Below header

ଦୁର୍ଗମ ଜଙ୍ଗଲରେ ଥବା ଆଶ୍ରମକୁ ପ୍ରତିଦିନ ଭଜନ ଶୁଣିବାକୁ ଆସୁଛନ୍ତି ଭାଲୁ, ଦେଖନ୍ତୁ ଭିଡ଼ିଓ

ଆମ ଦେଶ ଆଧ୍ୟାତ୍ମିକ ଶକ୍ତି ଓ ପ୍ରାଚୀନ ଧର୍ମସ୍ଥଳୀ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧିଲାଭ କରିଛି। ଏଠାକାର ଇତିହାସ ତଥା ଆଶ୍ଚର୍ଯ୍ୟଜନକ କିମ୍ବଦନ୍ତୀ ଏହାକୁ ଅନ୍ୟ ଦେଶମାନଙ୍କ ତୁଳନାରେ ସ୍ୱତନ୍ତ୍ର କରିଥାଏ। ଠିକ୍‌ ସେହିଭଳି ଏକ ଆଶ୍ଚର୍ଯ୍ୟଜନକ ତଥା ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ। ଏଠାକାର ଶହଡୋଲ ଜିଲ୍ଲାରେ ମଧ୍ୟପ୍ରଦେଶ ଓ ଛତିଶଗଡ଼ ସୀମାରେ ଥିବା ଖଡ଼ାଖୋହର ଜଙ୍ଗଲର ରାଜମାଡ଼ା ରାମବନ ଆଶ୍ରମରେ ଭଜନ ଶୁଣିବାକୁ ଜଙ୍ଗଲରୁ ହିଂସ୍ରଜନ୍ତୁ ଆସୁଥିବା ଜଣାଯାଇଛି। ଏଠାରେ ଭଜନ ଶୁଣିବା ପାଇଁ ଏକାଧିକ ଭାଲୁ ଆସିଥାନ୍ତି। ଭଜନ ଶୁଣିବା ପରେ ଭାଲୁମାନେ ପ୍ରସାଦ ସେବନ କରି ପୁଣିଥରେ ଜଙ୍ଗଲକୁ ଫେରି ଯାଇଥାନ୍ତି। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଭାଲୁମାନେ ଆଜି ଯାଏଁ କାହାର କେବେ କିଛି କ୍ଷତି କରିନାହାନ୍ତି। ଭାଲୁଙ୍କ ଭଜନ ଶୁଣିବା ବେଳର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଦେଖନ୍ତୁ କେମିତି ଭାଲୁମାନେ ଭଜନ ଶୁଣିବାରେ ନିମଗ୍ନ ଅଛନ୍ତି:

ରିପୋର୍ଟ ମୁତାବକ ଏହି ଜଙ୍ଗଲରେ ଜଣେ ସାଧୁଙ୍କ ଆଶ୍ରମ ରହିଛି। ଏହି ଦୁର୍ଗମ ସ୍ଥାନରେ ସୀତାରାମ ବାବା ଏକ କୁଟୀର କରି ରହୁଛନ୍ତି। ସାଧୁବାବା ସକାଳେ ଓ ସନ୍ଧ୍ୟାରେ ଭଗବାନଙ୍କୁ ଆରାଧନା କରିବା ସହ ପ୍ରାର୍ଥନା କରିଥାନ୍ତି। ମାତ୍ର ଆଶ୍ଚର୍ଯ୍ୟଜନକ ଭାବେ ବାବା ଭଜନ ଗାଇବା ଆରମ୍ଭ କରିବା ବେଳେ ଜଙ୍ଗଲରୁ ଭାଲୁମାନେ ଖୁବ୍‌ ଶ୍ରଦ୍ଧାର ସହ ସେଠାକୁ ଆସିଥାନ୍ତି। କେବଳ ଆସିନଥାନ୍ତି, ଭାଲୁମାନେ ସେଠାରେ ସ୍ଥିର ଚିତ୍ତରେ ବସି ଭଜନ ଶୁଣିଥାନ୍ତି ମଧ୍ୟ। ଭଜନ ଶେଷରେ ଭାଲୁମାନେ ପ୍ରସାଦ ସେବନ କରି ପୁଣିଥରେ ଜଙ୍ଗଲକୁ ଫେରିଯାଆନ୍ତି। ଭାଲୁଙ୍କ ଏହି ଦଳରେ ଏକ ଅଣ୍ଡିରା, ଏକ ମାଈ ଓ ଏକ ଶାବକ ରହିଛି।

ସାଧୁବାବାଙ୍କ କହିବାନୁସାରେ ଭାଲୁମାନେ କେବେ ବି ତାଙ୍କ କୁଟୀର ଭିତରକୁ ପ୍ରବେଶ କରିନାହାନ୍ତି। ବାବା ଗତ ଆଠ ବର୍ଷ ଧରି ସେଠାରେ ଧୂନି ଜଳାଉଛନ୍ତି। ପୂଜାପାଠ ବେଳେ ବାବା ଭାଲୁଙ୍କୁ ସ୍ନେହ ମଧ୍ୟ କରୁଥିବା କହିଛନ୍ତି। ତେବେ ବର୍ତ୍ତମାନ ଯୁଗରେ ଏଭଳି ଜୀବଜନ୍ତୁ ପୂଜାପାଠ ଉପରେ ଧ୍ୟାନ ଦେବା ଓ ହିଂସ୍ର ପ୍ରବୃତ୍ତି ଛାଡ଼ି ଭଗବତ୍‌ ଧ୍ୟାନ କରିବା ବିରଳ ବୋଲି ଲୋକେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.