ରାଜ୍ୟ

ପକୁଡି ଅଧିକା ମାଗିଦେଲା ବୋଲି ନିଜ ଝିଅକୁ ମାରିଦେଲା ମାଆ, ହେଲେ ସାନଭାଇ ଖୋଲିଦେଲା ରହସ୍ୟ

ଉମରକୋଟ (କେନ୍ୟୁଜ) : ଏଇ ସେହି ମାଆ । ଯାହାର ଟିକିଏ ବି ନିଜ ଛୁଆ ପାଇଁ ସ୍ନେହ ମମତା ନାହିଁ । ମା ଶବ୍ଦର ସମ୍ପୂର୍ଣ୍ଣ ବିପରୀତ ଏହି ମାଆ । ଇଏ ଏମିତି ଏକ ମାଆ ଯିଏ ମାରିଦେଇଛି ତାର ନିଜ ଝିଅକୁ । ପୁଣି ସାମାନ୍ୟ କେଇଟା ପକୁଡି ପାଇଁ ଝିଅକୁ ମାରିଦେଲା ମାଆ । ହଁ ଆଜ୍ଞା ଝିଅ ମାଗିଦେଲା ଟିକେ ଅଧିକ ପକୁଡି । ପକୁଡି ବଣ୍ଟା ହେଇଥିଲା, କିନ୍ତୁ ଝିଅ ଟିକେ ଅଧିକ ମାଗିଦେଲା । ବାସ୍‌ ଏଇ କଥାରେ ରାଗିଗଲା ମାଆ । ଆଉ ପାଖରେ ପଡିଥିବା ବାଉଁଶ କାଠରେ ଦୁମକି ମୁଣ୍ଡକୁ ପିଟିଦେଲା । ଆଉ ପକୁଡି ଧରି ବସିଥିବା ସ୍ଥାନରେ ହିଁ ଟଳିପଡିଲା ଝିଅ । କିନ୍ତୁ ଏ ମାଆ ମାରି ତ ଦେଲା ହେଲେ ଲୋକଙ୍କ ଭୟ ପୋଲିସ ଭୟରେ ଝିଅ ମୃତ୍ୟୁର ରଚିଲା ଆଉ ଏକ ଜଘନ୍ୟ ଷଡଯନ୍ତ୍ର ।

ଝିଅର ମୃତ୍ୟୁ ହୋଇଥିବା ଜାଣିବା ପରେ ହତ୍ୟାର ପ୍ରମାଣ ଲୁଚାଇବାକୁ ଯାଇ ଏହାକୁ ଏକ ଝିଅ ନିଜ ଜୀବନ ହାରିଛି ବୋଲି ରୂପ ଦେବାକୁ ଚେଷ୍ଟା କରିଥିଲା ମା । ହେଲେ ମାର ଏସବୁ ଗୁମର ଖୋଲିଦେଲା ସାନ ଭାଇ । କାହିଁକିନା ସେ ଦେଖିଥିଲା ସେଦିନ ତାର ମାଆ କେମିତିି ତା ଭଉଣୀ ତୁଳାବାଈକୁ ମାରିଦେଇଥିଲା । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହଳଦୀ ଗ୍ରାମର ଝୁନ୍ ଝୁନି ପାରାରେ ।

ଘଟଣା ଅନୁସାରେ ରାଇଘର ବ୍ଲକ ହଳଦୀ ଗ୍ରାମର ଝୁନ ଝୁନି ପାରାର ଲଖିଧର ମାଝୀ ଓ ତ୍ରିବେଣୀ ମାଝୀଙ୍କ ୯ ବର୍ଷର ଝିଅ ତୁଳାବାଇ ମାଝୀଙ୍କ ଅର୍ଦ୍ଧଦଗ୍ଧ ଶରୀରକୁ ରାଇଘର ପୁଲିସ ଗତ ୧୬ ତାରିଖରେ ଉଦ୍ଧାର କରିଥିଲା। ସେହି ସମୟରେ ତୁଳାବାଇ ନିଜେ ଜୀବନ ହାରିଥିବା ନେଇ ମା ତ୍ରିବେଣୀ ଥାନାରେ ଏତଲା ଦେଇଥିଲେ। ତୁଳାବାଈ ଚନ୍ଦାହାଣ୍ଡିର ଧରାମାଳ ଆଶ୍ରମ ବିଦ୍ୟାଳୟ ହଷ୍ଟେଲରେ ରହି ପାଠ ପଢୁଥିବା ବେଳେ ଗ୍ରୀଷ୍ମଛୁଟିରେ ଘରକୁ ଆସିଥିଲେ। ତେବେ ୧୫ ତାରିଖ ଦିନ ଅପରାହ୍ନ ପ୍ରାୟ ୫ଟା ସମୟରେ ତୁଳାବାଇ ଶୌଚ ପାଇଁ ଏକ ବାଲଟି ଧରି ଘରୁ ବାହାରି ଆଉ ଫେରି ନଥିବା ନାଟକ ରଚିଥିଲା ଏବଂ ପରିବାର ଆଗରେ ଏକଥା କହିଥିଲା ମା ।

ଝିଅ କୁଆଡେ ଗଲା ବୋଲି ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ । ଖୋଜିବା ସମୟରେ ଘର ଠାରୁ ପ୍ରାୟ ୫୦୦ ମିଟର ଦୂର ରେ ଏକ ନାଳ ଭିତରେ ତୁଳାବାଇର ଅର୍ଦ୍ଧଦଗ୍ଧ ଅବସ୍ଥା ରେ ପଡ଼ିଥିବା ଦେଖିଥିଲେ। ପରେ ରାଇଘର ମେଡିକାଲକୁ ନେବାରୁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଖବର ପାଇ ରାଇଘର ପୁଲିସ ଶବ ବ୍ୟବଚ୍ଛେଦ କରିବା ସହ ତଦନ୍ତ ଆରମ୍ଭ କରିଥିଲା। ଚତୁର୍ଥ ଶ୍ରେଣୀର ଛାତ୍ରୀ ଏମିତି ନିଜ ଜୀବନ ହାରିବା ଘଟଣା ପୁଲିସକୁ ଟିକେ ଅଡୁଆ ଲାଗିଲା । ସହଜରେ ଗ୍ରହଣ କରିପାରି ନଥିଲା ପୋଲିସ । ତେବେ ଗାଁ ଲୋକଙ୍କୁ ଓ ପରିବାର ଲୋକଙ୍କୁ ପଚରା ଉଚରା କରି ଓ ପାରିପାର୍ଶ୍ବିକ ସ୍ଥିତିକୁ ଦେଖି ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ଜାଣିପାରିଥିଲା । ପରେ ପରିବାର ଲୋକଙ୍କ ସହ ମୃତ ଝିଅର ସାନ ଭାଇ କୈଳାଶକୁ ତଦନ୍ତ ପରିସରକୁ ଆଣି ଘଟଣା ସମ୍ପର୍କ ରେ ପଚାରିଥିଲା ପୋଲିସ । ଭାଇର ବୟାନ ଓ ପୋଲିସ ର ତଦନ୍ତ ସମ୍ପୂର୍ଣ୍ଣ ଘଟଣାର ପର୍ଦ୍ଦାଫାସ କରିଛି । ସାନ ଭାଇ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ କହିଛି କିପରି ତା ଭଉଣୀକୁ ମାରିଛି ତା ମା। ମାଆ ହିଁ ଝିଅ ର ହତ୍ୟାକାରୀ ବୋଲି ଜାଣିବା ପରେ ମା ତ୍ରିବେଣୀଙ୍କୁ ଥାନାକୁ ଆଣି ପଚରା ଉଚୁରା କରିବାରୁ ତୁଳବାଇକୁ ହତ୍ୟା କରିଥିବା ସ୍ବୀକାର କରିଥିଲା।

ଘଟଣା ଦିନ ସନ୍ଧ୍ୟାରେ ତ୍ରିବେଣୀ ଘରକୁ ପକୁଡ଼ି ଆଣି ତିନି ପୁଅ ଝିଅଙ୍କୁ ଖାଇବାକୁ ଦେଇଥିଲେ । ଝିଅ ତୁଳାବାଇ ଟିକିଏ ଅଧିକ ପକୁଡି ମାଗିବାରୁ ପାଖରେ ଥିବା ବାଉଁଶ ବାଡ଼ିରେ ମୁଣ୍ଡରେ ବହୁ ଜୋର୍ ରେ ପ୍ରହାର କରିଥିଲା ମା । ଫଳରେ ଘଟଣାସ୍ଥଳରେ ହିଁ ତୁଳାବାଇର ମୃତ୍ୟୁ ହୋଇଥିଲା। ତେବେ ତ୍ରିବେଣୀ ଝିଅର ହତ୍ୟାର ପ୍ରମାଣ ଲୁଚାଇବାକୁ ଯାଇ ଏମିତି ନାଟକ ରଚିଥିଲା । ରାଇଘର ପୋଲିସ ହତ୍ୟାକାରୀ ମାଆକୁ ଗିରଫ କରି କୋର୍ଟ ଚାଲାଣ କରିବାରେ ସଫଳ ହୋଇଛି ।

Pritiparna

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

32 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

1 hour ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago