ରାଜ୍ୟ

କାମୁଡିଦେଲା ନାଗ, ତାପରେ ବାଇକରେ ନାଗକୁ ବସାଇ ହସପିଟାଲରେ ପହଁଚିଲେ ପୀଡିତ ବ୍ୟକ୍ତି

ଉମରକୋଟ (କେନ୍ୟୁଜ) : ଜମିରେ କାମ କରୁଥିବାବେଳେ କାମୁଡିଦେଲା ନାଗସାପ। କିନ୍ତୁ ପୀଡିତ ବ୍ୟକ୍ତି ତୁରନ୍ତ ଦେଖାଇଲେ ସାହସ। କାଳବିଳମ୍ବ ନକରି ସାହସ ଜୁଟାଇ ସାପଟିକୁ କାବୁକଲେ ପୀଡିତ । ଖାଲି କାବୁ କଲେନି ବାଇକରେ ଏହାକୁ ଧରି ପହଞ୍ଚିଗଲେ ମେଡିକାଲରେ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅଞ୍ଚଳରେ । ସାହସୀ ଯୁବକ ହେଲେ ଝରିଗାଁ ପଞ୍ଚାୟତ ଛୋଟାଗୁଡା ଗାଁର ସୁଧାଂଶୁ ସିଲ । ଚିକିତ୍ସା ପରେ ସେ ସୁସ୍ଥ ଥିବା ଜଣାପଡିଛି।

ସୂଚନା ଅନୁଯାୟୀ ସୁଧାଂଶୁ ନିଜ ଜମିରେ କାମ କରୁଥିଲେ । ଏହି ସମୟରେ ଏକ ନାଗସାପ ତାଙ୍କୁ କାମୁଡି ଦେଇଥିଲା । ସାପଟି ଘଟଣାସ୍ଥଳରୁ ଚାଲି ଯାଉଥିବା ବେଳେ ସୁଧାଂଶୁ ଏହାକୁ ତୁରନ୍ତ ଧରି କାବୁ କରିଥିଲେ । କିଛି ଅଘଟଣ ଘଟିବା ପୂର୍ବରୁ ସୁଧାଂଶୁ ସାପଟିକୁ ଧରି ବାଇକ୍ ଯୋଗେ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଯାଇଥିଲେ। ସୁଧାଂଶୁ ସାପଟିକୁ ଧରି ନିଜର ଚିକିତ୍ସା ପାଇଁ ଡାକ୍ତରଙ୍କୁ କହିଥିଲେ । ସାପଟିକୁ ଦେଖି ମେଡିକାଲ କର୍ତ୍ତୃପକ୍ଷ ପ୍ରଥମେ ଭୟଭୀତ ହୋଇ ପଡିଥିଲେ । ପରେ ସୁଧାଂଶୁଙ୍କର ଚିକିତ୍ସା ଆରମ୍ଭ କରିଥିଲେ । ଚିକିତ୍ସା ପରେ ସୁଧାଂଶୁ ବିପଦମୁକ୍ତ ଥିବା ସମ୍ପୃକ୍ତ ଡାକ୍ତର କହିଛନ୍ତି ।

Pritiparna

Recent Posts

ଘର ଉଜାଡିଦେଲା ମଦୁଆ ସ୍ୱାମୀ, ସ୍ତ୍ରୀକୁ ମାରି କିଛି ନଜାଣିବାର ନାଟକ କଲା ନରହନ୍ତା

ଯେଉଁ ହାତରେ ଦିନେ ସ୍ତ୍ରୀ ମଥାରେ ଦେଇଥିଲା ସିନ୍ଦୁର । ଆଜି ସେହି ହାତ ମାରିଦେଲା ସ୍ତ୍ରୀକୁ । ମାରି…

19 mins ago

ପୋଖରୀରେ ବୁଡି ନାବାଳିକାର ମୃତ୍ୟୁ

ଅନୁଗୋଳ : ଅନୁଗୋଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ ବଡ କେରଜାଙ୍ଗ ଗ୍ରାମରେ ଘଟିଛି ଅଘଟଣ । ପୋଖରୀରେ ବୁଡି…

24 mins ago

ବିବାହ ବନ୍ଧନରେ ବାନ୍ଧି ହେବେ ସୋନାକ୍ଷୀ, ସାମ୍ନାକୁ ଆସିଲା ମ୍ୟାରେଜ୍‌ କାର୍ଡ

ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଚର୍ଚ୍ଚା ଚାଲିଛି । ତେବେ ଏପରି…

43 mins ago

ଦୁଇ ବର୍ଷ ତଳୁ ପାସ୍‌ଆଉଟ୍‌, ସାଙ୍ଗଙ୍କ ସହ ରାତିରେ ପାର୍ଟି…କାନପୁର ମେଡିକାଲ କଲେଜ ବିଲ୍ଡିଂରୁ ଖସି ଡାକ୍ତରାଣୀଙ୍କ ମୃତ୍ୟୁ

ଉତ୍ତରପ୍ରଦେଶର କାନପୁର ମେଡିକାଲ କଲେଜ (ଜିଏସ୍‌ଭିଏମ୍‌ ମେଡିକାଲ କଲେଜ) ବିଲ୍ଡିଂରୁ ଖସି ଜଣେ ଏମ୍‌ବିବିଏସ୍‌ ଡାକ୍ତରାଣୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି…

53 mins ago

କେତେ ଖୁସିରେ ଡ୍ୟାମ୍‌ ବୁଲି ଆସିଥିଲେ ସାତ ଜଣ ସାଙ୍ଗ, କିନ୍ତୁ ଖୁସି ମଉଳିଗଲା ପାଣି ଭିତରେ

ଆନନ୍ଦପୁର (କେନ୍ୟୁଜ) : ସାତ ଜଣ ସାଙ୍ଗ ମିଶି ପ୍ଲାନ୍‌ କଲେ ଚାଲ ଆଜି ହଦଗଡ ଆଡେ ଟିକେ ବୁଲି…

1 hour ago

ନାଗପୁର: ବିସ୍ଫୋରକ ତିଆରି କାରଖାନାରେ ଭୟଙ୍କର ବିସ୍ଫୋରଣ; ୫ ଶ୍ରମିକ ମୃତ, ୫ ଗୁରୁତର

ମହାରାଷ୍ଟ୍ରର ନାଗପୁର ନିକଟ ଏକ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା…

1 hour ago