ରାଜ୍ୟ

ଆଧାର କାର୍ଡ ପାଇଁ ହୀନସ୍ତା ହେଲେ, ଶେଷରେ ଉପଜିଲ୍ଲାପାଳଙ୍କ ଅଫିସରେ କଲେ ଆତ୍ମହତ୍ୟା ଉଦ୍ୟମ

କେନ୍ୟୁଜ୍(ବ୍ୟୁରୋ):ଆଧାର କାର୍ଡ ପାଇଁ ଆତ୍ମହତ୍ୟା ଉଦ୍ୟମ। ସରକାରୀ ଯୋଜନାରୁ ବଞ୍ଚିତ ଅସହାୟ ଆଦିବାସୀ ଯୁବକଙ୍କ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ପରିସରରେ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ଏବେ ଆଲୋଡନ ସୃଷ୍ଟି କରିଛି । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ପରିସରରେ। ସୂଚନାନୁଯାୟୀ ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ତେଲେଇଘୁଟୁ ଗ୍ରାମର ଲକ୍ଷ୍ମୀକାନ୍ତ ବାସ୍କେ ଆଜି ବି ଆଧାର କାର୍ଡ ପାଇ ପାରିନାହାନ୍ତି ।

ଆଧାର କାର୍ଡ ନଥିବାରୁ ବିଭିନ୍ନ ସରକାରୀ ଯୋଜନାରୁ ମଧ୍ୟ ବଞ୍ଚିତ ହେଉଛନ୍ତି । ଅନ୍ଯପଟେ ଆଧାର କାର୍ଡ ନ ଥିବାରୁ ବିଭିନ୍ନ ବେସରକାରୀ ସଂସ୍ଥାରୁ ଛଟେଇ ହୋଇଥିବା ବେଳେ ଆଧାର କାର୍ଡ ବିନା କାମ ମଧ୍ୟ ମିଳୁନାହିଁ। ଫଳରେ ଆଧାର କାର୍ଡ ପାଇଁ ସେ ଦୀର୍ଘ ଦିନରୁ ଏ ଅଫିସରୁ ସେ ଅଫିସ ଧାଇଁ  ଧାଇଁ ନିରାଶ ହୋଇ ସାରିଛନ୍ତି । ଆଦିବାସୀ ଅଧ୍ୟୁଷିତ ଶିମିଳିପାଳ ପାଦଦେଶରେ ଥିବା ବିଶୋଇ ବ୍ଲକର ତେଲେଇ ଘୁଟୁ ଲୋକଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରିବା ନେଇ ଜନପ୍ରତିନିଧି ଓ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ମଧ୍ୟ କୌଣସି ସହାୟତା ମିଳୁନାହିଁ ।

ଅଫିସରୁ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ଓ ମାନସିକ ସ୍ତରରେ ନିଃସହାୟ ହେବା ପରେ ଉପଜିଲ୍ଲାପାଳ କାର୍ଯ୍ଯାଳୟ ପରିସରରେ ଥିବା ଏକ ଗଛରେ ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିବାକୁ  ଉଦ୍ୟମ କରିଥିଲେ।  ଖବର ପାଇ ଟାଉନ ଥାନା ପୋଲିସ ପହଞ୍ଚି ଯୁବକଙ୍କୁ ମୃତ୍ୟୁ ମୁଖରୁ ଉଦ୍ଧାର କରି ପ୍ରଥମେ ମେଡିକାଲ ଓ ପରେ ଥାନାରେ ରଖିଥିବା ଜଣାପଡିଛି । ଉପଜିଲ୍ଲାପାଳ ଘଟଣା ସମ୍ପର୍କରେ ଜାଣିବା ପରେ ବିଶୋଇ ବ୍ଲକ ବିଡ଼ିଓଙ୍କୁ ତାଙ୍କ ଆଧାର କାର୍ଡ ଯଥାଶୀଘ୍ର ର୍ନିମାଣ କରିବା ନେଇ କହିଥିବା  ସୂଚନା ମିଳିଛି।

KNews Bureau

Recent Posts

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

11 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

27 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

1 hour ago

ଅନ୍ତର୍ଜାତୀୟ ଯୋଗ ଦିବସରେ କାଶ୍ମୀର ମାଟିରୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଶ୍ରୀନଗର: ଆଜି ବିଶ୍ୱ ପାଳୁଛି ଅନ୍ତର୍ଜାତୀୟ ଯୋଗ ଦିବସ। ପ୍ରତିବର୍ଷ ଜୁନ ୨୧ରେ ପାଳିତ ହେଉଛି ଏହି ଦିବସ ।…

2 hours ago

ଆସନ୍ତାକାଲି ସ୍ନାନପୂର୍ଣ୍ଣିମା: ଭୋର ୪ ଟାରୁ ୬ଟା ମଧ୍ଯରେ ହେବ ମହାପ୍ରଭୁଙ୍କ ପହଣ୍ଡି ବିଜେ

ପୁରୀ (କେନ୍ୟୁଜ):  ଦିନକ ପରେ ମହାପ୍ରଭୁଙ୍କ ପବିତ୍ର ସ୍ନାନପୂର୍ଣ୍ଣିମା । ରତ୍ନବେଦୀ ଛାଡି ସ୍ନାନବେଦୀରେ ୧୦୮ ଗଡୁ ସୁବାସିତ ଜଳରେ…

2 hours ago

କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ: ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର (କେନ୍ୟୁଜ): ଆଜି ପାଳିତ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ ।  ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ…

2 hours ago