ଭଦ୍ରକ : ବାସୁଦେବପୁର ବ୍ଲକରେ ଏବେ କରୋନା ଭୂତାଣୁ ଆତଙ୍କ, ଭାଇରସ ସଂକ୍ରମଣକୁ ନେଇ ଗ୍ରାମବାସୀ ଆତଙ୍କିତ
ବାସୁଦେବପୁର (କେନ୍ୟୁଜ୍) : ଭଦ୍ରକ ବାସୁଦେବପୁର ବ୍ଲକର ଗୋପବନ୍ଧୁନଗର ପଞ୍ଚାୟତ ଗଦି ଗାଁରେ ଏବେ କରୋନା ଭୂତାଣୁର ଆତଙ୍କ। କାରଣ ଏହି ଗାଁର ଜଣେ ଯୁବକ ସୁକେଶ ବେହେରା ଚୀନରେ ୫ ବର୍ଷ ରହି ଗତ ଜାନୁଆରୀ ୧୭ ତାରିଖରେ ଗାଁକୁ ଫେରିଛନ୍ତି । ସେଠାରେ ସେ ଯୋଗ ଶିକ୍ଷକ ଭାବେ ନିଯୁକ୍ତ ଥିଲେ। ଓଡ଼ିଶା ଫେରିବା ପରେ ସୁକେଶ ଏମ୍ସକୁ ଚିକିତ୍ସା ପାଇଁ ଯାଇଥିଲେ ବି ସେଠାରେ କରୋନା ଭାଇରସ ଚିକିତ୍ସା ସୁବିଧା ନଥିବାରୁ ଫେରି ଆସିଥିଲେ। ସେପଟେ ଚୀନରେ ଏହି ଭାଇରସ ବ୍ୟାପିଥିବା ଉହାନ ସହରରୁ ସୁକେଶ ହଜାରେ କିଲୋମିଟର ଦୂରରେ ରହୁଥିଲେ ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି। ତଥାପି ଭାଇସର ସଂକ୍ରମଣକୁ ନେଇ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ସୁକେଶଙ୍କୁ ତୁରନ୍ତ ସରକାରୀ ସ୍ତରରେ ଚିକିତ୍ସା କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।