ଅଶ୍ଳୀଳ ଆଚରଣରୁ ରୋକିବାରୁ ବକ୍ସର ଫଟାଇଦେଲେ ମହିଳାଙ୍କ ନାକ, ସର୍ଜରୀ ପାଇଁ ସୋସିଆଲ ମିଡିଆରେ ମହିଳା ମାଗିଲେ ଆର୍ଥିକ ସହାୟତା

ନୂଆଦିଲ୍ଲୀ : କାନଡାର ଏକ ପ୍ରଫେସନାଲ ବକ୍ସର ଜଣେ ମହିଳାଙ୍କ ନାକ ଫଟାଇ ଦେଇଛନ୍ତି । ମହିଳାଙ୍କର ଭୁଲ ହେଲା ଯେ ସେ ଅଶ୍ଳୀଳ ଆଚରଣ କରିବାରୁ ଉକ୍ତ ବକ୍ସରଙ୍କୁ ରୋକିଥିଲେ । ଏଥିପାଇଁ ମେକ୍ସିକୋରେ ତାଙ୍କୁ ଗିରଫ କରାଯାଇଛି ।

ସୂଚନାନୁଯାୟୀ, କାନଡ଼ାର ଜଣେ ପ୍ରଫେସନାଲ ବକ୍ସର ପିଟର ନୋବାଜେକ ଜଣେ ମହିଳାଙ୍କୁ ଅଶ୍ଳୀଳ ଆଚରଣ କରୁଥିଲେ । ତାଙ୍କ ସାଙ୍ଗରେ ଥିବା ଅନ୍ୟ ଜଣେ ମହିଳା ପିଟରଙ୍କୁ ଏଥିରୁ ବାରଣ କରିଥିଲେ । ଏଥିରେ ପିଟରଙ୍କ ମୁଣ୍ଡକୁ ରାଗ ଚଢ଼ିଗଲା । ସେ ତାଙ୍କର ପ୍ରଫେସନାଲ କାରନାମା ଦେଖାଇଲେ ଉକ୍ତ ଦୁଇ ମହିଳାଙ୍କ ଉପରକୁ । ବକ୍ସିଂ ମାରି ଦୁଇ ମହିଳାଙ୍କ ନାକ ଫଟାଇଦେଲେ ।

ମହିଳାଙ୍କ କେତେଗୁଡ଼ିଏ ଦାନ୍ତ ମଧ୍ୟ ଭାଙ୍ଗିଛି । ଅନ୍ୟ ଜଣେ ମହିଳାଙ୍କ ମୁଣ୍ଡରେ ମଧ୍ୟ ଶକ୍ତ ଆଘାତ ଲାଗିଛି । ଯେଉଁ ମହିଳାଙ୍କ ନାକ ଫାଟିଛି ସେ ମେକ୍ସିକୋ ବୁଲିବାକୁ ଯାଇଥିଲେ । ଡାକ୍ତର ତାଙ୍କ ନାକର ସର୍ଜରୀ ପାଇଁ କହିଛନ୍ତି । ହେଲେ ଉକ୍ତ ମହିଳାଙ୍କ ପାଖରେ ସର୍ଜରୀ ପାଇଁ ଅର୍ଥ ନଥିବାରୁ ସେ ସୋସିଆଲ ମିଡିଆରେ ଅର୍ଥ ପାଇଁ ଗୁହାରୀ କରିଛନ୍ତି । ପିଟରଙ୍କୁ ବକ୍ସିଂ ଜଗତରେ ‘ହାର୍ଟ ବ୍ରେକର’ ନାମରେ ଜଣାଯାଏ ।

ବ୍ରିଟିଶ େଓ୍ଵବସାଇଟ ଡେଲିଷ୍ଟାରରେ ପ୍ରକାଶ ପାଇଥିବା ଖବର ଅନୁଯାୟୀ, ଏହି ଘଟଣା ୪ ଡିସେମ୍ବର ରାତିରେ ଘଟିଥିଲା । ମହିଳା ନିଜର ଜଣେ ସାଙ୍ଗଙ୍କ ସହ ଏକ ବାରକୁ ଯାଇଥିଲେ । ପିଟର ମଧ୍ୟ ଏହି ବାରରେ ଥିଲେ । ପିଟର ଉକ୍ତ ମହିଳାଙ୍କ ପାଖକୁ ଗଲେ ଓ ତାଙ୍କ ସହ ଅଶ୍ଳୀଳ ଆଚରଣ ଆରମ୍ଭ କରିଦେଲେ ।

ଦୁଇ ମହିଳା ଯେତେବେଳେ ଏହାର ବିରୋଧ କଲେ ପିଟର ବକ୍ସିଂ ମାରି ଉଭୟଙ୍କୁ ଆହତ କରିଦେଇଥିଲେ । ଉଭୟଙ୍କୁ ହସପିଟାଲରେ ଭର୍ତ୍ତି କରାଯାଛି । ଅର୍ଥ ଅଭାବରୁ ମହିଳାଙ୍କ ସର୍ଜରୀ ହୋଇପାରୁ ନାହିଁ । ଫଳରେ ସୋସିଆଲ ମିଡିଆରେ ଅର୍ଥ ସଂଗ୍ରହ ପାଇଁ ମହିଳା ଗୁହାରୀ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.