ଭୁବନେଶ୍ୱର: ଦୁଇଟି ସ୍ତ୍ରୀଙ୍କୁ ନେଇ ଚାଲିଥିଲା ରୋମାନ୍ସ , ଘଟଣାର ପର୍ଦ୍ଦାଫାଶ୍ ପରେ ରସିକିଆ ସ୍ୱାମୀକୁ ଗିରଫ କରିଛି ପୋଲିସ୍

ଭୁବନେଶ୍ୱର: ଜଣେ ସ୍ୱାମୀ, ଦୁଇଟି ସ୍ତ୍ରୀ । ଜଣଙ୍କୁ ବୈଦିକ ରୀତିନୀତିରେ ବିବାହ କରିଛନ୍ତି, ଆଉ ଜଣଙ୍କୁ ମନ୍ଦିରରେ । ଦ୍ୱିତୀୟ ପତ୍ନୀ ଏକଥା ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ରସିକିଆ ସ୍ୱାମୀକୁ ଗିରଫ କରିଛି ପୋଲିସ । ଘଟଣାଟି ଭୁବନେଶ୍ୱର ସହିଦନଗର ଅଞ୍ଚଳରେ ଘଟିଛି । ରସିକିଆ ସ୍ୱାମୀ ଜଣଙ୍କ ହେଉଛନ୍ତି ଶଶାଙ୍କ ମହନ୍ତ । ଏକ ଘରୋଇ କମ୍ପାନିରେ କାମ କରନ୍ତି ।

swamiଦ୍ୱିତୀୟ ପତ୍ନୀଙ୍କ ଅଭିଯୋଗ ହେଲା, ବର୍ଷେ ତଳେ ତାଙ୍କୁ ମନ୍ଦିରରେ ବିବାହ କରିଛନ୍ତି ଶଶାଙ୍କ । ବର୍ଷେ ହେଲା ସ୍ୱାମୀ-ସ୍ତ୍ରୀ ଭଳି ରହି ଆସୁଥିଲେ । ପରେ ଜାଣିଲେ ଶଶାଙ୍କ ପୂର୍ବରୁ ବିବାହିତ । ତାଙ୍କର ପୁଅଟିଏ ବି ଅଛି । ଆଉ ନେଇ ସତ ପଚାରିବା ପରେ ଆଉ ଧରାଛୁଆ ଦେଲେନି ଶଶାଙ୍କ । ଥାନାରେ ଅଭିଯୋଗ କରିବା ପରେ ପ୍ରଥମ ଓ ଦ୍ୱିତୀୟ ସ୍ତ୍ରୀ ମଧ୍ୟରେ ଆରମ୍ଭ ହୋଇଥିଲା ବାକ୍‌ ଯୁଦ୍ଧ । ଦ୍ୱିତୀୟ ପତ୍ନୀ ନ୍ୟାୟ ମାଗୁଥିବା ବେଳେ ପ୍ରଥମ ପତ୍ନୀ ସ୍ୱାମୀଙ୍କୁ ନିର୍ଦ୍ଦୋଶ ବୋଲି କହିଛନ୍ତି । ପ୍ରଥମ ପତ୍ନୀ କହୁଛନ୍ତି ତାଙ୍କ ସ୍ୱାମୀକୁ ଫସାଇ ଦିଆଯାଇଛି । ସେପଟେ ଦ୍ୱିତୀୟ ପତ୍ନୀଙ୍କ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ଶଶାଙ୍କକୁ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.