ରାଜ୍ୟ

ସାମାନ୍ୟ କଥା ପାଇଁ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସୈତାନ ସ୍ୱାମୀ

ରାଉରକେଲା(କେନ୍ୟୁଜ୍): ସ୍ତ୍ରୀକୁ ସାମାନ୍ୟ କଥା ପାଇଁ ଟାଙ୍ଗିଆରେ ହାଣି ହତ୍ୟା କଲା ରାକ୍ଷସ ସ୍ୱାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ରାଉରକେଲା ସହର ଦେଓଗାଁ ଅଞ୍ଚଳର ଚେକ୍ ଗେଟ୍ ବସ୍ତିରେ। ମୃତ ମହିଳା ଜଣଙ୍କ ହେଲେ ମଞ୍ଜୁ ସାନ୍ଦିଲ। ଏହି କାଣ୍ଡ ଘଟାଇବା ପରେ ସୈତାନ ସ୍ୱାମୀ ସାନ୍ଦିଲକୁ ଅଟକ ରଖିଛି ପୋଲିସ୍।

ସୂଚନା ମୁତାବକ, ଗତକାଲି ରାତିରେ ଉଭୟ ସ୍ୱାମୀଓ ସ୍ତ୍ରୀ ରାତିରେ ଖାଇ ସାରି ଶୋଇଥିଲେ। ହେଲେ ଭୋର ପାଖାପାଖି ୪ଟାବେଳେ ସ୍ୱାମୀ ସାନ୍ଦିଲ ଏକ ଟାଙ୍ଗିଆ ଆଣି ମଞ୍ଜୁଙ୍କୁ ହାଣି ଦେଇଥିଲା। ପରିବାର ଲୋକେ ମଞ୍ଜୁଙ୍କ ଚିତ୍କାର ଶୁଣି ଦୌଡ଼ି ଆସିଥିଲେ। ଏନେଇ ପୋଲିସକୁ ଖବର ଦେଇଥିଲେ। ସାନ୍ଦିଲର ଭଉଣୀ ଏନେଇ ଥାନାରେ ଅଭିଯୋଗ କରିଛନ୍ତି।  ଘଟଣାପରେ ସାନ୍ଦିଲ ଫେରାର ହୋଇଯାଇଥିଲା। ପୋଲିସ ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି। ସାନ୍ଦିଲକୁ ଖୋଜି ପାଇବାପରେ ଅଟକ ରଖି ପଚରାଉଚରା କରୁଛି। ପାରିବାରିକ କଳହ ଯୋଗୁ ସାନ୍ଦିଲ ମଞ୍ଜୁଙ୍କୁ ହତ୍ୟା କରିଥିବା ଜଣାଯାଇଛି।

Sonalisa

Recent Posts

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

2 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

15 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

18 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

38 mins ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago

ବାଲେଶ୍ଵରରେ କୋହଳ ହେଲା କର୍ଫ୍ୟୁ କଟକଣା, ଇଣ୍ଟରନେଟ୍ ସେବା ଉପଲବ୍ଧ

ବାଲେଶ୍ୱର : ବାଲେଶ୍ଵରରେ ସ୍ଵାଭାବିକ ହେଉଛି ସ୍ଥିତି । ଆଜିଠୁ ଆହୁରି କୋହଳ ହୋଇଛି କଟକଣା । ଟାଉନ୍ ଥାନା…

2 hours ago