Below header

ରାଜ୍ୟରେ ସରିଛି ନିର୍ବାଚନ, ୪ଟି ପର୍ଯ୍ୟାୟରେ ହୋଇଛି ମତଦାନ

କେନ୍ୟୁଜ୍ : ରାଜ୍ୟରେ ସରିଛି ନିର୍ବାଚନ । ୪ଟି ପର୍ଯ୍ୟାୟରେ ମତଦାନ ହୋଇଛି । ନିଜ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇଛନ୍ତି ଭୋଟର । ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା, ଦ୍ୱିତୀୟ ପର୍ଯ୍ୟାୟରେ ୫ଟି ଲୋକସଭା, ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ୬ଟି ଲେଖାଏଁ ଲୋକସଭା ଓ ଏହା ଅଧିନରେ ଆସୁଥିବା ବିଧାନସଭା ପାଇଁ ଭୋଟ୍‌ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଚଳିତ ଥର ୭୩.୮୨ ପ୍ରତିଶତ ମତଦାନ ହୋଇଛି । ୨୦୧୪ରେ ୭୪.୫୭ ପ୍ରତିଶତ ମତଦାନ ହୋଇଥିଲା । ୨୦୧୪ ଅନୁସାରେ ୨୦୧୯ରେ ୦. ୭୫ ପ୍ରତିଶତ ହ୍ରାସ ହୋଇଛି ମତଦାନ ।

1st phaseପ୍ରଥମ ପର୍ଯ୍ୟାୟରେ ହୋଇଥିବା କଳାହାଣ୍ଡି ଲୋକସଭାରେ ୨୦୧୪ରେ ୭୫.୭୦ ପ୍ରତିଶତ ମତଦାନ ହୋଇଥିଲା । ୨୦୧୯ରେ ଏହା ୦.୨୭ ପ୍ରତିଶତ ବୃଦ୍ଧି ହୋଇ ୭୫. ୯୭ ପ୍ରତିଶତ ହୋଇଛି । ସେହିପରି ନବରଙ୍ଗପୁରରେ ୨୦୧୪ ନିର୍ବାଚନରେ ୭୮. ୭୨ ପ୍ରତିଶତ ମତଦାନ ହୋଇଥିଲା । ୨୦୧୯ରେ ୭୮. ୮୯ ପ୍ରତିଶତ ମତଦାନ ହୋଇଛି । ୨୦୧୪ ତୁଳନାରେ ୨୦୧୯ରେ ୦. ୧୭ ପ୍ରତିଶତ ବୃଦ୍ଧି ହୋଇଛି । ବ୍ରହ୍ମପୁରରେ ୨୦୧୪ରେ ୬୭. ୮୯ ମତଦାନ ହୋଇଥିବା ବେଳେ ୨୦୧୯ରେ ୨.୨୪ ପ୍ରତିଶତ ହ୍ରାସ ପାଇ ୬୫. ୬୫ ପ୍ରତିଶତ ହୋଇଛି । କୋରାପୁଟ୍‌ରେ ୨୦୧୪ରେ ୭୬.୦୧ ପ୍ରତିଶତ ମତଦାନ ହୋଇଥିବା ବେଳେ ୨୦୧୯ରେ ୧.୨୪ ପ୍ରତିଶତ ହ୍ରାସ ପାଇ ୭୪. ୭୭ ପ୍ରତିଶତ ହୋଇଛି ।ସେହିପରି ପ୍ରଥମ ପର୍ଯ୍ୟାୟରେ ହୋଇଥିବା ବରଗଡ଼ ଲୋକସଭା କ୍ଷେତ୍ରରେ ୨୦୧୪ରେ ୭୮.୫୩ ପ୍ରତିଶତ ଭୋଟ୍‌ ହୋଇଥିଲା । ୨୦୧୯ରେ ୭୭.୭୨ ପ୍ରତିଶତ ମତଦାନ ହୋଇଛି । ୨୦୧୪ ତୁଳନାରେ ୨୦୧୯ରେ ମତଦାନ ୦.୮୧ ପ୍ରତିଶତ ହ୍ରାସ ପାଇଛି ।

2nd phaseଦ୍ୱିତୀୟ ପର୍ଯ୍ୟାୟରେ ୫ଟି ଲୋକସଭା ଓ ଏହା ଅଧିନରେ ଥିବା ବିଧାନସଭା ପାଇଁ ଭୋଟ୍‌ ହୋଇଛି । ଚଳିତ ଥର ଦ୍ୱିତୀୟ ପର୍ଯ୍ୟାୟରେ ୭୨.୫୬ ପ୍ରତିଶତ ମତଦାନ ହୋଇଛି । ୨୦୧୪ରେ ୭୨.୪୩ ପ୍ରତିଶତ ମତଦାନ ହୋଇଥିଲା । ଚଳିତ ଥର ୦.୧୩ ପ୍ରତିଶତ ବୃଦ୍ଧି ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ବରଗଡ଼ ଲୋକସଭା କ୍ଷେତ୍ରରେ ୨୦୧୪ରେ ୭୮.୫୩ ପ୍ରତିଶତ ଭୋଟ୍‌ ହୋଇଥିଲା । ୨୦୧୯ରେ ୭୭.୭୨ ପ୍ରତିଶତ ମତଦାନ ହୋଇଛି । ୨୦୧୪ ତୁଳନାରେ ୨୦୧୯ରେ ମତଦାନ ୦.୮୧ ପ୍ରତିଶତ ହ୍ରାସ ପାଇଛି । ୨୦୧୪ରେ ସୁନ୍ଦରଗଡ଼ରେ ୭୧. ୬୬ ପ୍ରତିଶତ ମତଦାନ ହୋଇଥିଲା । ୨୦୧୯ ଏହା ୦.୧୩ ପ୍ରତିଶତ ହ୍ରାସ ପାଇ ୭୧. ୫୩ ପ୍ରତିଶତ ଭୋଟ୍‌ ହୋଇଥିଲା । ବଲାଙ୍ଗିରରେ ୨୦୧୪ରେ ୭୪. ୭୦ ପ୍ରତିଶତ ଭୋଟ୍‌ ହୋଇଥିଲା । ୨୦୧୯ରେ ୭୪. ୩୮ ପ୍ରତିଶତ ମତଦାନ ହୋଇଛି । ୨୦୧୪ ଅନୁସାରେ ୨୦୧୯ରେ ୦.୩୨ ପ୍ରତିଶତ ହ୍ରାସ ହୋଇଛି । କନ୍ଧମାଳରେ ୨୦୧୪ରେ ୭୩.୪୯ ପ୍ରତିଶତ ମତଦାନ ହୋଇଥିଲା । ୨୦୧୯ରେ ୦. ୬୧ ପ୍ରତିଶତ ହ୍ରାସ ପାଇ ୭୨. ୮୮ ପ୍ରତିଶତ ହୋଇଛି । ସେହିପରି ଆସିକାରେ ୨୦୧୪ରେ ୬୩. ୬୫ ପ୍ରତିଶତ ଭୋଟ୍‌ ହୋଇଛି । ଚଳିତ ଥର ଏହା ୨.୨୪ ପ୍ରତିଶତ ବୃଦ୍ଧି ହୋଇ ୬୫.୮୯ ପ୍ରତିଶତ ହୋଇଛି ।

3rd phaseତୃତୀୟ ପର୍ଯ୍ୟାୟରେ ୭୧.୬୨ ପ୍ରତିଶତ ମତଦାନ ହୋଇଛି । ୨୦୧୪ରେ ୭୨.୪୫ ପ୍ରତିଶତ ମତଦାନ ହୋଇଥିଲା । ୨୦୧୪ ଅନୁସାରେ ୦.୮୩ ପ୍ରତିଶତ ହ୍ରାସ ହୋଇଛି । ସମ୍ବଲପୁରରେ ୨୦୧୪ରେ ୭୫. ୬୯ ପ୍ରତିଶତ ଭୋଟ୍‌ ହୋଇଥିଲା । ୨୦୧୯ରେ ୦.୭୨ ପ୍ରତିଶତ ବୃଦ୍ଧି ପାଇଁ ୭୬.୪୧ ପ୍ରତିଶତ ହୋଇଛି । କେନ୍ଦୁଝରରେ ୨୦୧୪ରେ ୮୦.୭୦ ପ୍ରତିଶତ ମତଦାନ ହୋଇଥିଲା । ୨୦୧୯ରେ ୨.୫୪ ପ୍ରତିଶତ ହ୍ରାସ ପାଇ ୭୮.୧୬ ପ୍ରତିଶତ ହୋଇଛି । ଢେଙ୍କାନାଳରେ ୨୦୧୪ରେ ୭୬.୫୬ ପ୍ରତିଶତ ମତଦାନ ହୋଇଥିଲା । ୨୦୧୯ରେ ୭୪.୯୮ ପ୍ରତିଶତ ଭୋଟ୍‌ ହୋଇଛି । ୨୦୧୪ ଅନୁସାରେ ୧.୫୮ ପ୍ରତିଶତ ହ୍ରାସ ହୋଇଛି । କଟକରେ ୨୦୧୪ରେ ୭୧.୪୭ ପ୍ରତିଶତ ଭୋଟ୍‌ ହୋଇଥିଲା । ଚଳିତ ଥର ଏହା ୧.୮୨ ପ୍ରତିଶତକୁ ହ୍ରାସ ପାଇ ୬୯.୬୫ ପ୍ରତିଶତ ହୋଇଛି । ପୁରୀରେ ୨୦୧୪ରେ ୭୪. ୦୦ ପ୍ରତିଶତ ହୋଇଥିଲା । ୨୦୧୯ରେ ଏହା ୧.୪୭ ପ୍ରତିଶତ ହ୍ରାସ ପାଇ ୭୨.୫୩ ପ୍ରତିଶତ ହୋଇଛି । ସେହିପରି ଭୁବନେଶ୍ୱରରେ ୨୦୧୪ରେ ୫୮.୨୩ ପ୍ରତିଶତ ହୋଇଥିଲା । ୨୦୧୯ରେ ଏହା ୧.୩୭ ପ୍ରତିଶତ ବୃଦ୍ଧି ହୋଇ ୫୯.୬୦ ପ୍ରତିଶତ ହୋଇଛି ।

4th phaseଚତୁର୍ଥ ତଥା ଶେଷ ପର୍ଯ୍ୟାୟରେ ୬ଟି ଲୋକସଭା ଓ ଏହା ଅଧିନରେ ଥିବା ବିଧାନସଭା ପାଇଁ ଭୋଟ୍‌ ହୋଇଥିଲା । ଏହି ପର୍ଯ୍ୟାୟରେ ୭୪.୩୮ ପ୍ରତିଶତ ମତଦାନ ହୋଇଛି । ୨୦୧୪ରେ ୭୫.୪୫ ପ୍ରତିଶତ ଭୋଟ୍‌ ହୋଇଥିଲା । ୨୦୧୪ ଅନୁସାରେ ଭୋଟ୍‌ ପ୍ରତିଶତ ୧.୦୭ ହ୍ରାସ ପାଇଛି । ଚତୁର୍ଥ ପର୍ଯ୍ୟାୟରେ ମୟୂରଭଞ୍ଜରେ ୨୦୧୪ରେ ୭୯.୨୫ ପ୍ରତିଶତ ମତଦାନ ହୋଇଥିଲା । ୨୦୧୯ରେ ୨.୨୩ ପ୍ରତିଶତ ହ୍ରାସ ପାଇ ୭୭.୦୨ ହୋଇଛି । ବାଲେଶ୍ୱରରେ ୨୦୧୪ରେ ୭୬.୮୨ ପ୍ରତିଶତ ଭୋଟ୍‌ ହୋଇଥିଲା । ୨୦୧୯ରେ ୧.୨୭ ପ୍ରତିଶତ ହ୍ରାସ ପାଇ ୭୫.୫୫ ପ୍ରତିଶତ ହୋଇଛି । ଭଦ୍ରକରେ ୨୦୧୪ରେ ୭୩.୪୩ ପ୍ରତିଶତ ଲୋକ ମତଦାନ ସାବ୍ୟସ୍ତ କରିଥିଲେ । ୨୦୧୯ରେ ୦.୦୫ ପ୍ରତିଶତ ବୃଦ୍ଧି ହୋଇ ୭୩.୪୮ ପ୍ରତିଶତ ହୋଇଛି । ଯାଜପୁରରେ ୨୦୧୪ରେ ୭୫. ୨୨ ପ୍ରତିଶତ ଭୋଟ୍‌ ହୋଇଥିଲା । ୨୦୧୯ରେ ୧.୪୬ ପ୍ରତିଶତ ହ୍ରାସ ପାଇଁ ୭୩. ୭୬ ପ୍ରତିଶତ ମତଦାନ ହୋଇଛି । କେନ୍ଦ୍ରାପଡ଼ାରେ ୨୦୧୪ରେ ୭୩. ୨୩ ପ୍ରତିଶତ ମତଦାନ ହୋଇଥିଲା । ୨୦୧୯ରେ ୭୨. ୨୩ ପ୍ରତିଶତ ମତଦାନ ହୋଇଛି । ୨୦୧୪ ଅନୁସାରେ ୧ ପ୍ରତିଶତ ହ୍ରାସ ହୋଇଛି । ଜଗତସିଂହପୁରରେ ୨୦୧୪ରେ ୭୫.୩୦ ପ୍ରତିଶତ ଭୋଟ୍‌ ହୋଇଥିଲା । ୨୦୧୯ରେ ୦.୬୯ ପ୍ରତିଶତ ହ୍ରାସ ହୋଇ ୭୪. ୬୧ ପ୍ରତିଶତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.