Below header

ପୁଟିନଙ୍କ ନିର୍ଦ୍ଦେଶରେ ବ୍ରିଟେନ ପୂର୍ବ ପ୍ରଧାନମନ୍ତ୍ରୀ ଲିଜ ଟ୍ରସଙ୍କ ଫୋନ ହୋଇଥିଲା ହ୍ୟାକ୍‌, ସେଥିରେ ବିଦେଶ ମନ୍ତ୍ରୀଙ୍କ ସହ ୟୁକ୍ରେନ ଯୁଦ୍ଧ ସମ୍ପର୍କିତ ତଥ୍ୟ ଥିଲା

ନୂଆଦିଲ୍ଲୀ : ବ୍ରିଟେନ ପୂର୍ବତନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ୍‌ଙ୍କ ନିଜ ଫୋନକୁ ହ୍ୟାକ୍‌ କରାଯାଇଥିଲା ବୋଲି ଏକ ରିପୋର୍ଟରୁ ଜଣାଯାଇଛି । ଏହାକୁ ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ପାଇଁ କାମ କରୁଥିବା ଜଣେ ହ୍ୟାକର କରିଥିବା ଏହି ରିପୋର୍ଟରେ କୁହାଯାଇଛି । ଟ୍ରସଙ୍କ ଫୋନ ସେତେବେଳେ ହ୍ୟାକ୍‌ କରାଯାଇଥିଲା ଯେତେବେଳେ ସେ ବିଦେଶ ମନ୍ତ୍ରୀ ଭାବରେ କାମ କରୁଥିଲେ । ବ୍ରିଟେନର ଏକ ଇଂରାଜୀ ଖବରକାଗଜରେ ଶନିବାର ଏହି ତଥ୍ୟ ପ୍ରକାଶ ପାଇଛି ।

ରିପୋର୍ଟ ଅନୁଯାୟୀ, ହ୍ୟାକର ଟ୍ରସଙ୍କ ଫୋନ ହ୍ୟାକ୍‌ କରିବା ପରେ ତାଙ୍କ ନିକଟତମ ବନ୍ଧୁ କ୍ୱାସୀ କ୍ୱାଣ୍ଟିଂ ସହ ହୋଇଥିବା ତଥ୍ୟର ଆଦାନ ପ୍ରଦାନ ପାଇବାକୁ ଏହା କରିଥିଲା । କ୍ୱାସୀଙ୍କୁ ପରେ ଅର୍ଥ ମନ୍ତ୍ରୀ କରାଯାଇଥିଲା ।
କୁହାଯାଏ ଏହି ତଥ୍ୟ ଭିତରେ ବିଦେଶ ମନ୍ତ୍ରୀମାନଙ୍କ ସହ ରୁଷ-ୟୁକ୍ରେନ ଯୁଦ୍ଧ ସମ୍ପର୍କିତ କଥାବର୍ତ୍ତା ସାମିଲ ରହିଥିଲା ।  ଯେଉଁଥିରେ ଅସ୍ତ୍ରଶସ୍ତ୍ର ପଠାଯିବାର ତଥ୍ୟ ମଧ୍ୟ ରହିଥିଲା । ରିପୋର୍ଟ ରେ ଆହୁରି ମଧ୍ୟ କୁହାଯାଇଛି ଯେ ଟ୍ରସଙ୍କ ନିକଟତମ ବ୍ୟକ୍ତିଙ୍କ ଗୋଟିଏ ବର୍ଷର ତଥ୍ୟ ମଧ୍ୟ ଡାଉନଲୋଡ କରାଯାଇଥିଲା ।

ତେବେ ଜଣେ ସରକାରୀ ପ୍ରବକ୍ତା କହିଛନ୍ତି ଯେ ସାଇବର ଆକ୍ରମଣକୁ ଏଡାଇବା ପାଇଁ ସରକାରଙ୍କ ପାଖରେ ମଜବୁତ ପ୍ରଣାଳୀ ରହିଛି । ଏଥିରେ ନିୟମିତ ମନ୍ତ୍ରୀଙ୍କୁ ସୁରକ୍ଷା ସମ୍ପର୍କରେ ସୂଚନା ଦିଆଯାଇଥାଏ । କିପରି ଭାବେ ସାଇବର ଆକ୍ରମଣରୁ ରକ୍ଷା କରାଯାଇପାରିବ । ତେବେ ଏହି ତଥ୍ୟକୁ ସେତେବେଳର ପ୍ରଧାନମନ୍ତ୍ରୀ ବୋରିଷ ଜନସନ ଦବାଇ ଦେଇଥିଲେ ବୋଲି ଏହି ରିପୋର୍ଟରେ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.