Below header

କରୋନା ଭାରିଆଣ୍ଟ ଓମିକ୍ରନ ଭୟ : ଲକ୍ଷ୍ନୌରେ ୧୪୪ ଜାରି, ୫୦ ପ୍ରତିଶତ କ୍ଷମତାରେ ଚାଲିବ ହୋଟେଲ ଓ ଜିମ୍‌

ଲକ୍ଷ୍ନୌ : କୋଭିଡର ନୂଆ ଭାରିଏଣ୍ଟ ଓମିକ୍ରନ ସଂକ୍ରମଣ ଏବେ ଦେଶରେ ଭୟ ସୃଷ୍ଟି କରିଛି । ସରକାର ଏଥିପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ସରକାର ଓମିକ୍ରନ ପାଇଁ ୧୪୪ ଧାରା ଜାରି ରହିଛି । ଏଥିସହ ହୋଟେଲ, ସିନେମା ହଲ ମଲ୍ଟିପ୍ଲେକ୍ସ, ଜିମ ଓ ଷ୍ଟାଡିୟମ ଆଦି ସ୍ଥାନ ୫୦ ପ୍ରତିଶତ ଷ୍ଟାଫ୍‌ରେ ଚାଲିବ ବୋଳି ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଏଥସହ ଲକ୍ଷ୍ନୌରେ ମାସ୍କ ପିନ୍ଧିବା ଉପରେ କଡ଼ା ନିଦ୍ଦେଶନାମା ଜାରି ହୋଇଛି । ସରକାର କହିଛନ୍ତି ଯେ ଘରୁ ବାହାରୁକ ବାହାରିବା ମାନେ ମାସ୍କ ପିନ୍ଧିବା ଅନିର୍ବାଯ୍ୟ ଅଟେ । ସେହିପରି କୌଣସି ଆୟୋଜନରେ ୧୦୦ ରୁ ଅଧିକ ବ୍ୟକ୍ତି ଯେପରି ଯୋଗ ନ ଦିଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ସରାକାର କହିଛନ୍ତି ।

ରାତି ୧୦ ଟା ପରେ ସହରରେ ପୁରା ବ୍ୟାନ ଲଗାଇ ଦିଆଯାଇଛି । ଏଥିପାଇଁ ମାଇକ ଯୋଗେ ଜନସାଧାରଣଙ୍କୁ ସଚେତନ ମଧ୍ୟ କରିଦିଆଯାଇଛି । ଏଥିସହିତ ସରକାରୀ ଅଫସ ଆଖପାଖରେ ଡ୍ରୋନ କ୍ୟାମେରାରେ ସୁଟିଂ କରିବାକୁ ମଧ୍ୟ ବାରଣ କରାଯାଇଛି । ଏହାଛଡ଼ା ଛାତ ଉପରେ ଇଟା ପଥର ଓ ଜଳନଶୀଳ ପଦାର୍ଥ ମଧ୍ୟ ନ ରଖିବାକୁ କୁହାଯାଇଛି । ଏହି ନିୟମ ଉଲଂଘନକାରୀଙ୍କୁ କଡ଼ା ଦଣ୍ଡ ଦିଆଯିବ ବୋଲି ସରକାର କହିଛନ୍ତି ।

ଏଥିସହ ସୋସିଆଲ ମିଡିଆରେ କୌଣସି ଉତ୍ତେଜନାପୂର୍ଣ୍ଣ ପୋଷ୍ଟ କରିବାକୁ ମଧ୍ୟ ବାରଣ କରାଯାଇଛି । ଏପରି ପୋଷ୍ଟ କରିଥିବା ଗ୍ରୁପକିମ୍ବା ବ୍ୟକ୍ତି ବିଶେଷଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି । ସାରା ବିଶ୍ୱରେ କରୋନାର ନୂଆ ଭାରିଏଣ୍ଟର ବୃଦ୍ଧି ନେଇ ଆତଙ୍କ ଖେଳିଯାଇଥିବା ବେଳେ ଏଥିପାଇଁ ବିଶ୍ୱର ପ୍ରତ୍ୟେକ ଦେଶରେ କଡ଼ା ସୁରକ୍ଷା ବ୍ୟବସ୍ଥା ନିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.