ରାଜ୍ୟ

ଲୁଟେରାଙ୍କ ଆତଙ୍କରାଜରୁ ବର୍ତ୍ତିଲେନି ଆଇପିଏସଙ୍କ ପରିବାର, ବାଲେଶ୍ୱର ଏସ୍‌ପି ସାଗରିକା ନାଥଙ୍କ ବାପା-ମାଆଙ୍କୁ ଆକ୍ରମଣ

ଭୁବନେଶ୍ବର(କେନ୍ୟୁଜ୍): ଆଇପିଏସ୍‌ଙ୍କ ବାପା-ମାଆଙ୍କୁ ଆକ୍ରମଣ। ପୂର୍ବତନ ଭୁବନେଶ୍ୱର ଟ୍ରାଫିକ ଡିସିପି ତଥା ବର୍ତ୍ତମାନର ବାଲେଶ୍ୱର ଏସ୍‌ପି ସାଗରିକା ନାଥଙ୍କ ପରିବାର ଉପରେ ଆକ୍ରମଣ ହୋଇଛି। ମିଳିଥିବା ସୂଚନା ଅନସାରେ ଗତକାଲି ରାତିରେ ସାଗରିକାଙ୍କ ବାପା-ମାଆ ଏକ କାର୍‌ରେ ଆମ୍ରି ହସ୍‌ପିଟାଲ ନିକଟରୁ ଫେରୁଥିଲେ। ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କୁ ଦୀର୍ଘ ସମୟ ଧରି ବାଇକ୍‌ରେ ପିଛି କରିବା ପରେ ଘାଟିକିଆସ୍ଥିତ ଏକ ନିର୍ଜନ ଅଞ୍ଚଳରେ ଅଟକାଇଥିଲେ। ଦୁର୍ବୃତ୍ତ ଦୁଇଜଣ ତାଙ୍କ କାର୍‌ ଆଗରେ ବାଇକ୍‌ ରଖିଦେଇଥିଲେ। ପରେ ଦମ୍ପତ୍ତିଙ୍କୁ କାରରୁ ଓହ୍ଲାଇ ଟଣାଓଟରା କରିଥିଲେ।

ପାଖରେ ଯାହା ଟଙ୍କା , ମୋବାଇଲ ଓ ସୁନା ଜିନିଷ ଅଛି ଦେଇଦେବାକୁ ଧମକାଇଥିଲେ। କିନ୍ତୁ ସାଗିରକାଙ୍କ ବାପା ଦୁର୍ବୃତ୍ତମାନଙ୍କୁ ବାଧା ଦେବାରୁ ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଅଭିଯୁକ୍ତମାନେ ରାଗରେ ଦମ୍ପତିଙ୍କୁ ଆକ୍ରମଣ କରିଥିଲେ। ପାଟି ଶୁଣି କିଛି ଲୋକ ପହଞ୍ଚି ଯିବାରୁ ଭୟରେ ଲୁଟେରାମାନେ ସେଠାରୁ ଚମ୍ପଟ ମାରିଥିଲେ। ଖବରପାଇ ଭରତପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦମ୍ପତିଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ। ପ୍ରତିଦିନ ରାଜଧାନୀରେ ଲୁଟ୍‌, ଛିନତାଇ ଭଳି ଘଟଣା ଘଟିଚାଲିଥିବାରୁ ଭୟଭୀତ ହୋଇ ରହିଛନ୍ତି ରାଜଧାନୀ ବାସିନ୍ଦା।

KNews Bureau

Recent Posts

ଗାଡ଼ି ଚଲାଇବା ସମୟରେ ମୋବାଇଲରେ ହେଉଥିଲେ କଥା, ଗାଡ଼ି ସହ ମୋବାଇଲ୍ ଜବତ

ଭୁବନେଶ୍ୱର : ଅମାନିଆଙ୍କୁ କମିସନରେଟ ପୋଲିସର ଆକ୍ସନ । ଗାଡ଼ି ଚଲାଇବା ସମୟରେ ମୋବାଇଲରେ କଥା ହେଉଥିବା ବେଳେ ଗାଡ଼ି…

13 mins ago

ସର୍ଜରୀ ପରେ ମହିଳାଙ୍କ ପେଟରୁୁ ବାହାରିଲା ୨.୫ କେଜିର ଚୁଟି

ଆଜିକାଲି ରୋଗରେ ପିଡ଼ିତ ହେବା ସାଧାରଣ କଥା ହୋଇଗଲାଣି । ଷ୍ଟୋନ୍‌ ଆଉ ଟ୍ୟୁମର ପ୍ରାୟତଃ ସମସ୍ତଙ୍କୁ ହେଉଛି ।…

20 mins ago

ଅରୁଣାଚଳ ପ୍ରଦେଶରେ ବାଜି ମାରିଲା ବିଜେପି, ୪୬ ସିଟରେ ମିଳିଲା ବିଜୟ

ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବାଜି ମାରିଛି ବିଜେପି । ବିଜେପି ପୁଣିଥରେ ଅରୁଣାଚଳ ପ୍ରଦେଶରେ ୪୬ ସିଟରେ ବିଜୟ…

25 mins ago

ଏହି ସବୁ ଜୀବ ଘର ପାଇଁ ହୋଇଥାନ୍ତି ଅଶୁଭ, ଦେଇଥାନ୍ତି ବିପତ୍ତିର ସଙ୍କେତ

ଯେତେବେଳେ ବି ଆମେ କୌଣସି କାର୍ଯ୍ୟ କରିବା ପାଇଁ ବାହାରିଥାଉ, ଆମ ମୂଳ ଉଦ୍ଦେଶ୍ୟ ହୋଇଥାଏ ସେହି କାର୍ଯ୍ୟକୁ ସଂପୂର୍ଣ୍ଣ…

29 mins ago

ଗତକାଲି ଡ୍ୟୁଟି ସାରି ଘରକୁ ଫେରିଥିଲେ, ଆଜି ଡାକ୍ତରଙ୍କ ମିଳୁନି ପତ୍ତା

କାଲିମେଳା : ଘରେ ମୋବାଇଲ ଆଉ ବାଇକ୍ ଅଛି । ହେଲେ ଘରେ ନାହାଁନ୍ତି ଡାକ୍ତର ବାବୁ । ଗତକାଲି…

42 mins ago

ନାକରେ ଟାଇପିଂ କରି ହାସଲ କଲେ ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡ, ଚାରିଆଡ଼େ ହେଉଛି ଚର୍ଚ୍ଚା

ଅନେକ ଲୋକ ଏପରି ଅଛନ୍ତି ଯେଉଁମାନଙ୍କ ଟାଇଫିଂ ସ୍ପିଡ୍‌ ବହୁତ ଅଧିକ ରହିଥାଏ । ଆପଣ ବି କେବେ ନା…

56 mins ago