ଧରାପଡିଲା ବିରାଟଙ୍କ ରୁମର ଭିଡିଓ ଲିକ୍‌ କରିଥିବା ଲୋକ, ହୋଟେଲ ମ୍ୟାନେଜମେଣ୍ଟ ନେଲା ଏଭଳି କାର୍ଯ୍ୟାନୁଷ୍ଠାନ

ଟିମ୍‌ ଇଣ୍ଡିଆର ବ୍ୟାଟର ବିରାଟ କୋହଲିଙ୍କ ହୋଟେଲ ରୁମ୍‌ରେ କେହି ଜଣେ ପଶି ଭିଡିଓ ସୁଟ୍‌ କରି ଭାଇରଲ କରିଥିଲା। ଏହାପରେ ନିରାଶ ହୋଇଥିଲେ ବିରାଟ। ବିରାଟ ନିରାଶ ହେବା ପରେ ଭିଡିଓ ଭାଇରଲ କରିଥିବା ଲୋକକୁ ହୋଟେଲରୁ ବାହହାର କରାଯାଇଛି। ଯେଉଁ ହୋଟେଲରେ ଏହି ଘଟଣା ଘଟିଛି, ତା’ର ମ୍ୟାନେଜମେଣ୍ଟ କଡା କାର୍ଯ୍ୟାନୁଷ୍ଠାନ ନେଇଛି। ଭାରତୀୟ ଟିମ ପର୍ଥରେ ସାଉଥ ଆଫ୍ରିକା ବିପକ୍ଷ ମ୍ୟାଚ୍‌ ଖେଳିବା ବେଳେ କେହି ଜଣେ ବିରାଟଙ୍କ ରୁମରେ ପଶି ଏହି ଭିଡିଓ କରିଥିଲା।

ପର୍ଥର ହୋଟେଲ ମ୍ୟାନେଜମେଣ୍ଟ ଏକ ବୟାନ ଜାରି କରିଛି। ବିରାଟ କୋହଲି ରହୁଥିବା ହୋଟେଲର ନାମ କ୍ରାଉନ। ଏହି ଭିଡିଓ ଲିକ୍‌ କରିଥିବା ବ୍ୟକ୍ତିକୁ ହୋଟେଲରୁ କାଢିଦିଆଯାଇଛି। ହୋଟେଲ ପକ୍ଷରୁ କୁହାଯାଇଛି, କ୍ରାଉନ ପର୍ଥରେ ଅତିଥିମାନଙ୍କ ପ୍ରାଇଭେସୀ ସହିତ ଜଡିତ ଘଟଣା ସାମ୍ନାକୁ ଆସିଛି। ଅତିଥିଙ୍କ ସୁରକ୍ଷା ଏବଂ ପ୍ରାଇଭେସୀ ଆମର ପ୍ରଥମ ପ୍ରାଥମିକତା। ତେଣୁ ଏହି ଘଟଣାରେ ଆମେ ଦୁଃଖିତ। ଏହି ଘଟଣାରେ ଯୋଗୁଁ ଆମେ କ୍ଷମା ମାଗୁଛୁ।

 

View this post on Instagram

 

A post shared by Virat Kohli (@virat.kohli)


ବୟାନରେ ଆହୁରି ମଧ୍ୟ କୁହାଯାଇଛି, ଏପରି ବ୍ୟବହାର ପାଇଁ ହୋଟେଲ ପକ୍ଷରୁ ଜିରୋ ଟଲେରାନ୍ସ ନୀତି ଆପଣାଯାଏ। ହୋଟେଲରେ ଏହି ଘଟଣା ସହିତ ସଂପୃକ୍ତ ଥିବା ଲୋକଙ୍କୁ ବାହାର କରିଦିଆଯାଇଛି। ଆଉ ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ଡିଲିଟ୍‌ କରାଯାଇଛି। ଏହାବ୍ୟତୀତ ଥାର୍ଡ ପାର୍ଟି ସହିତ ମିଶି ଘଟଣାର ଯାଞ୍ଚ କରାଯାଉଛି। ଆମେ ଭାରତୀୟ କ୍ରିକେଟ ଟିମ୍‌ ଏବଂ ଆଇସିସି ସହିତ ସହଯୋଗ କରୁଛୁ।

ଟି-୨୦ ବିଶ୍ୱକପରେ ପ୍ରଥମ ଦୁଇଟି ମ୍ୟାଚ୍ ଜିତିଥିବା ଭାରତ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତେବେ ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ଯୋଗୁଁ ଭାରତ ୧୩୩ରନ୍ କରିପାରିଥିଲା। ୪୯ ରନରେ ୫ୱିକେଟ ହରାଇଥିବା ଭାରତ ସୂର୍ଯ୍ୟଙ୍କ ୬୮ରନ ବଳରେ ୯ ଓ୍ଵିକେଟ୍ ହରାଇ ୧୩୩ ରନ କରି ପାରିଥିଲା। ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୧୩୪ ରନର ବିଜୟ ଲକ୍ଷ୍ୟ ରଖିଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନଗିଡି ୨୯ ରନ ଦେଇ ୪ଟି ସଫଳତା ପାଇଥିବା ବେଳେ ପାର୍ଣ୍ଣେଲ ୩ଟି ଓ୍ଵିକେଟ୍ ନେଇଥିଲେ। ୧୩୪ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଦକ୍ଷିଣ ଆଫ୍ରିକା ଭାରତ ପରି ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଅର୍ଶଦୀପ ସିଂହ ନିଜର ପ୍ରଥମ ଓଭରରେ ୨ଟି ଓ୍ଵିକେଟ୍ ନେଇ ଭାରତକୁ ବଡ ସଫଳତା ଦେଇଥିଲେ।

Also Read : କେଏଲ ରାହୁଲ ଏବଂ ଅଶ୍ୱିନଙ୍କୁ ଟିମ୍‌ରୁ ବାଦ୍‌ ଦେଇ ଅନ୍ୟ ଖେଳାଳିଙ୍କୁ ସୁଯୋଗ ଦିଅ, ରୋହିତଙ୍କୁ ନିବେଦନ କଲେ ହରଭଜନ