ମନୋରଂଜନ

ରଣବୀର ସିଂ ନେଲେ ଲିଗାଲ୍‌ ଆକ୍ସନ, ନିଜର ଡିପ୍‌ଫେକ୍‌ ଭିଡିଓ ବିରୋଧରେ ଦେଲେ FIR

ବଲିଉଡ୍‌ ଅଭିନେତା ରଣବୀର ସିଂ ନିଜର ଡିପ୍‌ଫେକ୍‌ ଭିଡିଓ ବିରୋଧରେ ପୋଲିସରେ ଅଭିଯୋଗ କରିଛନ୍ତି । ରଣବୀରଙ୍କ ଅଫିସିଆଲ୍‌ ସ୍ପୋକ୍ସପର୍ସନ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ‘ଆମେ ପୋଲିସରେ ଅଭିଯୋଗ ଦାଖଲ କରିଛୁ ଏବଂ ସେହି ହ୍ୟାଣ୍ଡେଲ ବିରୋଧରେ ଏଫ୍‌ଆଇଆର୍‌ ଦିଆଯାଇଛି, ଯାହା ରଣବୀର ସିଂଙ୍କ AI-ଜେନେରେଟେଡ୍‌ ଡିପ୍‌ଫେକ୍‌ ଭିଡିଓକୁ ପ୍ରୋତ୍ସାହିତ କରୁଥିଲା’ ।

କହି ରଖୁଛୁ ଯେ ଲୋକସଭା ନିର୍ବାଚନ ଭିତରେ ଅଭିନେତାଙ୍କର ଏକ ଡିପ୍‌ଫେକ୍‌ ଭିଡିଓ ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏଥିରେ ସେ ଏକ ରାଜନୈତିକ ଦଳକୁ ସମର୍ଥନ କରୁଥିବାର ଦେଖାଯାଇଥିଲା ।

ନିକଟରେ ଏକ ଫ୍ୟାସନ ଶୋ’ ପାଇଁ କ୍ରିତି ସାନନ୍ ଓ ରଣବୀର ସିଂ ପ୍ରସିଦ୍ଧ ଡିଜାଇନର୍ ମନୀଷ ମଲହୋତ୍ରାଙ୍କ ସହ ବାରାଣସୀ ଯାଇଥିଲେ । ସେହି ସମୟର ତାଙ୍କର ଏକ ଇଣ୍ଟରଭ୍ୟୁ ଭାଇରାଲ ହୋଇଥିଲା, ଯାହାକୁ ନେଇ ସୋସିଆଲ ମିଡିଆରେ ଅଭିନେତାଙ୍କ ଫ୍ୟାନ୍‌ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଏହି ଡିପ୍‌ଫେକ୍‌ ଭିଡିଓରେ ରଣବୀର ସିଂଙ୍କୁ ଏକ ରାଜନୈତିକ ଦଳ ପାଇଁ ପ୍ରଚାର କରୁଥିବାର ଦେଖିବାକୁ ମିଳିଥିଲା । ଫ୍ୟାନ୍ସଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ପରେ ବର୍ତ୍ତମାନ ଅଭିନେତା ଏହା ବିରୋଧରେ ଲିଗାଲ୍‌ ଆକ୍ସନ ନେଇଛନ୍ତି । ସେ ନିଜର ଡିପ୍‌ଫେକ୍‌ ଭିଡିଓ ବିରୋଧରେ ଅଭିଯୋଗ ଦାଖଲ କରିଛନ୍ତି ।

ସୂଚନାଥାଉ କି, ଡିପ୍‌ଫେକ୍‌ ଭିଡିଓରେ ରଣବୀର ସିଂଙ୍କ ଅଡିଓକୁ AI ସାହାଯ୍ୟରେ ପରିବର୍ତ୍ତନ କରାଯାଇଛି । ଏଥିରେ ଶୁଣାଯାଇଥିବା ସ୍ୱର ମଧ୍ୟ ତାଙ୍କର ନୁହେଁ ।

ତେବେ ରଣବୀର ସିଂଙ୍କ ପୂର୍ବରୁ ଅଭିନେତା ଆମିର ଖାନଙ୍କର ମଧ୍ୟ ଏକ ଡିପ୍‌ଫେକ୍‌ ଭିଡିଓ ଭାଇରାଲ ହୋଇଥିଲା । ଏଥିରେ ତାଙ୍କୁ ଏକ ରାଜନୈତିକ ଦଳର ପ୍ରଚାର କରୁଥିବାର ଦେଖାଯାଇଥିଲା । ଭିଡିଓ ଭାଇରାଲ ହେବା ପରେ ଅଭିନେତାଙ୍କ ଟିମ୍ ସମ୍ପୃକ୍ତ ସୋସିଆଲ ମିଡିଆ ହ୍ୟାଣ୍ଡେଲ ବିରୋଧରେ ଏଫ୍‌ଆଇଆର୍‌ ଦାଖଲ କରିଥିଲା, ଯେଉଁଥିରୁ ଭିଡିଓଟିକୁ ପୋଷ୍ଟ କରାଯାଇଥିଲା । ଡିପ୍‌ଫେକ୍‌ ଭିଡିଓକୁ ଭଲ ଭାବରେ ଯାଞ୍ଚ କରିବାକୁ ଦାବି କରାଯାଇଛି ।

Roshni

Recent Posts

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

7 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

7 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ୱର : କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି।…

10 hours ago