ଅଷ୍ଟ୍ରେଲୀୟ ଯୁବତୀଙ୍କୁ ଷ୍ଟାଡିୟମ୍‌ରେ ପ୍ରପୋଜ କଲେ ଇଂଲଣ୍ଡ ପ୍ରଶଂସକ, ସମସ୍ତଙ୍କ ସାମ୍ନାରେ ଦେଲେ ଚୁମ୍ବନ! ଆସେସ୍‌ ସିରିଜ୍‌ରେ ଦେଖିବାକୁ ମିଳିଲା ଦୀପକ ଚାହରଙ୍କ ସିନ୍‌

ଆସେସ୍ କ୍ରିକେଟ୍ ସିରିଜ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଭୟଙ୍କର ପ୍ରତିଦ୍ୱନ୍ଦ୍ୱିତା ପାଇଁ ଜଣାଯାଇଥାଏ। ଯେତେବେଳେ ଏହି ପ୍ରତିଷ୍ଠିତ ସିରିଜ ଆରମ୍ଭ ହୁଏ, ତ ଦୁଇ ଦେଶର କ୍ରିକେଟର ଓ ସମର୍ଥକଙ୍କ ଭାବନା ମଧ୍ୟ ଫୁଟୁ ଉଠୁଥିବାର ଦେଖାଯାଏ। ପରସ୍ପର ବିପକ୍ଷରେ ଶବ୍ଦର ଆଦାନ ପ୍ରଦାନ ହୋଇଥାଏ ଏବଂ ଜବାବ ମଧ୍ୟ ନିଜ ଚରମ ସୀମାରେ ରହିଥାଏ।

ଆସେସ୍‌ ୨୦୨୧-୨୦୨୨ର ପ୍ରଥମ ଟେଷ୍ଟ ଅଷ୍ଟ୍ରେଲିଆର ବ୍ରିସ୍‌ବେନସ୍ଥିତ ଗାବା ଷ୍ଟାଡିୟମରେ ୮ ଡିସେମ୍ବରରୁ ଆରମ୍ଭ ହୋଇଛି। ଅଷ୍ଟ୍ରେଲିଆ ଓ ଇଂଲଣ୍ଡର ପ୍ରଶଂସକମାନେ ଏହି ସିରିଜକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଥାଆନ୍ତି ଏବଂ ଷ୍ଟାଣ୍ଡରେ ମଧ୍ୟ ଉତ୍ସାହ ବହୁତ ବଢ଼ୁଥିବାର ଦେଖା ଯାଇଥାଏ। ଯଦିଓ ଡିସେମ୍ବର ୧୦ ଶୁକ୍ରବାର ଏକ ବିରଳ ଘଟଣା ଘଟିଥିଲା, ଯେତେବେଳେ ଇଂଲଣ୍ଡର ଜଣେ ପ୍ରଶଂସକ ଷ୍ଟାଣ୍ଡରେ ଜଣେ ଅଷ୍ଟ୍ରେଲୀୟ ଯୁବତୀଙ୍କୁ ପ୍ରପୋଜ କରିଥିଲେ। ଇଂଲଣ୍ଡର ଏହି ପ୍ରଶଂସକ ପ୍ରସିଦ୍ଧ ବର୍ମି ଆର୍ମୀର ମଧ୍ୟ ସଦସ୍ୟ।

ବ୍ରିସବେନ୍ ବର୍ମି ସଦସ୍ୟ ରବ୍‌ ହେଲ ଗାବାରେ ପ୍ରଥମ ଆସେସ୍‌ ଟେଷ୍ଟର ତୃତୀୟ ଦିନ ନିଜ ପ୍ରେମିକା ନତାଲୀଙ୍କୁ ପ୍ରେମ ନିବେଦନ କରିଥିଲେ। ନତାଲୀ ଏହି ପ୍ରସ୍ତାବରେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ସେ ସଙ୍ଗେ ସଙ୍ଗେ ବିବାହ ପାଇଁ ହଁ ଭରି ଦେଇଥିଲେ। ଏହାପରେ ଇଂଲଣ୍ଡ ପ୍ରଶଂସକ ସମସ୍ତଙ୍କ ସାମ୍ନାରେ ତାଙ୍କୁ ଚୁମ୍ବନ ମଧ୍ୟ ଦେଇଥିଲେ। ଇଂଲଣ୍ଡର ବର୍ମି ଆର୍ମୀ ଏହି ପ୍ରପୋଜ ବାଲା ଭିଡିଓକୁ ଟ୍ଵିଟ୍‌ କରିଛି। ସେ କ୍ୟାପସନରେ ଲେଖିଛି, ‘ବର୍ଷ ୨୦୧୭ରେ ଆସେସ୍‌ ସିରିଜ୍‌ର ଶେଷ ଟେଷ୍ଟ ସମୟରେ ରବ୍‌ ହେଲ ବର୍ମି ଆର୍ମୀ ସହିତ ନତାଲୀଙ୍କୁ ଭେଟିଥିଲେ! ଶୁଭେଚ୍ଛା ସାଙ୍ଗମାନେ’।

ଏହି ଘଟଣା ଭାରତୀୟ ଦ୍ରୁତ ବୋଲର ଦୀପକ ଚାହରଙ୍କୁ ମନେ ପକାଇ ଦେଇଛି। ଦୀପକ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୧ରେ ୟୁଏଇ ଲେଗରେ ମ୍ୟାଚ୍ ଶେଷ ହେବା ପରେ ପଡ଼ିଆରେ ହିଁ ନିଜ ପ୍ରେମିକା ଜୟା ଭରଦ୍ୱାଜଙ୍କୁ ପ୍ରପୋଜ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଦର୍ଶକଙ୍କ ସାମ୍ନାରେ ଆଣ୍ଠୁ ମାଡ଼ି ବସି ଜୟା ଭରଦ୍ୱାଜଙ୍କୁ ପ୍ରେମ ନିବେଦନ କରିଥିଲେ। ଜୟା ମଧ୍ୟ ବିଳମ୍ବ ନ କରି ସଙ୍ଗେ ସଙ୍ଗେ ହଁ କହି ଦେଇଥିଲେ। ପରେ ଦୁହେଁ ଆଲିଙ୍ଗନ କରି ପରସ୍ପରକୁ ମୁଦି ପିନ୍ଧାଇଥିଲେ।

କେବଳ ଏତିକି ନୁହେଁ, ଗତ ନଭେମ୍ବର ୨୦୨୦ରେ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଟିମ୍ ଇଣ୍ଡିଆ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଇଥିବା ଏକ ଦିବସୀୟ ମ୍ୟାଚ୍ ସମୟରେ ଜଣେ ଭାରତୀୟ ପ୍ରଶଂସକ ଅଷ୍ଟ୍ରେଲୀୟ ଯୁବତୀଙ୍କୁ ପ୍ରପୋଜ କରିଥିଲେ। ଭାରତୀୟ ପ୍ରଶଂସକ ମ୍ୟାଚ୍ ସମୟରେ ଆଣ୍ଠୁରେ ବସି ଅଷ୍ଟ୍ରେଲୀୟ ଯୁବତୀଙ୍କୁ ମୁଦି ପିନ୍ଧାଇ ପ୍ରେମ ନିବେଦନ କରିଥିଲେ। ଏହା ଦେଖି ଯୁବତୀ ଖୁସିରେ ଚମକି ପଡ଼ିଥିଲେ। ସେ ମଧ୍ୟ ବିନା କୌଣସି ସମୟ ବରବାଦ କରି ତୁରନ୍ତ ହଁ କହି ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.