Below header

କର୍ମ ନେଇଗଲା ଜୀବନ, କଟରରେ କାଟୁ କାଟୁ ନିଜେ କଟିଗଲେ

ଉଦଳା(କେନ୍ୟୁଜ) : ଯେଉଁ ମେସିନ୍‌ ସହିତ ସେ ପ୍ରତିଦିନ କାମ କରୁଥିଲେ । ଶେଷରେ ସେହି ମେସିନ ହିଁ ତାଙ୍କ ମୃତ୍ୟୁର କାରଣ ପାଲଟିଲା । ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣଙ୍କ ଦେହରେ ଶିହରଣ ଖେଳିଯିବ । ଖୁଂଟା ଥାନା ପୁରୁଣା ବାରିପଦା ଗ୍ରାମଠାରେ ଜେଏମସି କମ୍ପାନୀ ପକ୍ଷରୁ ପାଇପ୍‌ ଲାଇନ କାମ ଚାଲିଥିଲା । ଏଥିରେ ଉଦଳା ଥାନା କୁଶଳଦା ଗ୍ରାମର ରବି ନାୟକ ଫିଟର ଭାବେ କାର୍ଯ୍ୟ କରୁଥିଲେ । ଆଜି ମଧ୍ୟାହ୍ନରେ ସେ ଏକ ପାଇପ ଲାଇନକୁ କଟର ସାହାଯ୍ଯରେ କାଟୁଥିବା ବେଳେ କଟରରେ ସେ ନିଜେ କଟିଯାଇଥିଲେ ।

ତାଙ୍କ ମୁହଁ ଏପରି ଭାବେ ହୋଇଥିଲା ଯାହାକୁ ଖାଲି ଆଖିରେ ଦେଖିବା ସମ୍ଭବ ନୁହେଁ । କଟରରେ ତାଙ୍କ ମୁହଁ ଅଧା କଟି ଯାଇଥିବା ବେଳେ ସହଯୋଗୀମାନେ ତାଙ୍କୁ ଚିକିତ୍ସା ପାଇଁ ଉଦଳା ଡାକ୍ତରଖାନାକୁ ଆଣିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଉଦଳା ପୋଲିସ୍‌ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.