. ୯୭ ପ୍ରତିଶତ ହୋଇଛି । ସେହିପରି ନବରଙ୍ଗପୁରରେ ୨୦୧୪ ନିର୍ବାଚନରେ ୭୮. ୭୨ ପ୍ରତିଶତ ମତଦାନ ହୋଇଥିଲା । ୨୦୧୯ରେ ୭୮. ୮୯ ପ୍ରତିଶତ ମତଦାନ ହୋଇଛି । ୨୦୧୪ ତୁଳନାରେ ୨୦୧୯ରେ ୦. ୧୭ ପ୍ରତିଶତ ବୃଦ୍ଧି ହୋଇଛି । ବ୍ରହ୍ମପୁରରେ ୨୦୧୪ରେ ୬୭. ୮୯ ମତଦାନ ହୋଇଥିବା ବେଳେ ୨୦୧୯ରେ ୨.୨୪ ପ୍ରତିଶତ ହ୍ରାସ ପାଇ ୬୫. ୬୫ ପ୍ରତିଶତ ହୋଇଛି । କୋରାପୁଟ୍‌ରେ ୨୦୧୪ରେ ୭୬.୦୧ ପ୍ରତିଶତ ମତଦାନ ହୋଇଥିବା ବେଳେ ୨୦୧୯ରେ ୧.୨୪ ପ୍ରତିଶତ ହ୍ରାସ ପାଇ ୭୪. ୭୭ ପ୍ରତିଶତ ହୋଇଛି ।ସେହିପରି ପ୍ରଥମ ପର୍ଯ୍ୟାୟରେ ହୋଇଥିବା ବରଗଡ଼ ଲୋକସଭା କ୍ଷେତ୍ରରେ ୨୦୧୪ରେ ୭୮.୫୩ ପ୍ରତିଶତ ଭୋଟ୍‌ ହୋଇଥିଲା । ୨୦୧୯ରେ ୭୭.୭୨ ପ୍ରତିଶତ ମତଦାନ ହୋଇଛି । ୨୦୧୪ ତୁଳନାରେ ୨୦୧୯ରେ ମତଦାନ ୦.୮୧ ପ୍ରତିଶତ ହ୍ରାସ ପାଇଛି ।

ଦ୍ୱିତୀୟ ପର୍ଯ୍ୟାୟରେ ୫ଟି ଲୋକସଭା ଓ ଏହା ଅଧିନରେ ଥିବା ବିଧାନସଭା ପାଇଁ ଭୋଟ୍‌ ହୋଇଛି । ଚଳିତ ଥର ଦ୍ୱିତୀୟ ପର୍ଯ୍ୟାୟରେ ୭୨.୫୬ ପ୍ରତିଶତ ମତଦାନ ହୋଇଛି । ୨୦୧୪ରେ ୭୨.୪୩ ପ୍ରତିଶତ ମତଦାନ ହୋଇଥିଲା । ଚଳିତ ଥର ୦.୧୩ ପ୍ରତିଶତ ବୃଦ୍ଧି ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ବରଗଡ଼ ଲୋକସଭା କ୍ଷେତ୍ରରେ ୨୦୧୪ରେ ୭୮.୫୩ ପ୍ରତିଶତ ଭୋଟ୍‌ ହୋଇଥିଲା । ୨୦୧୯ରେ ୭୭.୭୨ ପ୍ରତିଶତ ମତଦାନ ହୋଇଛି । ୨୦୧୪ ତୁଳନାରେ ୨୦୧୯ରେ ମତଦାନ ୦.୮୧ ପ୍ରତିଶତ ହ୍ରାସ ପାଇଛି । ୨୦୧୪ରେ ସୁନ୍ଦରଗଡ଼ରେ ୭୧. ୬୬ ପ୍ରତିଶତ ମତଦାନ ହୋଇଥିଲା । ୨୦୧୯ ଏହା ୦.୧୩ ପ୍ରତିଶତ ହ୍ରାସ ପାଇ ୭୧. ୫୩ ପ୍ରତିଶତ ଭୋଟ୍‌ ହୋଇଥିଲା । ବଲାଙ୍ଗିରରେ ୨୦୧୪ରେ ୭୪. ୭୦ ପ୍ରତିଶତ ଭୋଟ୍‌ ହୋଇଥିଲା । ୨୦୧୯ରେ ୭୪. ୩୮ ପ୍ରତିଶତ ମତଦାନ ହୋଇଛି । ୨୦୧୪ ଅନୁସାରେ ୨୦୧୯ରେ ୦.୩୨ ପ୍ରତିଶତ ହ୍ରାସ ହୋଇଛି । କନ୍ଧମାଳରେ ୨୦୧୪ରେ ୭୩.୪୯ ପ୍ରତିଶତ ମତଦାନ ହୋଇଥିଲା । ୨୦୧୯ରେ ୦. ୬୧ ପ୍ରତିଶତ ହ୍ରାସ ପାଇ ୭୨. ୮୮ ପ୍ରତିଶତ ହୋଇଛି । ସେହିପରି ଆସିକାରେ ୨୦୧୪ରେ ୬୩. ୬୫ ପ୍ରତିଶତ ଭୋଟ୍‌ ହୋଇଛି । ଚଳିତ ଥର ଏହା ୨.୨୪ ପ୍ରତିଶତ ବୃଦ୍ଧି ହୋଇ ୬୫.୮୯ ପ୍ରତିଶତ ହୋଇଛି ।

ତୃତୀୟ ପର୍ଯ୍ୟାୟରେ ୭୧.୬୨ ପ୍ରତିଶତ ମତଦାନ ହୋଇଛି । ୨୦୧୪ରେ ୭୨.୪୫ ପ୍ରତିଶତ ମତଦାନ ହୋଇଥିଲା । ୨୦୧୪ ଅନୁସାରେ ୦.୮୩ ପ୍ରତିଶତ ହ୍ରାସ ହୋଇଛି । ସମ୍ବଲପୁରରେ ୨୦୧୪ରେ ୭୫. ୬୯ ପ୍ରତିଶତ ଭୋଟ୍‌ ହୋଇଥିଲା । ୨୦୧୯ରେ ୦.୭୨ ପ୍ରତିଶତ ବୃଦ୍ଧି ପାଇଁ ୭୬.୪୧ ପ୍ରତିଶତ ହୋଇଛି । କେନ୍ଦୁଝରରେ ୨୦୧୪ରେ ୮୦.୭୦ ପ୍ରତିଶତ ମତଦାନ ହୋଇଥିଲା । ୨୦୧୯ରେ ୨.୫୪ ପ୍ରତିଶତ ହ୍ରାସ ପାଇ ୭୮.୧୬ ପ୍ରତିଶତ ହୋଇଛି । ଢେଙ୍କାନାଳରେ ୨୦୧୪ରେ ୭୬.୫୬ ପ୍ରତିଶତ ମତଦାନ ହୋଇଥିଲା । ୨୦୧୯ରେ ୭୪.୯୮ ପ୍ରତିଶତ ଭୋଟ୍‌ ହୋଇଛି । ୨୦୧୪ ଅନୁସାରେ ୧.୫୮ ପ୍ରତିଶତ ହ୍ରାସ ହୋଇଛି । କଟକରେ ୨୦୧୪ରେ ୭୧.୪୭ ପ୍ରତିଶତ ଭୋଟ୍‌ ହୋଇଥିଲା । ଚଳିତ ଥର ଏହା ୧.୮୨ ପ୍ରତିଶତକୁ ହ୍ରାସ ପାଇ ୬୯.୬୫ ପ୍ରତିଶତ ହୋଇଛି । ପୁରୀରେ ୨୦୧୪ରେ ୭୪. ୦୦ ପ୍ରତିଶତ ହୋଇଥିଲା । ୨୦୧୯ରେ ଏହା ୧.୪୭ ପ୍ରତିଶତ ହ୍ରାସ ପାଇ ୭୨.୫୩ ପ୍ରତିଶତ ହୋଇଛି । ସେହିପରି ଭୁବନେଶ୍ୱରରେ ୨୦୧୪ରେ ୫୮.୨୩ ପ୍ରତିଶତ ହୋଇଥିଲା । ୨୦୧୯ରେ ଏହା ୧.୩୭ ପ୍ରତିଶତ ବୃଦ୍ଧି ହୋଇ ୫୯.୬୦ ପ୍ରତିଶତ ହୋଇଛି ।

ଚତୁର୍ଥ ତଥା ଶେଷ ପର୍ଯ୍ୟାୟରେ ୬ଟି ଲୋକସଭା ଓ ଏହା ଅଧିନରେ ଥିବା ବିଧାନସଭା ପାଇଁ ଭୋଟ୍‌ ହୋଇଥିଲା । ଏହି ପର୍ଯ୍ୟାୟରେ ୭୪.୩୮ ପ୍ରତିଶତ ମତଦାନ ହୋଇଛି । ୨୦୧୪ରେ ୭୫.୪୫ ପ୍ରତିଶତ ଭୋଟ୍‌ ହୋଇଥିଲା । ୨୦୧୪ ଅନୁସାରେ ଭୋଟ୍‌ ପ୍ରତିଶତ ୧.୦୭ ହ୍ରାସ ପାଇଛି । ଚତୁର୍ଥ ପର୍ଯ୍ୟାୟରେ ମୟୂରଭଞ୍ଜରେ ୨୦୧୪ରେ ୭୯.୨୫ ପ୍ରତିଶତ ମତଦାନ ହୋଇଥିଲା । ୨୦୧୯ରେ ୨.୨୩ ପ୍ରତିଶତ ହ୍ରାସ ପାଇ ୭୭.୦୨ ହୋଇଛି । ବାଲେଶ୍ୱରରେ ୨୦୧୪ରେ ୭୬.୮୨ ପ୍ରତିଶତ ଭୋଟ୍‌ ହୋଇଥିଲା । ୨୦୧୯ରେ ୧.୨୭ ପ୍ରତିଶତ ହ୍ରାସ ପାଇ ୭୫.୫୫ ପ୍ରତିଶତ ହୋଇଛି । ଭଦ୍ରକରେ ୨୦୧୪ରେ ୭୩.୪୩ ପ୍ରତିଶତ ଲୋକ ମତଦାନ ସାବ୍ୟସ୍ତ କରିଥିଲେ । ୨୦୧୯ରେ ୦.୦୫ ପ୍ରତିଶତ ବୃଦ୍ଧି ହୋଇ ୭୩.୪୮ ପ୍ରତିଶତ ହୋଇଛି । ଯାଜପୁରରେ ୨୦୧୪ରେ ୭୫. ୨୨ ପ୍ରତିଶତ ଭୋଟ୍‌ ହୋଇଥିଲା । ୨୦୧୯ରେ ୧.୪୬ ପ୍ରତିଶତ ହ୍ରାସ ପାଇଁ ୭୩. ୭୬ ପ୍ରତିଶତ ମତଦାନ ହୋଇଛି । କେନ୍ଦ୍ରାପଡ଼ାରେ ୨୦୧୪ରେ ୭୩. ୨୩ ପ୍ରତିଶତ ମତଦାନ ହୋଇଥିଲା । ୨୦୧୯ରେ ୭୨. ୨୩ ପ୍ରତିଶତ ମତଦାନ ହୋଇଛି । ୨୦୧୪ ଅନୁସାରେ ୧ ପ୍ରତିଶତ ହ୍ରାସ ହୋଇଛି । ଜଗତସିଂହପୁରରେ ୨୦୧୪ରେ ୭୫.୩୦ ପ୍ରତିଶତ ଭୋଟ୍‌ ହୋଇଥିଲା । ୨୦୧୯ରେ ୦.୬୯ ପ୍ରତିଶତ ହ୍ରାସ ହୋଇ ୭୪. ୬୧ ପ୍ରତିଶତ ହୋଇଛି ।

KNews Bureau

Recent Posts

ପେଟ୍ରୋଲ-ଡିଜେଲ ଦର : ଚେକ୍ କରନ୍ତୁ ମୂଲ୍ୟରେ କେତେ ହେଲା ପରିବର୍ତ୍ତନ

ଭୁବନେଶ୍ୱର ପେଟ୍ରୋଲ ଦରରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି । ସେହିପରି ଦେଶ ଅନ୍ୟ କିଛି ସ୍ଥାନରେ ଦର ଖସି…

21 mins ago

ପୁଣି ବଢିଲା ସୁନା ଦର, ଏବେ କିଣି ନିଅନ୍ତୁ ଆଗକୁ ଆହୁରି ବଢିବ!

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

33 mins ago

ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍; ଜଣେ ମୃତ, ୧୦ ଆହତ

ଯାଜପୁର (କେନ୍ୟୁଜ): ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍ । ଜଣେ ମୃତ, ୧୦ ଆହତ । ଯାଜପୁର ୧୬ନଂ…

47 mins ago

ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା, ଶେଷ ହେବ ତିନି ରଥର ଚକ ଅଖ ଡେରା ନୀତି

ପୁରୀ (କେନ୍ୟୁଜ): ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା । ଶ୍ରୀକ୍ଷେତ୍ରରେ ସମ୍ପୂର୍ଣ୍ଣ ହେବ ତିନି ରଥର ଚକ ଅଖ ଡେରା…

1 hour ago

ପୁଣି କଲବଲ କଲାଣି ଗରମ ଓ ଗୁଳୁଗୁଳି, ଆଜି ହିଟ ୱେଭ ପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ପୁଣି କଲବଲ କଲାଣି ଗରମ ଓ ଗୁଳୁଗୁଳି ।  ବାୟୁମଣ୍ଡଳରେ ଆଦ୍ରତା ବୃଦ୍ଧି ପାଇଥିବାରୁ ଅଧିକ ଗୁଳୁଗୁଳି…

1 hour ago

ଶେଷ ପର୍ଯ୍ୟାୟ ନିର୍ବାଚନ: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର (କେନ୍ୟୁଜ): ଓଡିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ପାଇଁ କ୍ୟାମ୍ପେନ ଘମାସାନ । ଆଜି ଓଡ଼ିଶାର ୩ଟି ସ୍ଥାନରେ…

1 hour ago