ରାଜ୍ୟ

ଭୁବନେଶ୍ୱର ଆଚାର୍ଯ୍ୟବିହାର ଓଭରବ୍ରିଜ ଉପରେ ବାଇକ ସହ ଜଳିଗଲେ ଯୁବକ

ଭୁବନେଶ୍ୱର(କେନ୍ୟୁଜ): ବାଇକ ସହ ଜଳିଗଲେ ଯୁବକ। ଭୁବନେଶ୍ୱର ଆଚାର୍ଯ୍ୟବିହାର ଓଭରବ୍ରିଜ ଉପରେ ଯୁବକ ଜଣକ ବାଇକ୍‌ ସହ ଜିଅନ୍ତା ଜଳିଯାଇଛନ୍ତି। ତେବେ କିପରି ବାଇକରେ ନିଆଁ ଲାଗିଲା ତାହା ଜଣାପଡିନାହିଁ। ସହିଦ ନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ପ୍ରତ୍ୟେକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ ଓଭରବ୍ରିଜ ଉପରେ ଯୁବକ ଜଣକ ବାଇକ୍‌ରେ ପଡିଥିବାବେଳେ ବାଇକ୍‌ଟି ହୁତୁହୁତୁ ହୋଇ ଜଳୁଥିଲା।

ଲୋକମାନେ ତାଙ୍କୁ ତୁରନ୍ତ ବାଇକରୁ ଘୋଷାଡି ଆଣିଥିଲେ କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା। ଯୁବକଙ୍କ ମୃତଦେହକୁ ବ୍ୟବଛେଦ ପାଇଁ କ୍ୟାପିଟାଲ୍‌ ହସ୍‌ପିଟାଲ ପଠାଯାଇଛି। ଆଖପାଖର CCTV ଫୁଟେଜ ଯାଞ୍ଚ କରୁଛି ପୋଲିସ। ଯୁବକଙ୍କ ଗାଡି ନମ୍ବରରୁ ପରିଚୟ ସଂଗ୍ରହ କରିବାକୁ ଚେଷ୍ଟା ଚାଲିଛି। କେହି ଦୁର୍ବୃତ୍ତ ଯୁବକ ଜଣଙ୍କୁ ହତ୍ୟା କରି ବାଇକ ଉପରେ ଶୁଆଇ ଦେଇଥିବା ପୋଲିସ ସନ୍ଦେହ କରୁଛି।

Sonalisa

Recent Posts

ଆଜିର ରାଶିଫଳ : ଏହି ରାଶି ଲୋକେ ଆଜି କ୍ୟାରିୟରକୁ ନେଇ ଖୁସି ଖବର ପାଇବେ

ମେଷ: ଆଜି ଆପଣଙ୍କର କିଛି ସମ୍ପର୍କୀୟଙ୍କ ସହିତ ଭେଟ ହୋଇପାରେ । ଧନ ମାମଲାରେ ଆଜିର ଦିନ କୁମ୍ଭ ରାଶି…

2 hours ago

ସରକାର ଗଠନ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି, ଜୁନ ୯ ରେ ଶପଥ ଉତ୍ସବ

ଜୁନ୯ ତାରିଖ ସଂଧ୍ୟା ୭ଟା ୧୫ ମିନିଟରେ ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି ।…

3 hours ago

ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୦ ତମ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ, ଉନ୍ମୋଚିତ ହେଲା ଗଳ୍ପ ସଙ୍କଳନ “ଦେବା ବସନ୍ତ”

ଭୁବନେଶ୍ୱର : ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୦…

3 hours ago

ସରକାର ବଦଳିବା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରୁ ୫୦୦ ରୁ ଉର୍ଦ୍ଧ୍ୱ ଫୋକସ ଲାଇଟ କାଢ଼ିନେଲେ

କେନ୍ୟୁଜ(ବ୍ୟୁରୋ) : ସରକାର ବଦଳିବା ପରେ ଶ୍ରୀମନ୍ଦିର ପରକ୍ରମା ପ୍ରକଳ୍ପରୁ ୫୦୦ ରୁ ଉର୍ଦ୍ଧ୍ୱ ଫୋକସ ଲାଇଟ କାଢ଼ି ନିଆଯାଇଥିବା…

4 hours ago

ମୁଁଗେଡି ଜଙ୍ଗଲରେ ଗୁଳିବିନିମୟ, ପୋଲିସ ଏନକାଉଣ୍ଟରରେ ୫ ମାଓବାଦୀ ନିହତ

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲା  ମୁଁଗେଡି ଜଙ୍ଗଲରେ ପୋଲିସ ମାଓବାଦୀ ଗୁଳିବିନିମୟ । ପୋଲିସର ଏନକାଉଣ୍ଟରରେ ୫…

5 hours ago

ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରପାତରେ ୫ ମୃତ, ୪ ଗୁରୁତର

ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରପାତ । ବଜ୍ରପାତରେ ୫ ଜଣଙ୍କ ଜୀବନ ଯାଇଛି । କରଞ୍ଜିଆର ମହୁଲଡିହା ଥାନା କୁଇଲିପାଳ…

6 hours ago