ରାଜ୍ୟ

ରଙ୍ଗ ବଦଳରେ ଏପରି ନିଆରା ଢଙ୍ଗରେ ହୋଲି ପାଳିଲେ ମାଲକାନଗିରି ବରଜା ଗାଁର ଗ୍ରାମବାସୀ, ଦେଖିବାକୁ ମିଳିଲା ଅଦ୍ଭୂତପୂର୍ବ ସମର୍ଥନ

ମାଲକାନଗିରି(କେନ୍ୟୁଜ୍): ସ୍ବଚ୍ଛ ସୁନ୍ଦର ପରିବେଶ  ଆମ ସମସ୍ତଙ୍କୁ ଦରକାର । ହେଲେ କେତେ ପରିମାଣରେ ଆମେ ଏଦିଗରେ କାର୍ଯ୍ଯ କରୁଛେ ତାହାର ଉତ୍ତର କାହା ପାଖରେ ନାହିଁ । ସବୁ ବେଳେ ସମସ୍ତେ ଭାଷଣ ଦେବାକୁ ପସନ୍ଦ କରନ୍ତି କିନ୍ତୁ ଭାଷଣକୁ କାର୍ଯ୍ଯକାରୀ କରିବାର ମନଭାବ ଜଣଙ୍କ ପାଖରେ ବି ନଥାଏ । ଦର୍ଶକ ବନ୍ଧୁ  ନିକଟରେ ଆମେ ସଭିଁଏ ରଙ୍ଗର ପର୍ବ ହୋଲି ପାଳନ କରିଥିଲେ । ବିଭିନ୍ନ ରଙ୍ଗର ପରସା ଧରି ବୋପାରିମାନେ ରାସ୍ତାଘାଟ ସବୁଆଡେ ବିକ୍ରି କରିବାକୁ ବସିଥିଲେ । ଆମେ ମାନେ ମଧ୍ଯ ସେଠାରୁ ଯାଇ ରଙ୍ଗ କିଣିଥିଲେ ଏବଂ ହୋଲିକୁ ଧୁମଧାମ୍ ରେ ପାଳନ କରିଥିଲେ। ହେଲେ ଏମିତି ଗୋଟେ ଗାଁ ଯେଉଁଠାରେ ହୋଲିକୁ ନିଆରା ଢଙ୍ଗରେ ପାଳନ କରିଥିଲେ ଗାଁଲୋକେ ।

ମାଲକାନଗିରି ଜିଲ୍ଲାର ଏ ହେଉଛି ବରଜା ଗାଁ । ଦେଖନ୍ତୁ ଏହି ଦୃଶ୍ୟ । ହୋଲିରେ ଯେତେବେଳେ ସମସ୍ତେ ରଙ୍ଗ ଖେଳରେ ମସଗୁଲ ଥିଲେ, ସେତେବେଳେ ଗାଁକୁ ସମ୍ପୁର୍ଣ୍ଣ ସ୍ବଚ୍ଛ ଆଉ ସୁନ୍ଦର କରିବାକୁ ଅଣ୍ଟା ଭିଡିଥିଲେ ଏହି ଗାଁର ଲୋକେ । ଖାଲି ସେତିକି ନୁହେଁ ଏମିତି କାର୍ଯ୍ଯ କରି ଅନ୍ଯମାନଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି । ସଫା ରହିବାର ବାଟ ବାଛି ନେଇଛନ୍ତି ଏହି ଗ୍ରାମବାସୀ।

ଗୋଟିଏ ଦିନ ନୁହେଁ କି ମାସେ ନୁହେଁ ବରଂ ନିମୟମିତ ଧରି ସଫା ସୁତୁରା ରଖିବା ପାଇଁ ଶପଥ ନେଇଛନ୍ତି । ଗାଁର ପିଲାଙ୍କଠାରୁ ଆରମ୍ଭ କରି ବୁଢାବୁଢି ଯାଏ ସମସ୍ତେ ହାତରେ ଝାଡୁ,କୋଦାଳ ଧରି ଗାଁ ଦାଣ୍ଡ,ବିଦ୍ଯାଳୟ,କୂଅ ପାଖ,ନଳକୂପ ଚାରିପାଖ,କାର୍ଯ୍ଯାଳୟ ଆଖପାଖ ଆଦି ସଫା କରି ସେଠାରେ ଥିବା ମଇଳା ଉଠାଇଥିଲେ । ନାଳରେ ଜମିଥିବା ବର୍ଷ ବର୍ଷର ପଙ୍କ କାଦୁଅ ବାହାର କରିଥିଲେ । ସମଗ୍ର ଗାଁରେ ଦେଖିବାକୁ ମିଳିଥିଲା ଅଭ୍ଭୁତପୂର୍ବ ସମର୍ଥନ । ଏଥିରେ ପ୍ରାୟ ୬ଖଣ୍ଡ ଗ୍ରାମର ୩୦୦ରୁ ଅଧିକ ଲୋକ ଏକତ୍ରିତ ହୋଇ ଏହି କାର୍ଯ୍ଯକ୍ରମରେ ଯୋଗ ଦେଇଥିଲେ ।

ଏହି କାର୍ଯ୍ଯକ୍ରମ ପୂର୍ବରୁ ଏକ ସଭାର ଆୟୋଜନ କରାଯାଇଥିଲା ଯେଉଁଥିରେ ସମସ୍ତ ଗ୍ରାମବାସୀ ଯୋଗ ଦେବା ସହିତ ଜିଲ୍ଲା ଜଳ ଓ ପରିମଳ ବିଭାଗର ସଂଯୋଜକ ସୋମନାଥ ମହାନ୍ତି ପରିଚାଳନା କରିଥିଲେ । ତାଙ୍କ ନେତ୍ରୁତ୍ବରେ ୩୦୦ରୁ ଅଧିକ ଲୋକଙ୍କୁ ନେଇ ଏକ ବିଶାଳ ରାଲିର ଆୟୋଜନ କରାଯାଇଥିଲା । ଏହି ସ୍ବଚ୍ଛତା ଅଭିଯାନ କେବଳ ଗୋଟିଏ ଦିନ ପାଇଁ ନୁହେଁ ବରଂ ନିତିଦିନ କରାଯିବା ନେଇ ଶପଥ ନେଇଥିଲେ ଗ୍ରାମବାସୀ ।

ମାଲକାନଗିରିରୁ ପ୍ରସାଦ ନାୟକଙ୍କ ରିପୋର୍ଟ,କେନ୍ୟୁଜ୍

Sonalisa

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

31 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

33 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

39 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

48 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

48 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

1 hour ago