ବଞ୍ଚି ଥାଉ ଥାଉ କାଗଜପତ୍ରରେ ମାରିଦେଲେ

ଉଦଳା (କେନ୍ୟୁଜ) : ବଞ୍ଚିଥିବା ଲୋକ ର କାଗଜପତ୍ରରେ ମୃତ୍ୟୁ । କୋଭିଡ୍‌ ରିପୋର୍ଟରେ ବଞ୍ଚି ଥାଉ ଥାଉ ମାରି ଦିଆଯାଇଛି ବ୍ୟକ୍ତିଙ୍କୁ । ଖୁଂଟା ତହସିଲକୁ ଏକ କୋଭିଡ ମୃତ୍ୟୁଜନିତ ରିପୋର୍ଟ ଆସିଥିଲା । ଯେଉଁଥିରେ ୯ ଜଣଙ୍କ ନାମ ରହିଛି । କୋଭିଡରେ ଆକ୍ରାନ୍ତ ହୋଇଥିବା ଓ ସେମାନଙ୍କର ମୃତ୍ୟୁ ତାଲିକାରେ ୪ ନମ୍ବରରେ ରହିଛି ଖୁଂଟା ତହସିଲ୍‌ ଅଧିନ ଧନାପନା ଗ୍ରାମର ସ୍ନେହଲତା ଦାସଙ୍କ ନାମ । ଯାହାଙ୍କ ବୟସ ୫୨ ବର୍ଷ । ୧୯ ମାର୍ଚ୍ଚରେ କୋଭିଡ୍‌ ପଜିିଟିଭ୍‌ ଚିହ୍ନଟ ହୋଇଥିଲେ ଏବଂ ହୋମ ଆଇସୋଲେସନରେ ରହିବା ପରେ ୩୦ ଜୁଲାଇରେ ତାଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି । କିନ୍ତୁ ଆପଣ ଶୁଣି ତାଜୁବ ହେବେ ସ୍ନେହଲତା ଦାସ ଏବେ ଜୀବିତ ଏବଂ ପୁରା ସୁସ୍ଥ ।

ଘରେ ସମସ୍ତ କାମ କରିବା ସମେତ ବିଲରେ ଧାନ କାଟୁଛନ୍ତି । କୋଭିଡରେ ଆକ୍ରାନ୍ତ ହେବାର କିଛି ଦିନ ପରେ ଘରେ ରହି ଚିକିତ୍ସିତ ହୋଇ ସୁସ୍ଥ ହୋଇଥିବା ସେ କହିିଛନ୍ତି । ହେଲେ ଏଭଳି କଥା ଶୁଣି ସେ ନିଜେ ଆଶ୍ଚର୍ଯ୍ୟ ହେଉଛନ୍ତି । ଘଟଣା ଜଣାପଡିବା ପରେ ସ୍ଥାନୀୟ ବିସିପୁର ରାଜସ୍ୱ ନିରୀକ୍ଷକଙ୍କୁ ତହସିଲଦାର ଘଟଣାର ତଦନ୍ତ‘ କରିବାକୁ କହିଛନ୍ତି । ହେଲେ ଏହି ଘଟଣା ବାବଦରେ ତହସିଲଦାରଙ୍କୁ ପଚାରିବାରୁ ସେ ଏଡାଇ ଯିବା ସହିତ ଏହା କୌଣସି ଭ୍ୟାଲିଡ୍‌ ଡକ୍ୟୁମେଂଟ ନୁହେଁ ବୋଲି କହିଥିଲେ ।

Leave A Reply

Your email address will not be published.