ରାଜ୍ୟ

ବରଗଡ଼ ଆଖିଫୁଟା ଗାଁ ଟ୍ରିପଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ, ପୋଷ୍ୟପୁତ୍ର ନକରିବାରୁ ଘଟାଇଥିଲା ନାରକୀୟ କାଣ୍ଡ

ବରଗଡ଼(କେନ୍ୟୁଜ୍): ପୋଷ୍ୟପୁତ୍ର ନକରିବାରୁ ଟ୍ରିପଲ ମର୍ଡର। ବରଗଡ଼ ଜିଲ୍ଲା ଆଖିଫୁଟା ଗାଁରେ ସ୍ୱାମୀ ଓ ଦୁଇ ପତ୍ନୀଙ୍କୁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ଛତିଶଗଡ଼ରୁ ମୁଖ୍ୟ ଅଭିଯୁକ୍ତ ବାସୁଦେବ ସାହୁକୁ ଗିରଫ କରିଛି ବରଗଡ଼ ପୋଲିସ । ସେହିପରି ବାସୁଦେବ ରଖିଥିବା ଚୋରି ସୁନାକୁ କିଣିଥିବା ଅଭିଯୋଗରେ ଶ୍ରବଣ ରଣାଙ୍କୁ ମଧ୍ୟ ଗିରଫ କରାଯାଇଛି । ଗତ ୧୮ ତାରିଖ ଆଖିଫୁଟା ଗାଁରେ ବନ୍ଦ ଘରୁ ଟଙ୍କଧର ସାହୁ ଓ ତାଙ୍କ ଦୁଇ ପତ୍ନୀ ଦ୍ରୌପଦୀ ସାହୁ ଏବଂ ମାଧବୀ ସାହୁଙ୍କ ମୃତଦେହ ଉଦ୍ଧାର କରିଥିଲା ଭେଡେନ ଥାନା ପୋଲିସ ।

ପୋଷ୍ୟପୁତ୍ର ଭାବେ ଗ୍ରହଣ ନ କରିବାରୁ ମୁଖ୍ୟ ଅଭିଯୁକ୍ତ ବାସୁଦେବ ଆକ୍ରାଶମୂଳକ ଭାବେ ଏହି ହତ୍ୟାକାଣ୍ଡ କରିଛି । ଟଙ୍କଧର ସାହୁଙ୍କ ସାତ ଏକର ଜମି ସହ ଘର ବାଡ଼ି ଥିଲା । ତାଙ୍କର କୌଣସି ସନ୍ତାନ ନଥିବାରୁ ବାସୁଦେବକୁ ସେ ପୁଅ ଭାବେ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲେ । ହେଲେ ବାସୁଦେବ ନିଶାସକ୍ତ ଯୋଗୁଁ ଟଙ୍କଧର ସାହୁ ତାକୁ ପୁଅ ଭାବେ ଗ୍ରହଣ କରିବାକୁ ମନା କରିଦେଇଥିଲା । ଫଳରେ ରାତିରେ ଶୋଇଥିବା ବେଳେ ଟଙ୍କଧର ଓ ତାଙ୍କ ଦୁଇ ପତ୍ନୀଙ୍କୁ ବାସୁଦେବ ହତ୍ୟା କରିଥିଲା । ବରଗଡ଼ ଏସପି ପ୍ରହଲ୍ଲାଦ ସାହାଇ ମୀନା ଏହି ସୂଚନା ଦେଇଛନ୍ତି ।

 

KNews Bureau

Recent Posts

ଟାୱାର ଖୁଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ମୃତ୍ୟୁର କାରଣ ଅସ୍ପଷ୍ଟ

ନୂଆଗଡ : ଯୁବକ ଜଣକ ନୂଆଗଡ ଗାଁର କୈଳାଶ ସୁବୁଦ୍ଧିଙ୍କ ପୁଅ ନାରାୟଣ ସୁବୁଦ୍ଧି ବୋଲି ଜଣାପଡିଛି । ମୃତ୍ୟୁର…

8 mins ago

ବିବାହ ବନ୍ଧନରେ ଆବଦ୍ଧ ହେଲେ ଭେଙ୍କଟେଶ ଆୟର, ଶ୍ରୁତି ରଘୁନାଥନଙ୍କ ଧରିଲେ ହାତ

ଭାରତୀୟ ଟିମ୍‌ର ଖେଳାଳି ତଥା କୋଲକାତା ନାଇଟ୍ ରାଇଡର୍ସ(KKR)ର ଷ୍ଟାର୍ ଅଲରାଉଣ୍ଡର ଭେଙ୍କଟେଶ ଆୟର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି…

11 mins ago

ଗରମରୁ ଏଭଳି ବଞ୍ଚାନ୍ତୁ ନିଜ ଫୋନ, ନଚେତ ହୋଇପାରେ ଅନେକ ସମସ୍ୟା

ଗ୍ରୀଷ୍ମ ଋତୁ ଆସିବା ସହିତ ଇଲେକ୍ଟ୍ରୋନିକ୍ ଡିଭାଇସରେ ଅଗ୍ନି ଏବଂ ବିସ୍ଫୋରଣ ଘଟଣା ମଧ୍ୟ ବଢ଼ିବାରେ ଲାଗିଛି । ଶୀତ…

33 mins ago

ଗାଡ଼ି ଚଲାଇବା ସମୟରେ ମୋବାଇଲରେ ହେଉଥିଲେ କଥା, ଗାଡ଼ି ସହ ମୋବାଇଲ୍ ଜବତ

ଭୁବନେଶ୍ୱର : ଅମାନିଆଙ୍କୁ କମିସନରେଟ ପୋଲିସର ଆକ୍ସନ । ଗାଡ଼ି ଚଲାଇବା ସମୟରେ ମୋବାଇଲରେ କଥା ହେଉଥିବା ବେଳେ ଗାଡ଼ି…

48 mins ago

ସର୍ଜରୀ ପରେ ମହିଳାଙ୍କ ପେଟରୁୁ ବାହାରିଲା ୨.୫ କେଜିର ଚୁଟି

ଆଜିକାଲି ରୋଗରେ ପିଡ଼ିତ ହେବା ସାଧାରଣ କଥା ହୋଇଗଲାଣି । ଷ୍ଟୋନ୍‌ ଆଉ ଟ୍ୟୁମର ପ୍ରାୟତଃ ସମସ୍ତଙ୍କୁ ହେଉଛି ।…

56 mins ago

ଅରୁଣାଚଳ ପ୍ରଦେଶରେ ବାଜି ମାରିଲା ବିଜେପି, ୪୬ ସିଟରେ ମିଳିଲା ବିଜୟ

ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବାଜି ମାରିଛି ବିଜେପି । ବିଜେପି ପୁଣିଥରେ ଅରୁଣାଚଳ ପ୍ରଦେଶରେ ୪୬ ସିଟରେ ବିଜୟ…

1 hour ago