ରାଜ୍ୟ

ଭଦ୍ରକ : ବାସୁଦେବପୁର ବ୍ଲକରେ ଏବେ କରୋନା ଭୂତାଣୁ ଆତଙ୍କ, ଭାଇରସ ସଂକ୍ରମଣକୁ ନେଇ ଗ୍ରାମବାସୀ ଆତଙ୍କିତ

ବାସୁଦେବପୁର (କେନ୍ୟୁଜ୍) : ଭଦ୍ରକ ବାସୁଦେବପୁର ବ୍ଲକର ଗୋପବନ୍ଧୁନଗର ପଞ୍ଚାୟତ ଗଦି ଗାଁରେ ଏବେ କରୋନା ଭୂତାଣୁର ଆତଙ୍କ। କାରଣ ଏହି ଗାଁର ଜଣେ ଯୁବକ ସୁକେଶ ବେହେରା ଚୀନରେ ୫ ବର୍ଷ ରହି ଗତ ଜାନୁଆରୀ ୧୭ ତାରିଖରେ ଗାଁକୁ ଫେରିଛନ୍ତି । ସେଠାରେ ସେ ଯୋଗ ଶିକ୍ଷକ ଭାବେ ନିଯୁକ୍ତ ଥିଲେ। ଓଡ଼ିଶା ଫେରିବା ପରେ ସୁକେଶ ଏମ୍‌ସକୁ ଚିକିତ୍ସା ପାଇଁ ଯାଇଥିଲେ ବି ସେଠାରେ କରୋନା ଭାଇରସ ଚିକିତ୍ସା ସୁବିଧା ନଥିବାରୁ ଫେରି ଆସିଥିଲେ। ସେପଟେ ଚୀନରେ ଏହି ଭାଇରସ ବ୍ୟାପିଥିବା ଉହାନ ସହରରୁ ସୁକେଶ ହଜାରେ କିଲୋମିଟର ଦୂରରେ ରହୁଥିଲେ ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି। ତଥାପି ଭାଇସର ସଂକ୍ରମଣକୁ ନେଇ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ସୁକେଶଙ୍କୁ ତୁରନ୍ତ ସରକାରୀ ସ୍ତରରେ ଚିକିତ୍ସା କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Pritiparna

Recent Posts

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

13 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

29 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

42 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

51 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

54 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago