ଘୋଡା ଉପରେ ବରଯାତ୍ରୀଙ୍କ ନାଗିନ୍ ଡାନ୍ସ , ଭିଡିଓ ହେଲା ଭାଇରାଲ

ମୁମ୍ବାଇ: ବାହାଘରରେ ବରଯାତ୍ରୀଙ୍କ ଭୂମିକା କିଛି ଖାସ୍ ରହିଥାଏ । ବରଯାତ୍ରୀଙ୍କ ବିନା ବାହାଘର ଜମିନଥାଏ । ବିଭିନ୍ନ ଗୀତର ତାଳେ ତାଳେ ବରଯାତ୍ରୀମାନେ ବରକୁ ସାଥୀରେ ନେଇ କନ୍ୟା ଘରକୁ ଯାଇଥାନ୍ତି । ତେବେ ସବୁ ଗୀତ ମାନଙ୍କ ମଧ୍ୟରେ ପ୍ରତି ବାହାଘରରେ ନାଗିନ୍ ଗୀତ ବାଜିବାଟା ଥୁଆ । ଏହା ପ୍ରାୟ ବରଯାତ୍ରୀମାନଙ୍କର ପ୍ରିୟ ଗୀତ ହୋଇଥାଏ । ତେବେ ଏମିତି ଏକ ବରଯାତ୍ରୀଙ୍କ ବିଷୟରେ ଏଠାରେ କହିବାକୁ ଯାଉଛୁ ଯାହାଙ୍କର ନାଗିନ୍ ଡାନ୍ସ ର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏପରି ନାଗିନ୍ ଡାନ୍ସ ଆପଣ ଅନ୍ୟ କୌଣସି ବରଯାତ୍ରୀରେ କେବେ ଦେଖିନଥିବେ । ଯାହାକୁ ଦେଖିବା ପରେ ଆପଣ ନିଜ ହସକୁ ଆୟତ କରିପାରିବେ ନାହିଁ ।

ଦେଖନ୍ତୁ ଭିଡିଓ:

ଏହି ଭିଡିଓକୁ ଜଣେ ୟୁଜର ନିଜ ଟ୍ୱିଟର୍ ପେଜରେ ସେୟାର୍ କରିଥିଲେ। ଭିଡିଓରେ ଘୋଡ଼ା ଉପରେ ବର ବସିଛନ୍ତି ଏବଂ ବର ଆଗରେ ଜଣେ ବ୍ୟକ୍ତି ବସି ନାଗିନ୍ ଡାନ୍ସ କରୁଛନ୍ତି। ଏଭଳି ନାଗିନ୍ ଡାନ୍ସ କରୁଛନ୍ତି ଯାହା ଆପଣ କୌଣସି ବାହାଘରରେ ଦେଖି ନଥିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.