ରାଜ୍ୟ

ମେକ ମାଇଁ ଟ୍ରିପ ଓ ଓୟୋକୁ ଆର୍ଥିକ ଦଣ୍ଡାଦେଶ ଦେଇଛନ୍ତି କଟକ ଖାଉଟି ଅଦାଲତ

କଟକ : ଠିକ୍‌ ରେ ସେବା ନ ଦେଲେ ଦଣ୍ଡ ଦେବ ଖାଉଟି ଅଦାଲତ । ତେଣୁ ଅତିଥିଙ୍କୁ ସେବା ଯୋଗାଇବାରେ କରନ୍ତୁନି ଅବହେଳା । ସମ୍ପୃକ୍ତ କମ୍ପାନୀଙ୍କୁ ମହଙ୍ଗା ପଡ଼ିଲା ଠିକ୍‌ ଭାବେ ସର୍ଭିସ ନ ଯୋଗାଇବା । ଏବେ ଗଣିବେ ତଣ୍ଡ । ମେକ ମାଇଁ ଟ୍ରିପ ଓ ଓୟୋ ରେ ରହିବା ପାଇଁ କରିଥିଲେ ବୁକିଂ । ବୁକିଂ ସମୟରେ ଖାଦ୍ୟ ଯୋଗାଇବା ପାଇଁ ଟଙ୍କା ନେଇଥିଲେ ସମ୍ପୃକ୍ତ କମ୍ପାନୀ । ହେଲେ ଅତିଥିଙ୍କୁ ଦେଇନଥିଲେ କୌଣସି ଖାଦ୍ୟ । ଯେଉଁଥିପାଇଁ ଅଦାଲତର ଦ୍ୱାରସ୍ଥ ହୋଇଥିଲେ ଦୁଇ ଆଇନଜୀବୀ । ଯାହାର ଶୁଣାଣି କରି ମେକ ମାଇଁ ଟ୍ରିପ ଓ ଓୟୋକୁ ଆର୍ଥିକ ଦଣ୍ଡାଦେଶ ଦେଇଛନ୍ତି କଟକ ଖାଉଟି ଅଦାଲତ ।

ଠକାମିର ଶିକାର ହୋଇଥିବା ଦୁଇ ଆଇନଜୀବୀଙ୍କୁ ମାନସିକ ଯନ୍ତ୍ରଣା ଦେଇଥିବାରୁ ୩୦ ହଜାର ଟଙ୍କା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଖାଲି ଏତିକି ନୁହେଁ ସେମାନଙ୍କର ମକଦ୍ଦମା ଖର୍ଚ୍ଚ ବାବଦକୁ ୨୦ ହଜାର ଟଙ୍କା ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି କଟକ ଖାଉଟି ଅଦାଲତ । ଏହା ସହ ୨ ହଜାର ୫୨୬ ଟଙ୍କା ବୁକିଙ୍ଗ ହୋଇଥିବା ଟଙ୍କା ମଧ୍ୟ ଫେରାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ । ମୋଟ ଉପରେ ୫୨ ହଜାର ୫୨୬ ଟଙ୍କା ଫେରାଇବା ପାଇଁ ସମ୍ପୃକ୍ତ କମ୍ପାନୀଙ୍କୁ ନିର୍ଦ୍ଦେଶ ଦେଲେ କଟକ ଖାଉଟି ଅଦାଲତ ।

ତେବେ କୌଣସି କାମରେ ଦୁଇ ଆଇନଜୀବୀ ରହିବା ପାଇଁ ୨ ହଜାର ୫୨୬ ଟଙ୍କା ଦେଇ ମେକ ମାଇଁ ଟ୍ରିପ ଜରିଆରେ ଓୟୋରେ ବୁକିଙ୍ଗ କରିଥିଲେ । ଏହି ବୁକିଙ୍ଗ ରେ ବ୍ରେକ ଫାଷ୍ଟ ମଧ୍ୟ ଜଡିତ ରହିଥିଲା । କିନ୍ତୁ ଏହି ଦୁଇ ଆଇନଜୀବୀଙ୍କୁ କୌଣସି ବ୍ରେକ ଫାଷ୍ଟ ମିଳି ନଥିଲା । ଏହା ପରେ ଦୁଇ ଅଭିଯୋଗକାରୀ ଆଇନଜୀବୀ ସମ୍ପୃକ୍ତ କମ୍ପାନୀଙ୍କୁ ମେଲ କରି ଏହି ବିଷୟରେ ଅବଗତ କରାଇଥିଲେ । ହେଲେ ଏ ବିଷୟରେ ଜଣାଇବା ପରେ ମଧ୍ୟ କୌଣସି ପ୍ରକାର ସୁଫଳ ମିଳି ନଥିଲା। ଏହା ପରେ ଦୁଇ ଆଇନଜୀବୀ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଖାଉଟି ଅଦାଲତ ଉଭୟ ପକ୍ଷଙ୍କୁ ଶୁଣିବା ପରେ ଦୁଇ ଆଇନଜୀବୀଙ୍କୁ ବୁକିଙ୍ଗ ହୋଇଥିବା ୨୫୨୬ ଟଙ୍କା ସହ ଆଉ ୩୦,୦୦୦ ଟଙ୍କା ମାନସିକ ଯନ୍ତ୍ରଣା ଓ ୨୦,୦୦୦ ଟଙ୍କା ମୋକଦ୍ଦମା ଖର୍ଚ୍ଚ ବାବଦରେ ୩୦ ଦିନ ଭିତରେ ସମ୍ପୃକ୍ତ କମ୍ପାନୀ ଦ୍ବୟଙ୍କୁ ଫେରାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଦେଖିବାକୁ ବାକି ରହିଲା ଦୁଇ ଆଇନଜୀବୀ କେବେ ତାଙ୍କ ଟଙ୍କା ପେରସ୍ତ ପାଉଛନ୍ତି । ଅନ୍ୟପଟେ ସମ୍ପୃକ୍ତ କମ୍ପାନୀର ଅତିଥିଙ୍କ ପ୍ରତି ଏପରି ଅବହେଳା ନେଇ ପ୍ରଶ୍ନ ଉଠାଇଛନ୍ତି ସାଧାରଣ ଲୋକେ ।

Sasmita

Recent Posts

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

10 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

24 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

37 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

38 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

9 hours ago