Categories: ରାଜ୍ୟ

ଜଳେଶ୍ବର: ଗାଈ ଟିର ପ୍ରସବ ବେଦନା ସହିପାରିଲେନି ବ୍ୟକ୍ତି, ରାସ୍ତା ମଝିରେ କଲେ ଏମିତି କାମ ସବୁ ଆଡୁ ଛୁଟୁଛି ପ୍ରଶଂସା

ଜଳେଶ୍ବର:ଆଜିକାଲିର ସ୍ବାର୍ଥପର ଦୁନିଆରେ କିଏ କାହାର । ରାତି ପାହିଲା ବେଳକୁ ବଦଳି ଯାଉଛି ସମ୍ପର୍କ । ପୁଅ ଭୁଲିଯାଉଛି ମାକୁ ତ ସ୍ତ୍ରୀ ଭୁଲିଯାଉଛି ନିଜ ସ୍ବାମୀକୁ । ନିଜର ସ୍ବାର୍ଥ ପାଇଁ ମଣିଷ ଏଠି ଭୁଲିଯାଉଛି ମାନବିକତା । କିନ୍ତୁ ପାଞ୍ଚ ଆଙ୍ଗୁଳି ସମାନ ନୁହେଁ । ଏହି ଅମଣିଷ ମାନଙ୍କ ଭିତରେ ଏମିତି ମଣିଷ ଆଜି ବି ଅଛନ୍ତି ଯେଉଁମାନଙ୍କ ପାଖରେ ବଞ୍ଚିରହିଛି ମଣିଷତ୍ବ ।

ବସ୍ତବହୁଳ ଜୀବନରେ ସମସ୍ତେ ନିଜ କାମରେ ଲାଗିଥିବାବେଳେ ରାସ୍ତା କଡରେ ଏମିତି ଏକ ଦ୍ରୁଶ୍ଯ ଦେଖିବାକୁ ମିଳିଛି ଯାହାକୁ ଜାଣିବା ପରେ ଆପଣ ବି କହିବେ ବାଃ ବାଃ ରେ ମଣିଷ । ଏ ଘଟଣା ହେଉଛି ବାଲେଶ୍ବର ଜିଲ୍ଲାର ଜଳେଶ୍ବର ବଡବଜାର ନିକଟରେ ଥିବା ପୋଲ ଉପରର । ଯେଉଁଠି ଏକ ଗାଈ ପ୍ରସବ ବେଦନାରେ ଛଟପଟ ହେଉଥିବାବେଳେ ସେହି ବାଟ ଦେଇ ଶହ ଶହ ଲୋକ ଯାଉଥିଲେ ମଧ୍ଯ କାହାର ନଜର ପଡିନଥିଲା। କାରଣ ଏଠି କହିପାରୁଥିବା ମଣିଷର କଷ୍ଟକୁ ଯଦି ମଣିଷ ହିଁ ବୁଝିପାରୁନି, ଏଇ ଅକୁହା ନିରୀହ ପଶୁଟିର କଷ୍ଟକୁ କିଏ ବା ଅନୁଭବ କରିପାରିବ । କିନ୍ତୁ ସେହି ବାଟ ଦେଇ ଯାଉଥିବା ଦୁଇ ଜଣ ବ୍ଯକ୍ତି ଗାଈ ଟିର କଷ୍ଟକୁ ଅନୁଭବ କରିପାରିଥିଲେ । ଗାଈଟିର କଷ୍ଟକୁ ଦେଖି ସେମାନେ ସହିପାରିନଥିଲେ । ଆଉ ସାହାଯ୍ଯ ପାଇଁ ଆଗେଇ ଆସିଥିଲେ ।

ଗାଇଟିର ପ୍ରସବ କରାଇବାରେ ସମସ୍ତ ପ୍ରକାରର ସାହାର୍ଯ୍ଯ କରିବାପରେ ଶେଷରେ ଜନ୍ମ ହୋଇଥିଲା ନବଜାତ ବାଛୁରୀ। ତେବେ କିଛି ସମୟ ପରେ ସ୍ଥାନୀୟ ଲୋକେ ପଶୁ ଚିକିତ୍ସାଳୟକୁ ଖବର ଦେବା ପରେ ଗାଈଟିକୁ ଉଦ୍ଧାର କରାଯାଇଥିଲା । ଦୁଇ ବ୍ଯକ୍ତିଙ୍କର ଏହି ମହତ କାର୍ଯ୍ଯକୁ ସବୁ ମହଲରୁ ପ୍ରଶଂସା କରାଯାଉଛି ।

 

Sonalisa

Recent Posts

ଦୀର୍ଘ ସମୟ ହେଲା ନାଳରେ ଫସି ରହିଛନ୍ତି ୩ ହାତୀ, ଜାରି ରହିଛି ଉଦ୍ଧାର କାର୍ଯ୍ୟ

ନରସିଂହପୁର: ବିପଦରେ ଗଜରାଜ । ତାଙ୍କୁ ଦେଖିବା ପାଇଁ ଲୋକଙ୍କର ନାହିଁ ନଥିବା ଭିଡ଼ । କିଏ ହୋ ହୋ…

6 mins ago

ଜମି ଜମା ବିବାଦକୁ ନେଇ ଖଣ୍ଡାରେ ହାଣିଲା ବଡ଼ ଭାଇ, ଘଟଣାସ୍ଥଳରେ ସାନ ଭାଇର ମୃତ୍ୟୁ

ମୟୁରଭଞ୍ଜ : ଜମି ଜମା ବିବାଦକୁ ନେଇ କରୁଣ ପରିଣିତି । ସାନ ଭାଇକୁ ଖଣ୍ଡାରେ ହାଣିଲା ବଡ଼ ଭାଇ…

26 mins ago

ପାଟନା: ୧୭ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ଗଙ୍ଗା ନଦୀରେ ଓଲଟିଲା, ୬ ନିଖୋଜ; ଚାଲିଛି ରେସ୍‌କ୍ୟୁ ଅପରେସନ

ବିହାରରେ ବଡ଼ ଧରଣର ନୌକା ଦୁର୍ଘଟଣା । ପାଟନାର ବାଢ଼ରେ ଉମାନାଥ ଘାଟରେ ଏକ ଯାତ୍ରୀବାହୀ ଡଙ୍ଗା ଗଙ୍ଗା ନଦୀରେ…

29 mins ago

ହାତୀ ଆକ୍ରମଣରେ ମହିଳା ଗୁରୁତର, ମେଡିକାଲରେ ଭର୍ତ୍ତି

କାମାକ୍ଷାନଗର : ହାତୀ ଆକ୍ରମଣରେ ମହିଳା ଗୁରୁତର । ଗୁରୁତର ମହିଳା ହେଲେ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଗ୍ରାମର…

41 mins ago

୩୦ କେଜି ଗଞ୍ଜେଇ ଜବତ, ଦୁଇ ଗିରଫ

ବୌଦ୍ଧ ହରଭଙ୍ଗା : ବୌଦ୍ଧ ଅବକାରୀ ବିଭାଗର ଜିଲ୍ଲା ମୋବାଇଲ୍ ୟୁନିଟ୍ ପକ୍ଷରୁ ମହାନଦୀ ୫୭ ନମ୍ବର ଜାତୀୟ ରାଜପଥର…

52 mins ago

ମଥୁରା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ , ବୃଦ୍ଧା ପୋଡ଼ି ଗୁରୁତର

ବୌଦ୍ଧ/ହରଭଂଗା : ବିଳମ୍ବିତ ରାତ୍ରରେ ବୌଦ୍ଧ ଥାନା ଅନ୍ତର୍ଗତ ମଥୁରା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁରେ ଗୋଟିଏ…

1 hour ago