Below header

ବଦଳିପାରେ ଭାରତୀୟ ସେନାର ପୋଷାକ

ନୂଆଦିଲ୍ଲୀ: ବଦଳିପାରେ ଭାରତୀୟ ସେନାର ପୋଷାକ । କିପରି ଯବାନଙ୍କ ପୋଷାକ ଅଧିକ ଆରାମଦାୟକ ହେବ ସେନେଇ ଆରମ୍ଭ ହୋଇଯାଇଛି ପ୍ରୟାସ। ଏଥିପାଇଁ ସେନା ମୁଖ୍ୟାଳୟ ପକ୍ଷରୁ ସେନାର ଅଧିକାରୀମାନଙ୍କୁ ପରାମର୍ଶ ମଗାଯାଇଛି ।

ସୂଚନା ମୁତାବକ, ସେନା ମୁଖ୍ୟାଳୟ ପାଖାପାଖି ୧୧ଟି ନିର୍ଦ୍ଦେଶାଳୟକୁ ଏ ନେଇ ପରାମର୍ଶ ମାଗିଛି । ଅନ୍ୟ ଦେଶ ଭଳି ଭାରତୀୟ ସେନାର ମଧ୍ୟ ପୋଷାକର ରଙ୍ଗ ବଦଳିପାରେ । ସାର୍ଟ ଓ ପ୍ୟାଣ୍ଟର ଭିନ୍ନ ରଙ୍ଗ ହୋଇପାରେ ବୋଲି ଆଲୋଚନା ଚାଲିଛି । ଏବେ ଯବାନମାନେ ପିନ୍ଧୁଥିବା ପୋଷାକର କାନ୍ଧରେ ଲାଗିଥିବା ବ୍ୟାଚରୁ ସେମାନଙ୍କ ପଦବୀ ବାବଦରେ ଜଣାପଡ଼ିଥାଏ । କିନ୍ତୁ ଆମେରିକା ଓ ଯୁକ୍ତରାଜ୍ୟର ସେନା ପୋଷାକରେ ଲାଗିଥିବା ପ୍ରତୀକରୁ ପଦବୀ ବାବଦରେ ଜଣାପଡ଼ିନଥାଏ ବୋଲି ଜଣେ ସେନାଧିକାରୀ କହିଛନ୍ତି ।

ବଡ କଥା ହେଉଛି କି, ପାଣିପାଗକୁ ନଜରରେ ରଖି ପୋଷାକ ବଦଳେଇବା ଉପରେ ଗୁରୁତ୍ୱ ଦିଆଯାଉଛି । କାରଣ ପାଣିପାଗ ପରିବର୍ତ୍ତନ ସାଙ୍ଗକୁ ବର୍ତ୍ତମାନ ପିନ୍ଧୁଥିବା ଟେରିକୋଟ ଫାଇବର ବ୍ୟବହାର ଗରମ ପରିସ୍ଥିତି ପାଇଁ ଅନୁକୂଳ ନୁହେଁ । ଯାହାକୁ ଆଖିରେ ରଖି ସବୁ ପାଣିପାଗକୁ ସୁହାଇବା ଭଳି ପୋଷାକ କାରାଯିବା ପାଇଁ ଆଲୋଚନା ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.