Below header

ଆଧାର କାର୍ଡ ପାଇଁ ହୀନସ୍ତା ହେଲେ, ଶେଷରେ ଉପଜିଲ୍ଲାପାଳଙ୍କ ଅଫିସରେ କଲେ ଆତ୍ମହତ୍ୟା ଉଦ୍ୟମ

କେନ୍ୟୁଜ୍(ବ୍ୟୁରୋ):ଆଧାର କାର୍ଡ ପାଇଁ ଆତ୍ମହତ୍ୟା ଉଦ୍ୟମ। ସରକାରୀ ଯୋଜନାରୁ ବଞ୍ଚିତ ଅସହାୟ ଆଦିବାସୀ ଯୁବକଙ୍କ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ପରିସରରେ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ଏବେ ଆଲୋଡନ ସୃଷ୍ଟି କରିଛି । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ପରିସରରେ। ସୂଚନାନୁଯାୟୀ ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ତେଲେଇଘୁଟୁ ଗ୍ରାମର ଲକ୍ଷ୍ମୀକାନ୍ତ ବାସ୍କେ ଆଜି ବି ଆଧାର କାର୍ଡ ପାଇ ପାରିନାହାନ୍ତି ।

ଆଧାର କାର୍ଡ ନଥିବାରୁ ବିଭିନ୍ନ ସରକାରୀ ଯୋଜନାରୁ ମଧ୍ୟ ବଞ୍ଚିତ ହେଉଛନ୍ତି । ଅନ୍ଯପଟେ ଆଧାର କାର୍ଡ ନ ଥିବାରୁ ବିଭିନ୍ନ ବେସରକାରୀ ସଂସ୍ଥାରୁ ଛଟେଇ ହୋଇଥିବା ବେଳେ ଆଧାର କାର୍ଡ ବିନା କାମ ମଧ୍ୟ ମିଳୁନାହିଁ। ଫଳରେ ଆଧାର କାର୍ଡ ପାଇଁ ସେ ଦୀର୍ଘ ଦିନରୁ ଏ ଅଫିସରୁ ସେ ଅଫିସ ଧାଇଁ  ଧାଇଁ ନିରାଶ ହୋଇ ସାରିଛନ୍ତି । ଆଦିବାସୀ ଅଧ୍ୟୁଷିତ ଶିମିଳିପାଳ ପାଦଦେଶରେ ଥିବା ବିଶୋଇ ବ୍ଲକର ତେଲେଇ ଘୁଟୁ ଲୋକଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରିବା ନେଇ ଜନପ୍ରତିନିଧି ଓ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ମଧ୍ୟ କୌଣସି ସହାୟତା ମିଳୁନାହିଁ ।

ଅଫିସରୁ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ଓ ମାନସିକ ସ୍ତରରେ ନିଃସହାୟ ହେବା ପରେ ଉପଜିଲ୍ଲାପାଳ କାର୍ଯ୍ଯାଳୟ ପରିସରରେ ଥିବା ଏକ ଗଛରେ ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିବାକୁ  ଉଦ୍ୟମ କରିଥିଲେ।  ଖବର ପାଇ ଟାଉନ ଥାନା ପୋଲିସ ପହଞ୍ଚି ଯୁବକଙ୍କୁ ମୃତ୍ୟୁ ମୁଖରୁ ଉଦ୍ଧାର କରି ପ୍ରଥମେ ମେଡିକାଲ ଓ ପରେ ଥାନାରେ ରଖିଥିବା ଜଣାପଡିଛି । ଉପଜିଲ୍ଲାପାଳ ଘଟଣା ସମ୍ପର୍କରେ ଜାଣିବା ପରେ ବିଶୋଇ ବ୍ଲକ ବିଡ଼ିଓଙ୍କୁ ତାଙ୍କ ଆଧାର କାର୍ଡ ଯଥାଶୀଘ୍ର ର୍ନିମାଣ କରିବା ନେଇ କହିଥିବା  ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.