ସାମାନ୍ୟ କଥା ପାଇଁ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସୈତାନ ସ୍ୱାମୀ

ରାଉରକେଲା(କେନ୍ୟୁଜ୍): ସ୍ତ୍ରୀକୁ ସାମାନ୍ୟ କଥା ପାଇଁ ଟାଙ୍ଗିଆରେ ହାଣି ହତ୍ୟା କଲା ରାକ୍ଷସ ସ୍ୱାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ରାଉରକେଲା ସହର ଦେଓଗାଁ ଅଞ୍ଚଳର ଚେକ୍ ଗେଟ୍ ବସ୍ତିରେ। ମୃତ ମହିଳା ଜଣଙ୍କ ହେଲେ ମଞ୍ଜୁ ସାନ୍ଦିଲ। ଏହି କାଣ୍ଡ ଘଟାଇବା ପରେ ସୈତାନ ସ୍ୱାମୀ ସାନ୍ଦିଲକୁ ଅଟକ ରଖିଛି ପୋଲିସ୍।
ସୂଚନା ମୁତାବକ, ଗତକାଲି ରାତିରେ ଉଭୟ ସ୍ୱାମୀଓ ସ୍ତ୍ରୀ ରାତିରେ ଖାଇ ସାରି ଶୋଇଥିଲେ। ହେଲେ ଭୋର ପାଖାପାଖି ୪ଟାବେଳେ ସ୍ୱାମୀ ସାନ୍ଦିଲ ଏକ ଟାଙ୍ଗିଆ ଆଣି ମଞ୍ଜୁଙ୍କୁ ହାଣି ଦେଇଥିଲା। ପରିବାର ଲୋକେ ମଞ୍ଜୁଙ୍କ ଚିତ୍କାର ଶୁଣି ଦୌଡ଼ି ଆସିଥିଲେ। ଏନେଇ ପୋଲିସକୁ ଖବର ଦେଇଥିଲେ। ସାନ୍ଦିଲର ଭଉଣୀ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ଘଟଣାପରେ ସାନ୍ଦିଲ ଫେରାର ହୋଇଯାଇଥିଲା। ପୋଲିସ ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି। ସାନ୍ଦିଲକୁ ଖୋଜି ପାଇବାପରେ ଅଟକ ରଖି ପଚରାଉଚରା କରୁଛି। ପାରିବାରିକ କଳହ ଯୋଗୁ ସାନ୍ଦିଲ ମଞ୍ଜୁଙ୍କୁ ହତ୍ୟା କରିଥିବା ଜଣାଯାଇଛି।