ରାଜ୍ୟ

ଆସୁଛି ବଡ଼ ବର୍ଷା: ବଙ୍ଗୋପସାଗରରେ ଦାନା ବାନ୍ଧିବ ଲଘୁଚାପ, ପାଣିପାଗ ବିଭାଗ ପୂର୍ବାନୁମାନ

ଭୁବନେଶ୍ୱର (କେନ୍ୟୁଜ):  ଆସୁଛି ବଡ଼ ବର୍ଷା । ବଙ୍ଗୋପସାଗରରେ ଦାନା ବାନ୍ଧିବ ଲଘୁଚାପ । ଆସନ୍ତା ୪ ତାରିଖ ବେଳରୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ୩ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା ବିସ୍ତତି । ଉପକୂଳବର୍ତ୍ତୀ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ୩ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିକୁ ପ୍ରବଳ ବର୍ଷା ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଛି । ୪ ତାରିଖରେ ବର୍ଷା ପରିମାଣ ଅଧିକ ରହିବ । ଏଥିପାଇଁ ୧୫ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଓଡ଼ିଶାରେ ଜୁନ ମାସରେ ନିଅଣ୍ଟିଆ ବର୍ଷା ହୋଇଛି । ୧୬୩.୭ ମିମି ବର୍ଷା ହୋଇଛି ଜୁନ ମାସରେ । ଯାହା ସ୍ୱାଭାବିକଠାରୁ ୨୨ ପ୍ରତିଶତ କମ୍‌ । ଅଧିକାଂଶ ଉପକୂଳ ସହ ଦକ୍ଷିଣ ଓ ଉତ୍ତର ଓଡିଶାରେ କମ ବର୍ଷା ହୋଇଛି । ୨୦ ଜିଲ୍ଲାରେ ରେକର୍ଡ ହୋଇଛି ନିଅଣ୍ଟିଆ କିମ୍ବା ଅଧିକ ନିଅଣ୍ଟିଆ ବର୍ଷା । କଳାହାଣ୍ଡି, କନ୍ଧମାଳ ଓ ରାୟଗଡ଼ ଜିଲ୍ଲାରେ ନିଅଣ୍ଟ ପରିମାଣ ଅତ୍ୟଧିକ ରହିଛି । ଏହି ତିନି ଜିଲ୍ଲାରେ ନିଅଣ୍ଟ ପରିମାଣ ୬୦ ପ୍ରତିଶତରୁ ଅଧିକ । ସେପଟେ ୪ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ୬ ଜିଲ୍ଲାରେ ଅଧିକ କିମ୍ବା ଅତ୍ୟଧିକ ବର୍ଷା ହୋଇଛି । ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଜୁଲାଇରେ ଭଲ ବର୍ଷିବ । ଓଡ଼ିଶାରେ ସ୍ୱାଭାବିକ କିମ୍ବା ତାଠାରୁ ଅଧିକ ବର୍ଷା ସମ୍ଭାବନା ରହିଛି ।

Barsha

Recent Posts

ଜମ୍ମୁ-କାଶ୍ମୀର: କଠୁଆ ଏନ୍‌କାଉଣ୍ଟରରେ ଆଉ ଜଣେ ଆତଙ୍କୀ ସଫା, ବ୍ୟାଗ୍‌ରୁ ମିଳିଲା ପାକିସ୍ତାନୀ ଚକୋଲେଟ୍‌

ଜମ୍ମୁ-କାଶ୍ମୀରର କଠୁଆରେ ପୁଣି ଜଣେ ଆତଙ୍କୀ ସଫା । ଏଠାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଚାଲିଥିବା ଗୁଳି…

19 mins ago

ଭାରତ ଠାରୁ ପାକିସ୍ତାନ ମ୍ୟାଚ ହାରିବା ପରେ ଲୋକଙ୍କ କମେଣ୍ଟ ନେଉଥିଲେ ୟୁଟ୍ୟୁବର, ରାଗରେ ଗୁଳି କରିଦେଲେ ସିକ୍ୟୁରିଟି ଗାର୍ଡ

ଭାରତ-ପାକିସ୍ତାନ ମଧରେ ଜୁନ୍‌ ୯ ତାରିଖ ନ୍ୟୁୟର୍କରେ ଟି୨୦ ବିଶ୍ୱକପ ମ୍ୟାଚ ଖେଳାଯାଇଥିଲା । ଭାରତ ଏହି ମ୍ୟାଚକୁ ୬…

26 mins ago

ପଶ୍ଚିମବଙ୍ଗରେ ୪ ବର୍ଷର ଝିଅକୁ ବାର୍ଡ ଫ୍ଲୁ, ସତର୍କ କଲା WHO

ବିଶ୍ୱର ଅନେକ ଦେଶରେ ବାର୍ଡ ଫ୍ଲୁ ମାମଲା ବଢ଼ି ଚାଲିଛି । ଆମେରିକାରୁ ନେଇ ୟୁରୋପ ପର୍ଯ୍ୟନ୍ତ ସବୁଠି ଏହି…

36 mins ago

ପ୍ରଶାନ୍ତ ଜଗଦ୍ଦେବଙ୍କୁ ହାଇକୋର୍ଟରୁ ବଡ଼ ଆଶ୍ବସ୍ତି, ମିଳିଲା ନିୟମିତ ଜାମିନ

ଖୋର୍ଦ୍ଧା (କେନ୍ୟୁଜ): ପ୍ରଶାନ୍ତ ଜଗଦ୍ଦେବଙ୍କୁ ନିୟମିତ ଜାମିନ । ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ହାଇକୋର୍ଟରୁ ବଡ଼ ଆଶ୍ବସ୍ତି ।…

40 mins ago

ରାଣୀ ଭଳି ସଜେଇ ହୋଇ ଶାଶୁଘର ଯାଇଥିଲେ, ୪ ମାସ ପରେ ମିଳିଲା ମୃତଦେହ

ବଣାଇ (କେନ୍ୟୁଜ) : ଆଖିରେ ଆଖି ଏ ସ୍ୱପ୍ନ ଧରି ବଧୂ ବେଶରେ ସଜେଇ ହେଇଥିଲା । ସବୁର ଝିଅଙ୍କ…

49 mins ago

ବଦଳିଲା ଛୁଟି ନିର୍ଦ୍ଦେଶନାମା, ଛୁଟିରେ ଥିଲେ ବି ଫୋନ ଯୋଗେ ସମ୍ପର୍କରେ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର (କେନ୍ୟୁଜ): ସରକାରୀ ଅଧିକାରୀଙ୍କୁ ଛୁଟି ନିର୍ଦ୍ଦେଶନାମାରେ ଆଂଶିକ ପରିବର୍ତ୍ତନ । ୩୦ ଜୁନ୍ ଯାଏ ସରକାରୀ ଅଧିକାରୀଙ୍କୁ ଛୁଟି…

57 mins ago