Below header

କୃଷ୍ଣପ୍ରସାଦ ସମୁଦ୍ର କୂଳରେ ଲାଗିଛି ବିଶାଳକାୟ ତିମି ମାଛ, ଦେଖିବାକୁ ଲୋକଙ୍କ ଭିଡ଼

ବ୍ରହ୍ମଗିରି (କେନ୍ୟୁଜ୍‌) : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍‌ ଫତେପୁର ଗାଁ ପାଖ ସମୁଦ୍ର କୂଳରେ ଲାଗିଛି ଏକ ବିଶାଳକାୟ ତିମି ମାଛ । ଗତକାଲି ଅପରାହ୍ନରେ ଏହି ବିରାଟ ମୃତ ତିମି ମାଛ ଲାଗିଥିବା ସ୍ଥାନୀୟ ମତ୍ସ୍ୟଜୀବୀମାନେ ଦେଖିବାକୁ ପାଇଥିଲେ । ଏହି ତିମି ମାଛଟିର ଓଜନ ପ୍ରାୟ ୨୦ ଟନ୍‌ରୁ ଅଧିକ ହେବ । ଏହାର ଲମ୍ବ ୪୨ ଫୁଟ ଓ ଗୋଲେଇ ପ୍ରାୟ ୨୦ ଫୁଟ ବୋଲି ମତ୍ସ୍ୟଜୀବୀ କହିଛନ୍ତି ।
ଗତକାଲି ଏହି ତିମି ମାଛଟି ସମୁଦ୍ର କୂଳରେ ଲାଗିବା ବେଳେ ବଞ୍ଚିଥିଲା । ତେବେ ପରେ ଏହାର ମୃତ୍ୟୁ ହୋଇଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଆଜି ସକାଳୁ ଚିଲିକା ବନ୍ୟପ୍ରାଣୀ ବନାଞ୍ଚଳ ତରଫରୁ ଏକ ଟିମ ଫତେପୁର ଗାଁ ନିକଟ ସମୁଦ୍ର କୂଳକୁ ଯାଇ ତିମି ମାଛଟିକୁ ଠାବ କରିଥିଲେ । ପରେ ତିମିର ମୃତ୍ୟୁ ଖବର ରମ୍ଭା ରେଞ୍ଜରଙ୍କୁ ଦେଇଥିଲେ ।

TIMI-3

ଗତକାଲି ହୁଏତ ମାଛଟିକୁ ଉଦ୍ଧାର କରାଯାଇ ପାରିଥିଲେ ଏହା ବଞ୍ଚି ଯାଇ ପାରିଥାନ୍ତା ବୋଲି ଲୋକେ ଆଲୋଚନା କରୁଛନ୍ତି। ହେଲେ ବିରାଟକାୟ ତିମିକୁ ସମୁଦ୍ର ଭିତରକୁ ନିଆଯିବ ସମ୍ଭବ ନଥିଲା । ଯାହା ଫଳରେ ତିମିଟିର ମୃତ ହୋଇଛି । ଆଜି କୃଷ୍ଣପ୍ରସାଦ ପ୍ରାଣୀ ଚିକିତ୍ସକ ଓ ବନ ବିଭାଗ ପକ୍ଷରୁ ମୃତ ତିନି ଟିକୁ ବ୍ୟବଚ୍ଛେଦ ପରେ ସମୁଦ୍ର କୂଳରେ ବିରାଟ ଗାତ ଖୋଳି, ସେଥିରେ ଲୁଣ ଦେଇ ପୋତା ଯାଉଛି ।

TIMI-2

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.