Below header

ଜଳେଶ୍ବର: ଗାଈ ଟିର ପ୍ରସବ ବେଦନା ସହିପାରିଲେନି ବ୍ୟକ୍ତି, ରାସ୍ତା ମଝିରେ କଲେ ଏମିତି କାମ ସବୁ ଆଡୁ ଛୁଟୁଛି ପ୍ରଶଂସା

ଜଳେଶ୍ବର:ଆଜିକାଲିର ସ୍ବାର୍ଥପର ଦୁନିଆରେ କିଏ କାହାର । ରାତି ପାହିଲା ବେଳକୁ ବଦଳି ଯାଉଛି ସମ୍ପର୍କ । ପୁଅ ଭୁଲିଯାଉଛି ମାକୁ ତ ସ୍ତ୍ରୀ ଭୁଲିଯାଉଛି ନିଜ ସ୍ବାମୀକୁ । ନିଜର ସ୍ବାର୍ଥ ପାଇଁ ମଣିଷ ଏଠି ଭୁଲିଯାଉଛି ମାନବିକତା । କିନ୍ତୁ ପାଞ୍ଚ ଆଙ୍ଗୁଳି ସମାନ ନୁହେଁ । ଏହି ଅମଣିଷ ମାନଙ୍କ ଭିତରେ ଏମିତି ମଣିଷ ଆଜି ବି ଅଛନ୍ତି ଯେଉଁମାନଙ୍କ ପାଖରେ ବଞ୍ଚିରହିଛି ମଣିଷତ୍ବ ।

ବସ୍ତବହୁଳ ଜୀବନରେ ସମସ୍ତେ ନିଜ କାମରେ ଲାଗିଥିବାବେଳେ ରାସ୍ତା କଡରେ ଏମିତି ଏକ ଦ୍ରୁଶ୍ଯ ଦେଖିବାକୁ ମିଳିଛି ଯାହାକୁ ଜାଣିବା ପରେ ଆପଣ ବି କହିବେ ବାଃ ବାଃ ରେ ମଣିଷ । ଏ ଘଟଣା ହେଉଛି ବାଲେଶ୍ବର ଜିଲ୍ଲାର ଜଳେଶ୍ବର ବଡବଜାର ନିକଟରେ ଥିବା ପୋଲ ଉପରର । ଯେଉଁଠି ଏକ ଗାଈ ପ୍ରସବ ବେଦନାରେ ଛଟପଟ ହେଉଥିବାବେଳେ ସେହି ବାଟ ଦେଇ ଶହ ଶହ ଲୋକ ଯାଉଥିଲେ ମଧ୍ଯ କାହାର ନଜର ପଡିନଥିଲା। କାରଣ ଏଠି କହିପାରୁଥିବା ମଣିଷର କଷ୍ଟକୁ ଯଦି ମଣିଷ ହିଁ ବୁଝିପାରୁନି, ଏଇ ଅକୁହା ନିରୀହ ପଶୁଟିର କଷ୍ଟକୁ କିଏ ବା ଅନୁଭବ କରିପାରିବ । କିନ୍ତୁ ସେହି ବାଟ ଦେଇ ଯାଉଥିବା ଦୁଇ ଜଣ ବ୍ଯକ୍ତି ଗାଈ ଟିର କଷ୍ଟକୁ ଅନୁଭବ କରିପାରିଥିଲେ । ଗାଈଟିର କଷ୍ଟକୁ ଦେଖି ସେମାନେ ସହିପାରିନଥିଲେ । ଆଉ ସାହାଯ୍ଯ ପାଇଁ ଆଗେଇ ଆସିଥିଲେ ।

cowଗାଇଟିର ପ୍ରସବ କରାଇବାରେ ସମସ୍ତ ପ୍ରକାରର ସାହାର୍ଯ୍ଯ କରିବାପରେ ଶେଷରେ ଜନ୍ମ ହୋଇଥିଲା ନବଜାତ ବାଛୁରୀ। ତେବେ କିଛି ସମୟ ପରେ ସ୍ଥାନୀୟ ଲୋକେ ପଶୁ ଚିକିତ୍ସାଳୟକୁ ଖବର ଦେବା ପରେ ଗାଈଟିକୁ ଉଦ୍ଧାର କରାଯାଇଥିଲା । ଦୁଇ ବ୍ଯକ୍ତିଙ୍କର ଏହି ମହତ କାର୍ଯ୍ଯକୁ ସବୁ ମହଲରୁ ପ୍ରଶଂସା କରାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.