ରାଜ୍ୟ

ସ୍ତ୍ରୀ ପିଲାଛୁଆ ଫୁଲବାଣୀରେ କିନ୍ତୁ ସ୍ୱାମୀ ମରି ଶୋଇଛି ଭୁବନେଶ୍ୱରରେ

ଭୁବନେଶ୍ୱର (କେନ୍ୟୁଜ) : ଏଇ, ତମେ ସତରେ ଭଣ୍ଡେଇ ଦେଲା ନା…ଏତେ ବଡ଼ ଦୁନିଆରେ ତୁମେ କେମିତି ଆମ ମାଆ ଛୁଆଙ୍କୁ ପର କରି ଚାଲିଗଲ ? ତୁମେ ଜାଣିଛ ଆମର ଆଉ ଗୋଟିଏ କୁନି ପିଲାଟି ଆସିବ ବୋଲି । ତୁମେ କେତେ କଣ ଭାବିଥିଲ । କହୁଥିଲ ଆମ ଫ୍ୟାକ୍ଟ୍ରିର ନା ଦୁଇ ଛୁଆଙ୍କ ନା ଅନୁସାରେ ରଖିବା । ଏତେ ଆୟୋଜନ କରିବାକୁ କହି ମୋତେ ଭୂତେଇ ଭଣ୍ଡେଇ ଏକୁଟିଆ ଚାଲି ଯାଇପାରିଲ କେମିତି ତପନ ? ଯେତେବେଳେ ମୋ ପେଟରେ ଥିବା କୁନି ବେବି ଏ ସଂସାରକୁ ଆସିବ ଆଉ ପଚାରିବ ବାପା କାହିଁ ମାଆ ?କଣ ଉତ୍ତର ଦେବି ମୁଁ ? ଏ ସଂସାର ବିଷୟରେ କିଛି ଜାଣିନି, କାହା ସାହାରାରେ ବଞ୍ଚିବି ? ପେଟରେ ବଢୁଥିବା ଛୁଆଟିକୁ ଆଉ ବଡ଼ ଝିଅକୁ କେମିତି ମଣିଷ କରିବି ? …. ଏସବୁ ଜଣେ ସ୍ତ୍ରୀର କାନ୍ଦଣାରେ ଶୁଭି ଯାଉଥାଏ । ଆମ କାନରେ କଥା ସବୁ ବାଜିଲା ବେଳକୁ ଆମ ହୃଦୟରେ ଦବି ଯାଉଥାଏ ।

ମହିଳା ଜଣକ କାନ୍ଦି କାନ୍ଦି ସ୍ୱାମୀର ମୃତଦେହ ନିକଟକୁ ପଳାଇ ଯାଉଥାନ୍ତି । ସେତବେଳେ ଟାଣି ଟାଣି ନେଇ ଯାଉଥାନ୍ତି ବଡ଼ ଭଉଣୀ । ସେହି ସମୟର ହୃଦୟ ବିଦାରକ ଦୃଶ୍ୟ ଯିଏ ଦେଖିବ ତା ଆଖିରେ ଲୁହ ରହିବନି । କାନ୍ଦି କାନ୍ଦି ଅଧୀର ହୋଇ ପଡୁଥିବା ସ୍ତ୍ରୀ ଶେଷ ସମୟରେ ସ୍ୱାମୀର ମୁହଁ ଟିକେ ଦେଖିବାକୁ ବ୍ୟାକୁଳ । କାରଣ ଆଉ କେବେବି ଦେଖି ପାରିବନି । ତାଙ୍କୁ ଏା କରି ଗଲେ ଏ ଦୁନିଆଁରେ । ଗୋଟିଏ ପିଲା କୋଳରେ ତ ଆଉ ଗୋଟିଏ ଗର୍ଭରେ । କିଏ ସେମାନଙ୍କୁ ଦେବ ବାପର ପରିଚୟ ? ପେଟର ପିଲାଟି ଦୁନିଆ ଦେଖିବା ପୂର୍ବରୁ ବାପ ଛେଉଣ୍ଡ ହୋଇ ଯାଇଛି । ତେଣୁ ସବୁ ଦିଗ ତାଙ୍କୁ ଅନ୍ଧାର ଦେଖା ଯାଉଛି । ସ୍ୱାମୀଙ୍କ ଏଭଳି ଅଚାନକ ମୃତ୍ୟୁ ତାଙ୍କୁ ସ୍ତବଧ କରି ଦେଇଛି ।

ତଥାପି ଶେଷ ଥର ସ୍ୱାମୀକୁ ଦେଖି ଦେବା ପାଇଁ ଚେଷ୍ଟା କରୁଥାନ୍ତି । ହେଲେ ପରିବାର ଲୋକେ ତାଙ୍କୁ ନେଇ ଯାଉଥାନ୍ତି ସ୍ୱାମୀ ତପନଙ୍କ ମୃତଦେହ ଠାରୁ ଦୂରକୁ ଦୂରକୁ । ବହୁ କଷ୍ଟରେ ମା ଓ ଝିଅକୁ ନେଇ ଯାଇ କାର ଭିତରେ ବସାଇ ଦେଲେ । ସେପଟେ ଶବ ନେଇ ଆମ୍ବୁଲାନ୍ସ ଗଡ଼ିଲା ଆଗକୁ ଆଗକୁ । ହୃଦୟକୁ ଭିଜାଇ ଦେଉଥିବା ଭଳି ଏ ଘଟଣା ହେଉଛି ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅଂଚଳର । ମୃତକଙ୍କ ନାଁ ତପନ ଆଚାର୍ଯ୍ୟ । ଘର ଫୁଲବାଣୀରେ । ତପନ ଜଣେ ଶିଳ୍ପପତି । ଏଇ କେଇ ବର୍ଷ ହେବ ବ୍ୟବସାୟ ଦୁନିଆଁରେ ପାଦ ଥାପି ବେଶ ନାଁ କରିଥିଲେ । ତପନଙ୍କର ଗୋଟିଏ ଦଶ ବର୍ଷ ଝିଅ ଅଛି ।

ଏପଟେ ସ୍ତ୍ରୀ ଗର୍ଭବତୀ ଅଛନ୍ତି । ଅନେକ ସମୟରେ କୌଣସି ନା କୌଣସି କାମରେ ଭୁବନେଶ୍ୱର ଆସି ଦିନେ ଦୁଇ ଦିନ ରହି ପୁଣି ଫୁଲବାଣୀ ଫେରି ଯାଆନ୍ତି ତପନ । ପରିବାର ଲୋକଙ୍କ କହିବା ଅନୁଯାୟୀ ତପନ ଯେତେବେଳେ ଆସନ୍ତି ମୈତ୍ରୀ ବିହାର ଥାନା ଅଞ୍ଚଳରେ ଥିବା ଶାନ୍ତି ଗେଷ୍ଟ ହାଉସରେ ରୁହନ୍ତି । ପୁଣି କାମ ସାରି ଫେରି ଯାଆନ୍ତି ଫୁଲବାଣୀ । ତେବେ ଗତ ମଙ୍ଗଳବାର ଦିନ ତପନଙ୍କ ସହିତ ପରିବାର ଲୋକ କଥା ହୋଇଥିଲେ । ପରଦିନ ଫୋନ ଆଉ ଲାଗି ନଥିଲା । ଅନେକ ଚେଷ୍ଟା କରିଥିଲେ ପରିବାର ଲୋକେ ଯୋଗାଯୋଗ କରିବାକୁ କିନ୍ତୁ ମୋବାଇଲ ରିଙ୍ଗ ହେଉଥିଲେ ବି ଉଠାଇ ନଥିଲେ ତପନ । ଦୀର୍ଘ ତିନି ଦିନ ପରେ ଶାନ୍ତି ଗେଷ୍ଟ ହାଉସର କର୍ମଚାରୀ ଖବର କଲେ ତପନଙ୍କ ପରିବାର ଲୋକଙ୍କୁ କି ତପନ ରହୁଥିବା ରୁମରୁ ଗନ୍ଧ ବାହାରୁଛି । ତେଣୁ ତୁରନ୍ତ ପହଂଚିବା ପାଇଁ । ପରେ ପୋଲିସ ଏବଂ ଘର ପରିବାର ଲୋକଙ୍କ ଉପସ୍ଥିତିରେ ଗେଷ୍ଟ ହାଉସ ରୁମ୍‌ ତାଲା ଭାଙ୍ଗି ଦେଖିଲା ବେଳକୁ ତପନଙ୍କ ମୃତଦେହ ପଡ଼ି ରହିଥିଲା ।

ପୋଲିସ୍‌ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ଆଣି ବ୍ୟବଚ୍ଛେଦ ପାଇଁ । ତେବେ ତପନ ଆଚାର୍ଯ୍ୟଙ୍କ ଜୀବନ କେମିତି ଗଲା । କେବେ ଗଲା ଏବଂ କେଉଁ ପରିସ୍ଥିତରେ ଗଲା କାହାକୁ ଜଣା ନାହିଁ । ଜୀବନ ଯିବା ପଛରେ କିଛି ରହସ୍ୟ ରହିଛି ନା ସ୍ୱାଭାବିକ ଜୀବନ ଯାଇଛି ଏସବୁ କଥା ଉପରୁ ପରଦା ଉଠିବ ତପନ ଆଚାର୍ଯ୍ୟଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ । ତେବେ ଏସବୁ ଘଟଣାକୁ ଆଧାର କରି ମୈତ୍ରୀବିହାର ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜରି ରଖିଛି । ତେବେ ତପନଙ୍କ ପତ୍ନୀ ଏବେ ନିଜକୁ ନିଃସ୍ୱ, ଏକାକୀ ଓ ଅସହାୟ ଅବସ୍ଥାରେ ପାଇଛନ୍ତି । ଯାହାଙ୍କୁ ଆଶ୍ୱାସନା ଦେବା ବି ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି । ସମସ୍ତେ ସିନା ବୁଝାଇ ଦେବେ ହେଲେ ତାଙ୍କ ଅନ୍ତରର ଦୁଃଖକୁ ବା କମାଇ ପାରିବ କିଏ ? ଇଏ ତ ଜୀବନ ସାରା ତାଙ୍କୁ କଷ୍ଟ ଦେବ ।

Pritiparna

Recent Posts

କାଳବୈଶାଖୀର କରାଳ ରୂପ, ବଜ୍ରାଘାତ ନେଲା ୧୨ ଗାଇଙ୍କ ଜୀବନ

ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…

33 mins ago

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

1 hour ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

2 hours ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

3 hours ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

3 hours ago

କାମ ସାରି ଗଛ ମୂଳେ ବିଶ୍ରାମ ନେଉଥିଲେ, ହଠାତ୍‌ ମାରିଲା ବିଜୁଳି ଚାଲିଗଲା ୨ ଯୁବକଙ୍କ ଜୀବନ

ଗଞ୍ଜାମ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ଅସହ୍ୟ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ପୁରା ଓଡ଼ିଶାବାସୀ ।…

3 hours ago