ଆଜି ଲଞ୍ଚ ହେବାକୁ ଯାଉଛି OnePlus 7 ଏବଂ OnePlus 7Pro , ଜାଣନ୍ତୁ ମୂଲ୍ୟ ଏବଂ ଫିଚର

ନୂଆଦିଲ୍ଲୀ : ଆଜି ଲଣ୍ଡନ, ନ୍ୟୁୟର୍କ ଏବଂ ଭାରତର ବାଙ୍ଗାଲୁରୁରେ ଏକାସାଙ୍ଗରେ oneplus 7 ସିରିଜର ଫ୍ଳାଗସିପ ସ୍ମାର୍ଟଫୋନ OnePlus 7 ଏବଂ OnePlus 7Pro ଲଞ୍ଚ କରାଯିବ। ଖୁବ ସମୟ ହେଲା ଏହି ଦୁଇ ଦମଦାର ସ୍ମାର୍ଟଫୋନର ଅପେକ୍ଷା କରୁଥିଲେ ଗ୍ରାହକ। ତେବେ ଏବେ ସେହି ଅପେକ୍ଷାର ଅନ୍ତ ଘଟିଛି। oneplus 7କୁ କମ୍ପାନୀର ପୂର୍ବ ସଫଳ ଡିଭାଇସ OnePlus 6Tର ଅପଗ୍ରେଟେଡ ମୋବାଇଲ କୁହାଯାଉଛି। ତେବେ ସମସ୍ତ ଗ୍ରାହକଙ୍କର ଖାସ ନଜର OnePlus 7Pro ଉପରେ ରହିଛି। କମ୍ପାନୀର କହିବାନୁଯାୟୀ ଏବେ ବଜାରରେ ଉପଲବ୍ଧ ସମସ୍ତ ପ୍ରିମିୟମ୍ ସ୍ମାର୍ଟଫୋନ ମାନଙ୍କ ମଧ୍ୟରେ ସବୁଠାରୁ ଶ୍ରେଷ୍ଠ OnePlus 7Pro ରହିବ।

one plus 1

କେମିତି ଦେଖିବେ ଲଞ୍ଚ ଇଭେଣ୍ଟ ଲାଇଭ 

ଆଜି ଲାଇଭ ଲଞ୍ଚ ଇଭେଣ୍ଟ ଭାରତର ବାଙ୍ଗାଲୁରୁର ଇଣ୍ଟରନ୍ୟାସନାଲ ଏଗଜିବିସନ ସେଣ୍ଟରରେ ରଖାଯାଇଛି। ଏହି ଇଭେଣ୍ଟ ଭାରତୀୟ ସମୟ ମୁତାବକ ରାତି ୮ଟା ୧୫ମିନିଟରେ ଆରମ୍ଭ ହେବ। କମ୍ପାନୀର ଅଫିସିଆଲ ୟୁଟ୍ବୁବ ଚ୍ୟାନେଲରେ ଏହାକୁ ଲାଇଭ ଦେଖାଯାଇ ପାରିବ। ଗତ ମାସର ଏହି ଲାଇଭ ଇଭେଣ୍ଟର ଟିକେଟର ବିକ୍ରି ମାତ୍ର ୯୯୯ଟଙ୍କାରେ କରାଯାଇଥିଲା। ମାତ୍ର କିଛି ସେକେଣ୍ଡରେ ଇଭେଣ୍ଟର ସମସ୍ତ ଟିକେଟ ବିକ୍ରି ହୋଇଯାଇଥିଲା।

OnePlus-7

କଣ ରହିପାରେ ଫିଚର

One Plus 7Pro ସ୍ମାର୍ଟଫୋନ ପ୍ରିମିୟମ୍ ଫିଚର ସହ ଲଞ୍ଚ କରିବ। ଏଥିରେ ୯୦ଐଚ୍ଛ ରିଫ୍ରେସ ରେଟ ଡିସପ୍ଳେ, ରିୟର ପ୍ୟାନେଲରେ ଟ୍ରିପଲ କ୍ୟାମେରା ସେଟଅପ ରହିବ। ଏଥିସହ ପପଅପ୍ ସେଲଫି କ୍ୟାମେରା ମଧ୍ୟ ଏଥିରେ ସାମିଲ କରାଯାଇଛି। ସ୍ମାର୍ଟଫୋନଟି ୫ଜି ସପୋର୍ଟ ବିଶିଷ୍ଟ ରହିବ। ଲଞ୍ଚ ହେବାକୁ ଥିବା OnePlus 7 ଏବଂ OnePlus 7Proର ପ୍ରତିଦ୍ବନ୍ଦିତା ବଜାରରେ ଥିବା ଏବଂ ଆଦି ପ୍ରିମିୟମ୍ ଡିଭାଇସ ସହ ହେବ।

oneplus 2

ଏହି ଦୁଇ ଦମଦାର ମୋବାଇଲର ପ୍ରିବୁକିଂ ଆମାଜନ୍ ସପିଂ ସାଇଟରେ ଆରମ୍ଭ କରାଯାଇଛି। ଏହାର ପ୍ରିବୁକିଂ ପାଇଁ ଗ୍ରାହକଙ୍କୁ ୧୦୦୦ ଟଙ୍କା ଦେବାକୁ ପଡୁଥିଲା। ଆମାଜନ ବ୍ୟତୀତ ଏହାକୁ ଅଫଲାଇନ ରିଲାଏନ୍ସ ଡିଜିଟାଲ ଷ୍ଟୋର ଏବଂ କ୍ରୋମା ଆଦିରେ ମଧ୍ୟ କିଣାଯାଇପାରିବ। ଆପଣଙ୍କୁ ଜଣାଇବାକୁ ଚାହିଁବୁ OnePlus 7 ର ପ୍ରାରମ୍ଭିକ ମୂଲ୍ୟ ୩୮,୯୯୯ ଟଙ୍କା ରହିଥିବା ବେଳେ OnePlus 7Proର ପ୍ରାରମ୍ଭିକ ମୂଲ୍ୟ ୪୯,୯୯୯ଟଙ୍କା ରହିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.