Below header

ରାଜ୍ୟ ସ୍ବାର୍ଥ ସବୁ ଚୁଲିକି ଗଲା, ଘଣ୍ଟମାଡ଼ରେ ଚଳିତ ବର୍ଷ ବିଧାନସଭାର ଶୀତ ଅଧିବେଶନ ଧୋଇଗଲା

କେନ୍ୟୁଜ୍(ବ୍ୟୁରୋ): ସରିଲା ବିଧାନସଭାର ଶୀତକାଳୀନ ଅଧିବେଶନ । ପ୍ରବଳ ହଟ୍ଟଗୋଳ ଯୋଗୁ ଦିନଟିଏ ବି ଗୃହ ସ୍ୱାଭାବିକ ହେଲାନି । ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ଚାଲିବାର ଥିଲା । ଡିସେମ୍ବର ୧ ତାରିଖରୁ ଆରମ୍ଭ ହୋଇଥିବା ଅଧିବେଶନରେ ବିରୋଧୀ କେବଳ ମମିତା ପ୍ରସଙ୍ଗକୁ ନେଇ ଅଡି ବସିଥିବା ବେଳେ ଶାସକ ଦଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପାଇକ ବିଦ୍ରୋହ, ଦରଦାମ ବୃଦ୍ଧି ଆଦି ପ୍ରସଙ୍ଗକୁ ନେଇ କେନ୍ଦ୍ର ବିରୋଧରେ ନିଜର ଆଭିମୁଖ୍ୟକୁ ଶାଣିତ କରିଥିଲା।  ଏଥର ବିଧାନସଭାରେ ବିରୋଧୀ ଓ ଶାସକ ଦଳର ଯେଉଁ ତରିକା ଆପଣାଇଲେ ତାହାକୁ ନେଇ ପ୍ରଶ୍ନ ଉଠିଛି।

winter session 2

ଚଳିତ ବିଧାନସଭାର  ୯ ଦିନରେ ପ୍ରାୟ ୨ଘଣ୍ଟା ବି ଠିକ ଭାବେ ଚାଲିପାରିଲାନି ଗୃହ । କଂଗ୍ରେସ ଓ ବିଜେପିର ଅଭିନବ ପ୍ରତିବାଦ ଦେଖିବାକୁ ମିଳିଥିଲା । ମମିତା ମେହେର ହତ୍ୟାକାଣ୍ଡକୁ ନେଇ ହୁଲୁସ୍ତଲ ହୋଇଥିଲା ବିଧାନସଭା । କଂଗ୍ରେସ ପ୍ରଥମ ଦିନରୁ ବିଧାନସଭାରେ ତାଲା ପକାଇ ପ୍ରତିବାଦକୁ ଜୋରଦାର କରିଥିଲା । ବିଜେପି ମଧ୍ୟ ଗଙ୍ଗା ଜଳ ଓ ଗୋବର ପାଣି ଛିଛି ପ୍ରତିବାଦ କରିଥିଲା । ଶାସକ ଦଳ କେନ୍ଦ୍ର ଅବହେଳାକୁ ପ୍ରସଙ୍ଗ କରି ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ । ଏପରିକି କି ଗୋଟିଏ ଦିନ ବି ପ୍ରଶ୍ନକାଳ ଚାଲି ପାରିନ ଥିବା ବେଳେ ଗୋଟିଏ ବି ମୁଲତବୀ ପ୍ରସ୍ତାଵ ଆଲୋଚନା ହୋଇ ପାରିନି । ପ୍ରବଳ ହଟଗୋଳ ଭିତରେ ପାରିତ ହୋଇଛି ୧୯ ହଜାର ୮୩୩ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ । ଏହା ସହିତ ସରକାର ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା ପାଇଁ ଏକ ସଂକଳ୍ପ ପାରିତ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.