ରାଜ୍ୟ

ଭୁବନେଶ୍ୱର: ଦୁଇଟି ସ୍ତ୍ରୀଙ୍କୁ ନେଇ ଚାଲିଥିଲା ରୋମାନ୍ସ , ଘଟଣାର ପର୍ଦ୍ଦାଫାଶ୍ ପରେ ରସିକିଆ ସ୍ୱାମୀକୁ ଗିରଫ କରିଛି ପୋଲିସ୍

ଭୁବନେଶ୍ୱର: ଜଣେ ସ୍ୱାମୀ, ଦୁଇଟି ସ୍ତ୍ରୀ । ଜଣଙ୍କୁ ବୈଦିକ ରୀତିନୀତିରେ ବିବାହ କରିଛନ୍ତି, ଆଉ ଜଣଙ୍କୁ ମନ୍ଦିରରେ । ଦ୍ୱିତୀୟ ପତ୍ନୀ ଏକଥା ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ରସିକିଆ ସ୍ୱାମୀକୁ ଗିରଫ କରିଛି ପୋଲିସ । ଘଟଣାଟି ଭୁବନେଶ୍ୱର ସହିଦନଗର ଅଞ୍ଚଳରେ ଘଟିଛି । ରସିକିଆ ସ୍ୱାମୀ ଜଣଙ୍କ ହେଉଛନ୍ତି ଶଶାଙ୍କ ମହନ୍ତ । ଏକ ଘରୋଇ କମ୍ପାନିରେ କାମ କରନ୍ତି ।

ଦ୍ୱିତୀୟ ପତ୍ନୀଙ୍କ ଅଭିଯୋଗ ହେଲା, ବର୍ଷେ ତଳେ ତାଙ୍କୁ ମନ୍ଦିରରେ ବିବାହ କରିଛନ୍ତି ଶଶାଙ୍କ । ବର୍ଷେ ହେଲା ସ୍ୱାମୀ-ସ୍ତ୍ରୀ ଭଳି ରହି ଆସୁଥିଲେ । ପରେ ଜାଣିଲେ ଶଶାଙ୍କ ପୂର୍ବରୁ ବିବାହିତ । ତାଙ୍କର ପୁଅଟିଏ ବି ଅଛି । ଆଉ ନେଇ ସତ ପଚାରିବା ପରେ ଆଉ ଧରାଛୁଆ ଦେଲେନି ଶଶାଙ୍କ । ଥାନାରେ ଅଭିଯୋଗ କରିବା ପରେ ପ୍ରଥମ ଓ ଦ୍ୱିତୀୟ ସ୍ତ୍ରୀ ମଧ୍ୟରେ ଆରମ୍ଭ ହୋଇଥିଲା ବାକ୍‌ ଯୁଦ୍ଧ । ଦ୍ୱିତୀୟ ପତ୍ନୀ ନ୍ୟାୟ ମାଗୁଥିବା ବେଳେ ପ୍ରଥମ ପତ୍ନୀ ସ୍ୱାମୀଙ୍କୁ ନିର୍ଦ୍ଦୋଶ ବୋଲି କହିଛନ୍ତି । ପ୍ରଥମ ପତ୍ନୀ କହୁଛନ୍ତି ତାଙ୍କ ସ୍ୱାମୀକୁ ଫସାଇ ଦିଆଯାଇଛି । ସେପଟେ ଦ୍ୱିତୀୟ ପତ୍ନୀଙ୍କ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ଶଶାଙ୍କକୁ ଗିରଫ କରିଛି ।

KNews Bureau

Recent Posts

ପରିବାର ଉପରେ ସଂଘବଦ୍ଧ ଆକ୍ରମଣ ଅଭିଯୋଗ, ୩ ଗୁରୁତର

 ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଭୁଇଁପୁର ଛକରେ ଜଣେ ଠିକାଦାରଙ୍କ ଭାଇ ସମେତ ତାଙ୍କର ପରିବାର…

31 mins ago

କାମଚଳା ବାଚସ୍ପତି ହେଲେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ୱର : କାମଚଳା ବାଚସ୍ପତି ହେଲେ ବିଜେଡି ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜଭବନରେ ଶପଥ ପାଠ…

1 hour ago

ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ, ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ ମହୋତ୍ସବରେ ସାମିଲ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ମାଝୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ । ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ…

3 hours ago

ପୂର୍ବ ଶତ୍ରୁତାରୁ ଆକ୍ରମଣ ଘଟଣା, ଥାନା ଅଧିକାରୀଙ୍କ ବିରୋଧରେ ଏସ୍‌ପିଙ୍କ ନିକଟରେ ଫେରାଦ ହେଲା ନାବାଳକ ପୁଅ

ନୟାଗଡ଼ (କେନ୍ୟୁଜ୍‌) : ଜମି ବାଡ଼ି ବିବାଦ କୁ ନେଇ ମାଡ଼ପିଟ l ଗୋଟିଏ ପରିବାରର ୪ ଜଣ ଗୁରୁତର…

3 hours ago

ଜବତ ବୋମାକୁ ନିଷ୍କ୍ରିୟ କରିବାକୁ କିଏ ନିର୍ଦ୍ଦେଶ ଦେଇଥିଲେ ?

କଟକ: ଜବତ ବୋମା ନିଷ୍କ୍ରିୟ କଲା ବେଳେ ଫୁଟିଲା ବୋମା । ବୋମା ଫୁଟିବା ଶଦ୍ଦ ଏତେ ଜୋରରେ ଥିଲା…

4 hours ago

କିଟରେ ଇଣ୍ଡିଆନ ନ୍ୟାସନାଲ ସାଇନ୍ସ ଏକାଡେମୀର ଦୁଇ ଦିନିଆ ସେମିନାର

ଭୁବନେଶ୍ୱର : କିଟ ବିଶ୍ଵବିଦ୍ୟାଳୟ ପରିସରରେ ଇଣ୍ଡିଆନ ନ୍ୟାସନାଲ ସାଇନ୍ସ ଏକାଡେମୀର ଦୁଇ ଦିନିଆ ସେମିନାର ଉଦଘାଟିତ ହୋଇଛି ।…

5 hours ago