ମୋ ବସ୍‌ର ସଫଳତା ପରେ ରାଜଧାନୀରେ ଆରମ୍ଭ ହେବ ଇଲେକ୍‌ଟ୍ରିକ୍‌ ବସ୍‌, ଆଜି ଭୁବନେଶ୍ୱରରେ କରାଯିବ ଟ୍ରାଏଲ ରନ୍‌

ଭୁବନେଶ୍ବର: ରାଜଧାନୀ ରାଜରାସ୍ତାରେ ଗଡିବ ଇଲେକ୍‌ଟ୍ରିକ୍ ବସ୍ । ପ୍ରଥମ ପର୍ଯ୍ୟାୟରେ ଆସିଛି ୫୦ଟି ବସ୍ । ଇଏ ହେଉଛି ଡେମୋ ବସ୍‌। ବିଭିନ୍ନ ରୁଟ୍‌ରେ ଏହାର ଟ୍ରାଏଲ ରନ୍ କରାଯିବ । ଏଥିପାଇଁ ହାଇଦ୍ରାବାଦରୁ ଇଲେକଟ୍ରିକ୍ ବସ୍ ଭୁବନେଶ୍ୱର ଅଣାଯାଇଛି । ମୋ ବସ୍‌ରେ ଯାତ୍ରୀଙ୍କୁ ମିଳୁଥିବା ସୁବିଧାଠାରୁ ଇଲେକ୍ଟ୍ରିକ୍ ବସ୍‌ରେ ମିଳିବ ଅତ୍ୟାଧୁନିକ ସୁବିଧା ସୁଯୋଗ। ବରିଷ୍ଠ ନାଗରିକଙ୍କ ପାଇଁ ରହିବ ସ୍ୱତନ୍ତ୍ର ବ୍ୟବସ୍ଥା । ପୂର୍ବରୁ ମୁମ୍ବାଇ, ହାଇଦ୍ରାବାଦ, ହିମାଞ୍ଚଳ ପ୍ରଦେଶ, ପୁନେରେ ଏହି ବସ୍ ଚାଲୁଛି ।

ଏବେ ଆସନ୍ତୁ ଜାଣିବା କ’ଣ ରହିଛି ଏହି ଇଲେକଟ୍ରିକ୍ ବସରେ ସୁବିଧା:

ବିନା ପେଟ୍ରୋଲ ଓ ଡିଜେଲରେ ଚାଲିବ

ପ୍ରଦୁଷଣ ମୁକ୍ତ ଏହି ଇଲେକ୍ଟଟ୍ରିକ୍ ବସ

ଥରେ ଫୁଲ ଚାର୍ଜ କଲେ ଗଡ଼ିବ ୨ଶହ କିଲୋମିଟର

ଫୁଲ ଚାର୍ଜ ପାଇଁ ୩ ଘଣ୍ଟା ସମୟ ଲାଗିବ

ସ୍ପିଡୋମିଟର ଭଳି ଏହି ବସରେ ରହିଛି ଚାର୍ଜ ଡିସପ୍ଲେ ବ୍ୟବସ୍ଥା। ଯେଉଁଥିରେ ଡ୍ରାଇଭର ଜାଣି ପାରିବେ ଆଉ କେତେ ବାଟ ଯିବ ବସ୍‌

୩୨ଟି ସିଟ୍ ରହିଛି। ଯାତ୍ରୀଙ୍କ ସୁରକ୍ଷା ପାଇଁ ପ୍ରତି ସିଟ୍ ପାଖରେ ରହିଛି ଏମରଜେନ୍ସୀ ସୁଇଚ୍

ମୋବାଲ ଚାର୍ଜିଂ ପଏଣ୍ଟ ରହିଛି

ସୁରକ୍ଷା ଦୃଷ୍ଟିରୁ ବସରେ ଲାଗିଛି ୩ଟି ସିସିଟିଭି କ୍ୟାମେରା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.