ବ୍ୟାଙ୍କର ଚକ୍କର କାଟିବାକୁ ଆଉ ପଡିବନି ଏବେ ଘରେ ଅତି ସହଜରେ ପାଆନ୍ତୁ SBIର ପର୍ସନାଲ ଲୋନ୍‌

ଏସବିଆଇ ଆଣିଛି ଗ୍ରାହକଙ୍କ ପାଇଁ ଖୁସି ଖବର। ଏବେ ଆପଣ ଘରେ ବସି ବି ସହଜରେ ପାଇପାରିବେ ଲୋନ୍‌। ଏସବିଆଇର ୟୋନୋ ଆପ୍‌ ଆପ୍‌ ସାହାଯ୍ୟରେ ଆପଣ ଘରେ ବସି ଲୋନ୍‌ ନେଇପାରିବେ। ଲୋନ୍‌ ନେବା ପାଇଁ ଏବେ ଆଉ ଆପଣଙ୍କୁ ସରକାରଙ୍କ ଚକ୍କର କାଟିବାକୁ ପଡିବନାହିଁ। ଆପଣ ଘରେ ହିଁ ପାଇପାରିବେ ଲୋନ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏସବିଆଇର ୟୋନୋ ସର୍ଭିସ୍‌ ୨୪ ଘଣ୍ଟା ପର୍ଯ୍ୟନ୍ତ ଚାଲୁ ରହିଥାଏ ଏବଂ ତୁରନ୍ତ ଲୋନ୍‌ ଆପୃଭ ମଧ୍ୟ କରିଥାଏ।

ଏହି ପ୍ରୋସେସ୍‌ ସମ୍ପୂର୍ଣ୍ଣ ଭାବେ ଡିଜିଟାଲ। ଏଥିପାଇଁ ବ୍ୟାଙ୍କ୍‌ ଯିବାକୁ ପଡିବନାହିଁ କି ଅନ୍ୟାନ୍ୟ ଡକ୍ୟୁମେଣ୍ଟସକୁ ଜମା କରିବାକୁ ପଡିବନାହିଁ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଫେଷ୍ଟିଭାଲ ଅଫର ପାଇଁ ଭାରତର ସବୁଠାରୁ ବଡ ଲୋନ୍‌ ଦେଉଥିବା ବ୍ୟାଙ୍କ ୩୧ ଜାନୁୟାରୀ ୨୦୨୨ ପର୍ଯ୍ୟନ୍ତ ପ୍ରି-ଆପୃଭଡ ପର୍ସନାଲ ଲୋନ ଉପରେ ପ୍ରୋସେସିଙ୍ଗ ଫିସ୍‌ ଛାଡ୍‌ କରିଦେଇଛି।

ବ୍ୟାଙ୍କ୍‌ ଜଣାଇଛି ଯେ ଏସବିଆଇର ଗ୍ରାହକ ଯେଉଁମାନଙ୍କୁ ଏମରଜେନ୍ସୀ ଟଙ୍କା ଦରକାର ସେମାନେ SBI YONO ଆପ୍‌ ମାଧ୍ୟମରେ ପ୍ରି-ଆପୃଭଡ ପର୍ସନାଲ ଲୋନ୍‌ (PAPL) ପାଇଁ ଆପ୍ଲାଏ କରିପାରିବେ। କେବଳ ଚାରୋଟି କ୍ଲିକରେ ହିଁ ଆପଣ ଲୋନ୍‌ ପାଇଁ ଆପ୍ଲାଏ କରିପାରିବେ। ବ୍ୟାଙ୍କ ଖାସ୍‌ କରି ସେହିମାନଙ୍କୁ ପ୍ରି-ଆପୃଭଡ ପର୍ସନାଲ ଲୋନ୍‌ ଦେଇଥାଏ, ଯେଉଁମାନଙ୍କ ପାଖରେ ଭଲ କ୍ରେଡିଟ୍‌ ହିଷ୍ଟ୍ରୀ ଏବଂ ଭଲ ରିପମେଣ୍ଟ ଟ୍ରାକ୍‌ ରେକର୍ଡ ରହିଥାଏ।

ଆପଣ ଏସଏମଏସ୍‌ ମାଧ୍ୟମରେ କରିପାରିବେ ନିଜର ଏଲିଜିବିଲିଟୀ

ଯଦି ଆପଣ ଏସବିଆଇରୁ ତତ୍କାଳ ଲୋନ୍‌ ନେବାକୁ ଚାହୁଁଛନ୍ତି ତାହେଲେ ୯ ଡିସେମ୍ବର ୨୦୨୧ରେ ହୋଇଥିବା ପ୍ରେସରିଲିଜ ହିସାବରେ ଆପଣ ଏସଏମଏସ ପଠାଇ ନିଜର ଏଲିଜିବିଲିଟୀ ଚେକ୍‌ କରିପାରିବେ। ଏଥିପାଇଁ ଆପଣଙ୍କୁ ଟାଇପ୍‌ କରି ୫୬୭୬୭୬ ନମ୍ବରକୁ ପଠାଇବାକୁ ହେବ।

କେମିତି କରିବେ ଆପ୍ଲାଏ

  • ସର୍ବପ୍ରଥମେ ନିଜ ମୋବାଇଲରେ YONO ଆପ୍‌ ଖୋଲନ୍ତୁ ଏବଂ ଲଗଇନ୍‌ କରନ୍ତୁ।
  • ଏହାପରେ ଡ୍ରପ-ଡାଉନ ମେନ୍ୟୁରେ ”Avail Now’ ଅପସନକୁ ବାଛନ୍ତୁ।
  • ଲୋନ୍‌ ଆମାଉଣ୍ଟ ଏବଂ ଅବଧି ନିର୍ଦ୍ଧାରିତ କରନ୍ତୁ।
  • ଏହାପରେ ଆପଣଙ୍କୁ ଆପୃଭଡ କରାଯିବ ଏବଂ ଲୋନ୍‌ ଟଙ୍କା ଆପଣଙ୍କ ଆକାଉଣ୍ଟକୁ ପଠାଇ ଦିଆଯିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.